ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ପୂଜାରାଙ୍କୁ ଲାଗିଲା ଝଟକା! ଜୋର ଧରିଲା ଖବର!

ବ୍ୟୁରୋ ରିପୋର୍ଟ: ଚେତେଶ୍ୱର ପୂଜାରାଙ୍କୁ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଝଟକା ଲାଗିଛି। ତାଙ୍କୁ କ୍ରାଉଁଟି ଚମ୍ପିୟାନସିପରେ ସସେକ୍ସ ତରଫରୁ ପ୍ରଥମ ମ୍ୟାଚରୁ ବାହାର ହୋଇଯାଇଛନ୍ତି। ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ ଟିମରୁ ବାହାର ହେବାପରେ ପୂଜାରା ଇଂଲଣ୍ଡ ଟିମ ସସେକ୍ସ ସହିତ କ୍ରାଉଁଟି ଚମ୍ପିୟାନସିପ ପାଇଁ ଚୁକ୍ତି କରିଥିଲେ। ୭ ଏପ୍ରିଲକୁ ସେ ସସେକ୍ସ ପାଇଁ ଡେବ୍ୟୁ କରିଥିଲେ। ଏହା ପୂର୍ଵରୁ ତାଙ୍କୁ ଏକ ଝଟକା ଲାଗିଯାଇଛି। ସେ ସସେକ୍ସର ପ୍ରଥମ ମ୍ୟାଚରୁ ବାହାର ହୋଇଯାଇଛନ୍ତି।

Google

ତାଙ୍କୁ ଭିସା ଏବେ ପର୍ଯ୍ୟନ୍ତ ନିଶ୍ଚିତ ହୋଇପାରିନାହିଁ ଯାହା ଦ୍ୱାରା ସେ ପ୍ରଥମ ମ୍ୟାଚରେ ଟିମରେ ସାମିଲ ହୋଇପାରିବେ ନାହିଁ। ମାନାଯାଉଛି କି ତାଙ୍କୁ ଭିସା ମିଳିବାର ଡେରି ୟୁକ୍ରେନ ଓ ରୁଷ ମଧ୍ୟରେ ହେଉଥିବା ଯୁଦ୍ଧ ବିମାନ ପାଇଁ ଅଟେ। ସସେକ୍ସର ପରଫୋମର୍ସ ଡ଼ାଇରେକ୍ଟର କିଥ ଗ୍ରୀନଫିଲ୍ଡ କହିଛନ୍ତି ଇଂଲଣ୍ଡର ଭିସା ସମ୍ବଧିୟ ଅଫିସ ଏବେ ୟୁକ୍ରେନର ଲୋକଙ୍କୁ ସ୍ଥାନାତରଣ କରିବାରେ ବ୍ୟସ୍ତ ଅଛି।

ଆଗାମୀ ସପ୍ତାହରେ ଚୟନପାଇଁ ଉପଲବ୍ଧ ହେବେ ପୂଜାରା:

ସେ କହିଛନ୍ତି ଆମେ ଆଶା କରିଥିଲୁକି ପୂଜାରା ପୂର୍ଵ ସପ୍ତାହରେ ଟିମ ସହିତ ଯୋଡିହୋଇଯିବେ କିନ୍ତୁ ସେ ଏହି ସପ୍ତାହର ଶେଷରେ ପହଁଚିଯିବେ। ପୂଜାରା ଆଗାମୀ ସପ୍ତାହରେ ଡ଼ବିସର ବିରୁଦ୍ଧରେ ମ୍ୟାଚ ପାଇଁ ଚୟନ ପାଇଁ ଉପଲବ୍ଧ ହେବେ। ସସେକ୍ସର କୋଚ ତଥା ପୂର୍ଵ ଇଂଲଣ୍ଡ ସ୍ପିନର ଇୟାନ ସଲିସବରି କହିଛନ୍ତି ପୂଜାରା ପ୍ରଥମ ମ୍ୟାଚରୁ ବାହାର ହେବା କାରଣରୁ ନିରାଶ ଅଛନ୍ତି। ଏବେ ଆମର ପୁରା ଧ୍ୟାନ ପ୍ରଥମ ମ୍ୟାଚ ଉପରେ ଅଛି।

Google

ପୂଜରାଙ୍କୁ ସସେକ୍ସ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଟ୍ରେବିସ ହେର୍ଡଙ୍କ ରିପ୍ଲେସ ମେଣ୍ଟ ଆକାରରେ ଟିମ ସହିତ ଯୋଡିଛନ୍ତି। ଟ୍ରେବେଶ ହେର୍ଡ ନେସନାଲ ଟିମ ସହିତ ଅଧିକ କାମ ଲୋଡ଼ କାରଣରୁ ଏହି ଚମ୍ପିୟାନସିପରୁ ନିଜକୁ ରିଲିଜ କରିଥିଲେ। ପୂଜାରା ଟେଷ୍ଟରେ ୬୫୦୦ ରୁ ଅଧିକ ରନ କରିଛନ୍ତି। ସସେକ୍ସ ତାଙ୍କର ଚତ୍ରୁର୍ଥ କ୍ରାଉଁଟି ଟିମ ଅଟେ। ଏହା ପୂର୍ବରୁ ସେ ଡ଼ବିସର, ନଟିଂଘମସର ଓ ୟାର୍କସର ତରଫରୁ ଖେଳିସାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *