ବ୍ୟୁରୋ ରିପୋର୍ଟ: କ୍ରିକେଟରେ କୁହାଯାଇଥାଏ କି ଫର୍ମ ଇଜ ଟେମ୍ପରାରୀ ଓ କ୍ଳାସ ଇଜ ପରମାନେଣ୍ଟ। ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ଚେତେଶ୍ୱର ପୂଜାରା ଏବେ ଫର୍ମ ପାଇଁ ସଂଘର୍ଷ କରୁଛନ୍ତି। କୋହଲି ରନ ପାଇ ସଂଘର୍ଷ କରୁଛନ୍ତି ଓ ପୂଜାରା ଖରାପ ଫର୍ମ ପାଇଁ ଏବେ ଭାରତୀୟ ଟେଷ୍ଟ ଟିମରୁ ବାହାରେ ଅଛନ୍ତି। ପୂଜାରା ନିଜ ପୂର୍ଵ ଫର୍ମ ହାସଲ ପାଇଁ ପୁରା ପ୍ରୟାସ କରୁଛନ୍ତି ଓ ସେ କାଉଁଟି କ୍ରିକେଟ ଖେଳିବା ପାଇଁ ଇଂଲଣ୍ଡ ଯାଇଛନ୍ତି।
Upper cut six from Pujara to Shaheen Afridi #CountyCricket2022 #IPL2022 pic.twitter.com/rFcMXY6RPx
— Kri (@KrishK74) May 7, 2022
ପୂଜାରାଙ୍କ ପାଇଁ ପୂର୍ଵ ଏକ ବର୍ଷ ଭଲ ରହିନାହିଁ କାରଣ ସେ ଟେଷ୍ଟରେ ରନ କରିପାରୁନାହାଁନ୍ତି ଓ ଫାଷ୍ଟକ୍ଳାସ କ୍ରିକେଟରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିପାରିନାହାଁନ୍ତି। ତାଙ୍କୁ କୌଣସି ମଧ୍ୟ ଫର୍ମାଟରେ ଶତକ ମାରିବାର ଦୁଇ ବର୍ଷ ହୋଇଗଲାଣି ତେଣୁ ସେ ନିଜ ହରାଇଥିବା ଫର୍ମ ହାସଲ ପାଇଁ ଇଂଲଣ୍ଡରେ କାଉଁଟି କ୍ରିକେଟ ଖେଳିବା। ପାଇଁ ଯାଇଥିଲେ ଓ ଏବେ ଲଗାତର ସେଠାରେ ଚାଟିଟି ଶତକ ମାରି ନିଜ ଫର୍ମ ହାସଲ କରିଛନ୍ତି।
ପୂଜାରା କାଉଁଟି କ୍ରିକେଟରେ ମାରିଲେ ଲଗାତର ଚାରିଟି ଶତକ:
ପୂଜାରା କାଉଁଟି ଚମ୍ପିୟାନସିପରେ ସେକେଣ୍ଡ ଡିଭିଜନରେ ସସେକ୍ସ ତରଫରୁ ଖେଳୁଛନ୍ତି। ଏହି କ୍ଳବ ତରଫରୁ ସେ ଏବେ ଚାରିଟି ମ୍ୟାଚ ଖେଳିଛନ୍ତି ଓ ପ୍ରତି ମ୍ୟାଚରେ ତାଙ୍କ ବ୍ୟାଟରୁ ଶତକ ଆସିଛି।ଗୋଟେ ଦିନ ପୂର୍ବରୁ ସେ ମିଡ଼ିଲସେକ୍ସ ବିରୁଦ୍ଧରେ ଦ୍ୱିତୀୟ ପାରିରେ ସୁନ୍ଦର ଶତକ ମାରିଛନ୍ତି। ତାହାବି ସେବେ ଯେବେ ତାଙ୍କ ଦୁଇ ଓପନର ଶୂନ୍ୟରେ ଆଉଟ ହୋଇଥିଲେ। ଚତ୍ରୁର୍ଥ ନମ୍ବରରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇ ପୂଜାରା ସୁନ୍ଦର ଭାବେ ବ୍ୟାଟିଙ୍ଗ କରି ୧୩୩ ବଲରେ ଶତକ ମାରିଛନ୍ତି।
Cheteshwar Pujara smashes his 4th consecutive century in County Championship. What an outing he's having with Sussex.
— Mufaddal Vohra (@mufaddal_vohra) May 7, 2022
ଏହି ସମୟରେ ସେ ପାକିସ୍ତାନର ପେସର ସାହିନ ଶାହା ଅଫରିଦିଙ୍କ ବିରୁଦ୍ଧରେ ମଧ୍ୟ କିଛି ଭଲ ଶର୍ଟ ଖେଳିଥିଲେ। ତୃତୀୟ ଦିନ ଖେଳ ଶେଷ ସୁଧା ପୂଜାରା ୧୪୯ ବଲରେ ୧୨୫ ରନ କରିଥିଲେ। ଏହି ପାରିରେ ସେ ୧୬ ଟି ଚୌକା ଓ ଦୁଇଟି ଛକା ମାରିଥିଲେ। ତାଙ୍କ ଶତକ ଦ୍ଵାରା ସସେକ୍ସ ମିଡ଼ିଲସେକ୍ସ ଉପରେ ୨୭୦ ରନର ଲିଡ଼ ହାସଲ କରିଛି।
କଣ ପୁଣି ଟିମ ଇଣ୍ଡିଆକୁ ଫେରିବେ ପୂଜାରା?:
୩୪ ବର୍ଷୀୟ ପୂଜାରାଙ୍କୁ ଏହି ବର୍ଷ ମାର୍ଚ୍ଚରେ ଶ୍ରୀଲଙ୍କା ବିରୁଦ୍ଧରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ପାଇଁ ଟିମ ଇଣ୍ଡିଆରରେ ଚୟନ କରାଯାଇନଥିଲା। ସେ ଭାରତ ପାଇଁ ଶେଷ ଟେଷ୍ଟ ଜାନୁଆରୀରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଖେଳିଥିଲେ। ଏହାପରେ ସେ ସସେକ୍ସ ତରଫରୁ କାଉଁଟି ଖେଳିବାକୁ ଯାଇଛନ୍ତି। ଏହି ଟିମ ପଟୁ ସେ ୪ ଟି ମ୍ୟାଚ ଖେଳିଛନ୍ତି ଓ ଦୁଇଟି ଡ଼ବଲ ଶତକ ଓ ଦୁଇଟି ଶତକ ମାରିଛନ୍ତି। ସେ ୫୦୦ ରୁ ଅଧିକ ରନ ମାରିସାରିଲେଣି। ଭାରତକୁ ଏହି ଜୁଲାଇରେ ଇଂଲଣ୍ଡ ସହ। ପୂର୍ଵ ବର୍ଷ ବାକିଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ ଖେଳିବାର ଅଛି। ତେଣୁ ଏବେ ଇଂଲଣ୍ଡରେ ଶତକ କରୁଥିବା ପୂଜାରାଙ୍କୁ ସେହି ଭାରତୀୟ ଟେଷ୍ଟ ଟିମରେ ପୁଣି ଚୟନ କରାଯାଇପାରେ।
Cheteshwar Pujara has more hundreds than any Sussex batter in one first-class season since Ed Joyce in 2014.
IT'S MAY 7TH. https://t.co/R4H7UdafYE
— Xavier Voigt-Hill (@voigthill) May 7, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।