IND vs WI: ଭାରତ ଗ୍ରସ୍ତ ପୂର୍ବରୁ ୱେଷ୍ଟଇଣ୍ଡିଜ ଟିମରେ ବିବାଦ! ଅଡ଼ୁଆରେ କ୍ୟାପଟେନ ପୋଲାର୍ଡ଼!

ବ୍ୟୁରୋ ରିପୋର୍ଟ: ୱେଷ୍ଟଇଣ୍ଡିଜ ଟିମକୁ ୭ ଦିନ ପରେ ଭାରତ ବିରୁଦ୍ଧରେ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ଖେଳିବାର ଅଛି। ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ ଟିମରେ ବିବାଦ ଦେଖାଯାଇଛି। ୱେଷ୍ଟଇଣ୍ଡିଜ ମିଡ଼ିଆ ଅନୁସାରେ ୱେଷ୍ଟଇଣ୍ଡିଜ ଟିମରେ ଭୂକମ୍ପ ସୃଷ୍ଟି ହୋଇଛି। ମିଡ଼ିଆ ରିପୋର୍ଟରର ଏହି ଦାବି କରାଯାଇଛି କି କାୟରନ ପୋଲାଡ଼ଙ୍କ ଅଧିନାୟକତ୍ୱ ଏହି ଟିମରେ ସବୁକିଛି ଠିକ ନାହିଁ ଓ ପୋଲାଡ଼ ଜାଣିଶୁଣି ଅଲରାଉଣ୍ଡର ଓଡିନ ସ୍ମିଥଙ୍କୁ ଅଣଦେଖା କରୁଛନ୍ତି ଓ ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ସିରିଜରେ ତାଙ୍କୁ ମୌକା ଦେଉନାହାଁନ୍ତି। ୱେଷ୍ଟଇଣ୍ଡିଜର କୋଚ ଫିଲ ସିମନ୍ସ ଓ ବୋର୍ଡ ଏହି କଥାକୁ ଖାରଜ କରିଛନ୍ତି ଓ କହିଛନ୍ତି ଖେଳାଳିଙ୍କ ମଧ୍ୟରେ ସବୁକିଛି ଠିକ ଅଛି।

Google

ଏହି ପୁରା ବିବାଦର ମୂଳ ଏକ ଭଏସ ନୋଟ ଅଟେ ଯାହା ଆୟରଲାଣ୍ଡ ସହ ତୃତୀୟ ଏକଦିବସିୟ ପରେ କିଛି ମିଡ଼ିଆକର୍ମୀଙ୍କୁ ପଠାଯାଇଥିଲା। ଏଥିରେ କୁହାଯାଇଥିଲା ୱେଷ୍ଟଇଣ୍ଡିଜ ଖେଳାଳି ଆସୋସିଏସନ ସ୍କିଥଙ୍କ ସହ ହେଉଥିବା ବ୍ୟବହାର ପାଇଁ ଚିନ୍ତିତ ଅଛନ୍ତି। ପ୍ରାୟ ଏହା ଜଣାପଡି ନାହିଁକି ଏହି ଭଏସ ନୋଟ କିଏ ପଠାଇଥିଲା? ଏହା ପରେ କୋଚ ଫିଲ ସିମଂସ ଏକ ଦିନ ପୂର୍ବରୁ ଇଂଲଣ୍ଡ ବିରୁଦ୍ଧରେ ତୃତୀୟ ଟି-୨୦ରେ ମିଳିଥିବା ବିଜୟ ପରେ ହୋଇଥିବା ପ୍ରେସ କନ୍ଫରେନ୍ସରେ ଏହାକୁ ଖାରଜ କରିଥିଲେ।

କାହାକୁ ଛୋଟ ଦେଖାଇବା ପାଇଁ ଚେଷ୍ଟା ହେଉନାହିଁ:ସିମଂସ:

ସିମଂସ ଏକ ପ୍ରେସ କନ୍ଫରେନ୍ସରେ କହିଥିଲେ ମୁଁ ଥିବା ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ ଟିମରେ ଏପରି କିଛି ହେଇପାରିବନି। ଆମେ ଖେଳାଳିଙ୍କୁ ଆଗ ଭଲ ମଣିଷ କରିଥାଉ ପରେ ଖେଳାଳି। ସବୁ ଖେଳାଳି ଏକଜୁଟରେ ଅଛନ୍ତି”। ସେ ଆଗକୁ କହିଛନ୍ତି,”ମୋର ଖେଳ କ୍ୟାରିଅର ଓ କୋଚିଙ୍ଗ କ୍ୟାରିଅରରେ ମୁଁ ଖେଳାଳିଙ୍କୁ ସାହାଯ୍ୟ କରିଆସିଛି ଓ ସମସ୍ତଙ୍କୁ ଏହି କଥା ବୁଝାଇଛି ମଧ୍ୟ”।

Google
ସ୍ମିଥଙ୍କୁ ତୃତୀୟ ଟି-୨୦ରେ ମୌକା ମିଳିନଥିଲା:

କହିରଖିବି ଓଡିନ ସ୍ମିଥ ଇଂଲଣ୍ଡ ସହ ଖେଳାଯାଉଥିବା ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଚୂଡାନ୍ତ ଏକାଦଶରେ ସାମିଲ ଥିଲେ। ପ୍ରଥମ ମ୍ୟାଚରେ ସେ ମାତ୍ର ଗୋଟେ ଓଭର ପକାଇଥିଲେ ଓ ଦ୍ୱିତୀୟ ମ୍ୟାଚରେ ତାଙ୍କୁ ବୋଲିଙ୍ଗ ଦିଆଯାଇନଥିଲା। ତୃତୀୟ ମ୍ୟାଚରେ ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇନଥିଲା ଓ ତାଙ୍କ ଜାଗାରେ ରଇବନ ପାୱେଲଙ୍କୁ ମୌକା ଦିଆଯାଇଥିଲା। ସେହି ମ୍ୟାଚରେ ପାବେଲ ୫୩ ବଲରେ ୧୦୭ ରନ କରିଥିଲେ। ଏହା କୁହାଯାଇଥିଲା କି ଅଧିନାୟକ ପୋଲାଡ଼ ଜାଣିଶୁଣି ସ୍ମିଥଙ୍କୁ ପ୍ରଥମ ଦୁଇଟି ମ୍ୟାଚରେ ବୋଲିଙ୍ଗ ଦେଇନଥିଲେ ଓ ତୃତୀୟ ମ୍ୟାଚରେ ଖେଳାଇ ନଥିଲେ।

କୋଚ ସ୍ମିଥଙ୍କୁ ବାହାର କରିବା ଉପରେ ବୟାନ ଦେଇଛନ୍ତି:

ଗୋଟେ ଦିନ ପୂର୍ବରୁ ହୋଇଥିବା ପ୍ରେସ କନ୍ଫରେନ୍ସରେ ସିମଂସ ସ୍ମିଥଙ୍କୁ ତୃତୀୟ ଟି-୨୦ରେ ବାହାର କରିବାକୁ ନେଇ ବୟାନ ଦେଇଛନ୍ତି। ସେ କହିଛନ୍ତି,”ଆମେ ସବୁ ବସି ଏକ ଶ୍ରେଷ୍ଠ ଟିମ ବାଛିଥାଉ। ଆମ ପାଇଁ ସେହିଦିନ ପାୱେଲ ଚୁଡାନ୍ତ ଏକାଦଶରେ ଆବଶ୍ୟକ ଥିଲେ ତେଣୁ ଆମେ ତାଙ୍କୁ ବାଛିଲୁ। ଯେଉଁ ଲୋକ ଟିମ ବିରୁଦ୍ଧରେ ଏପରି କହୁଛନ୍ତି ତାଙ୍କୁ ପ୍ରଥମେ ନିଜକୁ ଦେଖିବାକୁ ପଡିବ। ମୁଁ ଏହାକୁ ୱେଷ୍ଟଇଣ୍ଡିଜ ଅଧିନାୟକଙ୍କ ଉପରେ ଏକ ଆକ୍ରମଣ ରୂପରେ ଦେଖୁଛି”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.