IPL ଚାଲୁଥିବା ସମୟରେ ପୋଲାର୍ଡ଼ଙ୍କ ବଡ଼ ଫଇସଲା! ଇଣ୍ଟରନେସନାଲ କ୍ରିକେଟରୁ ନେଲେ ଅବସର!

ବ୍ୟୁରୋ ରିପୋର୍ଟ: ୱେଷ୍ଟଇଣ୍ଡିଜର ଅନୁଭବୀ କ୍ରିକେଟର କାୟରନ ପୋଲାର୍ଡ଼ ଇଣ୍ଟରନେସନାଲ କ୍ରିକେଟରୁ ଅବସର ଘୋଷଣା କରିଦେଇଛନ୍ତି। ୨୦ ଏପ୍ରିଲକୁ ପୋଲାର୍ଡ଼ ଇଂଷ୍ଟାଗ୍ରାମରେ ଏକ ମେସେଜ ସେୟାର କରି ଏହି ଘୋଷଣା କରିଛନ୍ତି। ପୋଲାର୍ଡ଼ ବର୍ତ୍ତମାନ ଆଇପିଏଲର ୨୦୨୨ରେ ଅଂଶ ଗ୍ରହଣ କରିଛନ୍ତି।

Google

କାୟରନ ପୋଲାର୍ଡ଼ ନିଜ ଅବସର ମେସେଜରେ ଲେଖିଛନ୍ତି କି ଏକ ଲମ୍ବା ମନଥନ ପରେ ମୁଁ ଇଣ୍ଟରନେସନାଲ କ୍ରିକେଟରୁ ଅବସର ନେବାକୁ ଫଇସଲା କରିଛି। ସବୁ ଯୁବ ଖେଳାଳିଙ୍କ ପରି ମୋର ମଧ୍ୟ ସ୍ୱପ୍ନ ଥିଲା ୱେଷ୍ଟଇଣ୍ଡିଜ ପାଇଁ କ୍ରିକେଟ ଖେଳିବା ,ମୁଁ ଗର୍ବ କରୁଛିକି ମୁଁ ୱେଷ୍ଟଇଣ୍ଡିଜ ପାଇଁ ୧୫ ବର୍ଷ ପର୍ଯ୍ୟନ୍ତ ଟି-୨୦ ଓ ଏକଦିବସିୟ ମ୍ୟାଚ ଖେଳିପାରିଲି।

କାୟରନ ପୋଲାର୍ଡ଼ଙ୍କର ଇଣ୍ଟରନେସନାଲ କ୍ୟାରିଅର:

ଟି-୨୦ କ୍ରିକେଟର ଅନୁଭବି କ୍ରିକେଟର କୁହାଯାଉଥିବା ୩୪ ବର୍ଷୀୟ କାୟରନ ପୋଲାର୍ଡ଼ ୱେଷ୍ଟଇଣ୍ଡିଜ ପାଇଁ ୧୨୩ ଏକଦିବସିୟ ଓ ୧୦୧ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଛନ୍ତି। ତାଙ୍କ ନାମରେ ୨୭୦୬ ଏକଦିବସିୟ ରନ ଓ ୫୬ ୱିକେଟ ଅଛି। ଯେବେକି ଟି-୨୦ ଇଣ୍ଟରନେସନାଲରେ କାୟରନ ପୋଲାର୍ଡ଼ ୧୫୬୯ ରନ ଓ ୪୨ ୱିକେଟ ନିଜ ନାମରେ କରିଛନ୍ତି।

ମୋଟ ଏକଦିବସିୟ: ୧୨୩ ମ୍ୟାଚ, ୨୭୦୬ ରନ, ଔସତ-୨୬ ୦୧,୩ ଟି ଶତକ ଓ ୧୩ ଅର୍ଦ୍ଧଶତକ,୧୩୫ ଛକା ଓ ୧୭୧ ଚୌକା।

ମୋଟ ଟି-୨୦: ୧୦୧ ମ୍ୟାଚ,୧୫୬୯ ରନ, ଔସତ-୨୫.୩୦,୬ ଟି ଅର୍ଦ୍ଧଶତକ, ୯୯ ଟି ଛକା ଓ ୯୪ ଟି ଚୌକା।

ଭାରତ ବିରୁଦ୍ଧରେ ଖେଳିଥିଲେ ଶେଷ ଇଣ୍ଟରନେସନାଲ ମ୍ୟାଚ:

କାୟରନ ପୋଲାର୍ଡ଼ ୱେଷ୍ଟଇଣ୍ଡିଜ ତରଫରୁ ୨୦୦୭ରେ ଡେବ୍ୟୁ କରିଥିଲେ। ଏହି ବର୍ଷ ଫେବୃଆରୀରେ ସେ ଭାରତ ବିରୁଦ୍ଧରେ ସେ ନିଜ ଶେଷ ଏକଦିବସିୟ ମ୍ୟାଚ ଖେଳିଥିଲେ। ସେ ୨୦୦୮ ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଟି-୨୦ରେ ଡେଭ୍ୟୁ କରିଥିଲେ ଓ ଏହି ବର୍ଷ ଭାରତ ବିରୁଦ୍ଧରେ ଶେଷ ଟି-୨୦ ମ୍ୟାଚ ଖେଳିଥିଲେ।

Google
ଭାରତ ବିରୁଦ୍ଧରେ କାୟରନ ପୋଲାର୍ଡ଼ଙ୍କ ରେକର୍ଡ:

୨୦ ଏକଦିବସିୟ ୪୪୮ ରନ, ୨୬.୩୫ ଔସତ ଓ ୯ ୱିକେଟ। ୧୭ ଟି ଟି-୨୦ମ୍ୟାଚ ୩୨୪ ରନ,୩୨.୪୦ ଔସତ ଓ ୪ ୱିକେଟ ଅକ୍ତିଆର କରିଛନ୍ତି।

ଅନେକ ମ୍ୟାଚରେ କରିଛନ୍ତି ୱେଷ୍ଟଇଣ୍ଡିଜର ଅଧିନାୟକତ୍ୱ:

କାୟରନ ପୋଲାର୍ଡ଼ ଅନେକ ମ୍ୟାଚରେ ଅନେକ ୱେଷ୍ଟଇଣ୍ଡିଜ ଟି-୨୦ ଓ ଏକଦିବସିୟ ଟିମର ଅଧିନାୟକତ୍ୱ କରିଛନ୍ତି। ୱେଷ୍ଟଇଣ୍ଡିଜ କ୍ରିକେର ବୋର୍ଡ ସହିତ ବିବାଦ ଦ୍ଵାରା ଅନେକ ସମୟରେ ସେ ଟିମରୁ ଵାହରେ ରହିଛନ୍ତି। ଏହି କାରଣ ଅଟେ କି ୨୦୧୫ ବିଶ୍ୱକପ, ୨୦୧୬ ଟି-୨୦ ବିଶ୍ୱକପ ଟିମରୁ ସେ ବାହାରେ ଥିଲେ। ପରେ ସେ ଅନେକ ସମୟ ପର୍ଯ୍ୟନ୍ତ ଟିମରେ ରହିଥିଲେ ଓ ୨୦୨୧ ଟି-୨୦ ବିଶ୍ୱକପରେ ଟିମର ଅଧିନାୟକତ୍ୱ କରିଥିଲେ। ସେ କୌଣସି ଟେଷ୍ଟ ମ୍ୟାଚ ଖେଳିନାହାଁନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *