ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମାଙ୍କ ଅଧୀନରେ ଭାରତୀୟ ଟିମ ଏହି ସିରିଜର ବହୁତ ଭଲ ଆରମ୍ଭ କରିଛି। ଶ୍ରୀଲଙ୍କା ବିପକ୍ଷ ଏହି ୨ ମ୍ୟାଚ ବିଶିଷ୍ଟ ସିରିଜକୁ ଟିମ ୧-୦ ରେ ଆଗେଇ ଯାଇଛି। ତେବେ ପ୍ରଥମ ଟେଷ୍ଟରେ ଟିମ ଏକ ଇନିଂସ ବାକି ଥାଇ ମ୍ୟାଚ ଜିତି ଯାଇଛି। ଏହାପର ଟେଷ୍ଟ ମ୍ୟାଚ ପିଙ୍କ ବଲରେ ବାଙ୍ଗାଲୋରରେ ଖେଳାଯିବାକୁ ଯାଉଛି। ଭାରତ ଯଦି ଏହି ମ୍ୟାଚ ଜିତି ଯାଉଛି ତାହେଲେ ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟେବୁଲରେ ୫ମ ସ୍ଥାନରୁ ସିଧା ଚତୁର୍ଥ ସ୍ଥାନକୁ ପହଂଚି ଯାଇପାରେ। ତେବେ ଅଷ୍ଟ୍ରେଲିଆ ୭୭.୭୭ ହାର ସହ ସବୁଠୁ ଉପରେ ଅଛି। ଏହା ଦ୍ୱିତୀୟ ସିଜିନ ଅଟେ ଆଉ ପ୍ରଥମ ସିଜିନ ନ୍ୟୁଜିଲାଣ୍ଡ ଜିତି ସାରିଛି।

ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ଭିତରେ ମଧ୍ୟ ଟେଷ୍ଟ ମ୍ୟାଚ ସିରିଜ ଚାଲିଛି। ଏହି ସିରିଜର ପ୍ରଥମ ମ୍ୟାଚ ଡ୍ର ରହିଛି। ଅଷ୍ଟ୍ରେଲିଆର ୬ଟି ମ୍ୟାଚରୁ ୪ଟିରେ ବିଜୟ ଲାଭ କରିଛି ଆଉ ୨ଟି ଡ୍ର କରିଛି। ପ୍ରତ୍ୟେକ ବିଜୟୀ ମ୍ୟାଚରେ ୧୨ଅଙ୍କ ମିଳିଥାଏ ଆଉ ଡ୍ର କଲେ ୪ ଅଙ୍କ ମିଳି ଥାଏ। ଏପରି ସ୍ଥଳରେ ଅଷ୍ଟ୍ରେଲିଆ ୭୨ ଅଂକରୁ ୫୬ ଅର୍ଥାତ ସର୍ବମୋଟ ୭୭.୭୭ହାରରେ ଟେବୁଲରୁ ସବୁଠୁ ଉପରେ ଅଛି। ପାକିସ୍ତାନ ୫ଟି ମ୍ୟାଚରେ ୪୦ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ଅଛି।
ଶ୍ରୀଲଙ୍କା ଏଯାଏ ୩ଟି ମ୍ୟାଚ ଖେଳିଛି ଆଉ ତାଙ୍କର ୨୪ ଅଙ୍କ ଅର୍ଥାତ ପୁରା ୬୬.୬୬ ହାର ଅଛି ଆଉ ସେମାନେ ତୃତୀୟ ସ୍ଥାନରେ ଅଛନ୍ତି। ତେବେ ଦକ୍ଷିଣ ଆଫ୍ରିକା ୬୦ ହାର ସହ ଚତୁର୍ଥ ସ୍ଥାନରେ ଅଛି। ଟିମ ଇଣ୍ଡିଆ ୧୨୦ ରୁ ୬୫ ଅର୍ଥାତ ୫୪.୧୬ ହାରରେ ପଞ୍ଚମ ସ୍ଥାନରେ ଅଛି। ୧୨ ମାର୍ଚ୍ଚରୁ ଭାରତ ଓ ଶ୍ରୀଲଙ୍କା ଦୁହେଁ ମ୍ୟାଚ ଖେଳିବାକୁ ଯାଉଛନ୍ତି ଆଉ ଏପରି ସ୍ଥଳରେ ଯଦି ଶ୍ରୀଲଙ୍କା ଏହି ମ୍ୟାଚ ହାରି ଯାଉଛି ତାହେଲେ ସେ ୫୦ ପ୍ରତିଶତ ହାରକୁ ଖସି ଆସିବାର ଚାନ୍ସ ଅଛି ଏବଂ ପଞ୍ଚମ ସ୍ଥାନରେ ପହଂଚି ଯିବାର ସମ୍ଭାବନା ଅଛି।

ଶ୍ରୀଲଙ୍କା ହାରିବା ପରେ ଦକ୍ଷିଣ ଆଫ୍ରିକା ୬୦% ହାର ସହ ତୃତୀୟ ସ୍ଥାନକୁ ଓ ଭାରତ ୫୮.୩୩ ଅଙ୍କ ସହ ଚତୁର୍ଥ ସ୍ଥାନକୁ ଫେରି ଆସିବାର ଚାନ୍ସ ଅଛି। ଆର ପଟେ ଯଦି ଅଷ୍ଟ୍ରେଲିଆ ଓ ପାକିସ୍ତାନ ଭିତରେ ସମସ୍ତ ମ୍ୟାଚ ଡ୍ର ହେଉଛି ତାହେଲେ ପାକିସ୍ତାନ ପାଖରେ କେବଳ ୫୭.୧୪ ଅଙ୍କ ହିଁ ରହିଯିବ। ଏପରି ସ୍ଥଳରେ ସେ ଦ୍ୱିତୀୟରୁ ସିଧା ଚତୁର୍ଥ ସ୍ଥାନକୁ ଆସିଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।