ଚେତେଶ୍ୱର ପୂଜାରାଙ୍କ ଜାଗା ନେବାକୁ ପ୍ରସ୍ତୁତ ଏହି ୩ ଧମାକାଦାର ଖେଳାଳି! ଦେଖନ୍ତୁ ରେସରେ କିଏ ଆଗରେ…

ବ୍ୟୁରୋ ରିପୋର୍ଟ: ଶ୍ରୀଲଙ୍କା ବିପକ୍ଷରେ ଆଗାମୀ ୨ ଟି ମ୍ୟାଚର ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମର ଘୋଷଣା ହୋଇସାରିଛି। ଘରୋଇ ଟେଷ୍ଟ ସିରିଜ ପାଇଁ ଚୟନ ହୋଇଥିବା ୧୮ ଜଣିଆ ସଦସ୍ୟ ବିଶିଷ୍ଟ ଟେଷ୍ଟ ଟିମରେ ଅନୁଭବୀ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କୁ ଜାଗା ମିଳିନାହିଁ। ଏହି ଦୁଇ ବ୍ୟାଟ୍ସମ୍ୟାନ ପୂର୍ଵ କିଛି ସମୟରୁ ଖରାପ ଫର୍ମ ଦେଇ ଗତିକରୁଛନ୍ତି। ଏହି ଦୁଇ ଖେଳାଳିଙ୍କୁ ଟିମ ଇଣ୍ଡିଆରୁ ବାହାର କରିବାର ଅର୍ଥ ହେଉଛି ଭାରତୀୟ ଚୟନକର୍ତା ଯୁବ ଖେଳାଳିଙ୍କୁ ମୌକା ଦେଇ ଭବିଷ୍ୟତ ଆଡ଼କୁ ଦେଖୁଛନ୍ତି।

Google

ଟେଷ୍ଟ ମ୍ୟାଚରେ ଲମ୍ବା ସମୟ ପର୍ଯ୍ୟନ୍ତ ଚେତେଶ୍ୱର ପୂଜାରା ତୃତୀୟ ନମ୍ବରରେ ବ୍ୟାଟିଙ୍ଗ କରିଆସୁଥିଲେ। ସେ ଟିମରୁ ବାହାର ହୋଇଯିବା ଦ୍ଵାରା ଏହି ପ୍ରମୁଖ ସ୍ଥାନ ଖାଲି ପଡିଛି।ଏହି ବ୍ୟାଟିଙ୍ଗ ପୋଜିସନରେ ପୂଜାରା ଅନେକ ବଡ଼ ପାରି ଖେଳିଛନ୍ତି। ଏହି ସ୍ଥାନ ପୁରା କରିବା ଯୁବ ଖେଳାଳିଙ୍କ ପାଇଁ ଚ୍ୟାଲେଞ୍ଜପୁର୍ଣ ହେବ। ଭାରତୀୟ ଟେଷ୍ଟ ଟିମରେ ତୃତୀୟ ନମ୍ବରରେ ପୂଜାରାଙ୍କ କମିକୁ କିଏ ପୁରା କରିପାରେ,ଆସନ୍ତୁ ନଜର ପକାଇବେ ୩ ବ୍ୟାଟ୍ସମ୍ୟାନ ଉପରେ।

କେ ଏଲ ରାହୁଲ କୌଣସି କ୍ରମରେ ବ୍ୟାଟିଙ୍ଗ କରିପାରିବେ:

ଭାରତୀୟ ଟିମରେ କେ ଏଲ ରାହୁଲ ଓପନର ରୂପରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। କିନ୍ତୁ ଟିମର ଆବଶ୍ୟକତା ଅନୁସାରେ ରାହୁଲ କୌଣସିବି ପୋଜିସନରେ ବ୍ୟାଟିଙ୍ଗ କରିପାରିବେ ଓ ସୁନ୍ଦର ଭାବେ ଅଲଗା ଅଲଗା ସ୍ଥାନରେ ବ୍ୟାଟିଙ୍ଗ ମଧ୍ୟ କରିଛନ୍ତି। ରାହୁଲ ଲମ୍ବା ସମୟରୁ ଇଣ୍ଡିଆ ଟିମର ଅଂଶ ଅଟନ୍ତି। ସେ ଭାରତୀୟ ଟିମରେ ମଜବୁତ ସ୍ଥାନ ହାସଲ କରିଛନ୍ତି।

Google

କେ ଏଲ ରାହୁଲ ଏକ ସୁନ୍ଦର ଷ୍ଟ୍ରୋକର ପ୍ଲେୟାର ଅଟନ୍ତି ଓ ତାଙ୍କ ଡିଫେନ୍ସ ବହୁତ ଭଲ ଅଟେ। ୨୮ ବର୍ଷୀୟ କର୍ଣ୍ଣାଟକର ଏହି ବ୍ୟାଟ୍ସମ୍ୟାନ ତୃତୀୟ ନମ୍ବରରେ ବିକଳ୍ପ ରୂପରେ ଉପଲବ୍ଧ ଅଟନ୍ତି। ଭାରତ ପାଖରେ ମୟଙ୍କ ଅଗ୍ରୱାଲ ଓ ଶୁଭମନ ଗିଲଙ୍କ ରୂପରେ ଓପନର ବିକଳ୍ପ ଅଛନ୍ତି। ତେଣୁ ତୃତୀୟ ନମ୍ବରରେ ରାହୁଲ ଖେଳିପାରନ୍ତି।

ଶ୍ରେୟସ ଅୟର ଟେଷ୍ଟର ଡେବ୍ୟୁରୁ ଶତକ ସହ ଆରମ୍ଭ କରିଥିଲେ:

ଶ୍ରେୟସ ଅୟର ନିଜ ଟେଷ୍ଟ କ୍ୟାରିଅର ଶତକ ସହ ଆରମ୍ଭ କରିଥିଲେ। ସେ ନ୍ୟୁଜିଲାଣ୍ଡ ସହ ଡେବ୍ୟୁ ମ୍ୟାଚର ସୁନ୍ଦର ଶତକ ମାରିଥିଲେ। ମୁମ୍ବାଇର ଏହି ବ୍ୟାଟ୍ସମ୍ୟାନ ଛୋଟ କ୍ୟାରିଅରରେ ଜଣାଇଦେଇଛନ୍ତି କି ସେ ବଡ଼ ମ୍ୟାଚରେ ସୁନ୍ଦର ପ୍ରଦର୍ଶନ କରିପାରିବେ।

Google

ଶ୍ରେୟସ ଲମ୍ବା ପାରି ଖେଳିବାର ଦମ ରଖିଛନ୍ତି। ସେ ସ୍ଥିତି ଅନୁସାରେ ନିଜ ପାରିକୁ ଆଗକୁ ବଢ଼ାଇଥାନ୍ତି। ୨୭ ବର୍ଷୀୟ ଶ୍ରେୟସ ଜଲଦି ୱିକେଟ ଗଳିବା ପରେ ମଧ୍ୟ ଇଣ୍ଡିଆକୁ ମଜବୁତ ସ୍ଥିତିକୁ ଆଣିପାରିବେ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ଶ୍ରେୟସକୁ ମୌକା ଦେଇପାରନ୍ତି।

ହନୁମା ବିହାରୀ ସୁନ୍ଦର ଟେକ୍ନିକ ଦ୍ଵାରା କରିଛନ୍ତି ପ୍ରଭାବିତ:

ହନୁମା ବିହାରୀଙ୍କୁ ଟେଷ୍ଟ ଟିମରେ ବହୁତ କମ ମୌକା ଦିଆଯାଇଛି। ହନୁମା ସେହି ଖେଳାଳି ଅଟନ୍ତି ଯିଏକି ତଳ କ୍ରମର ବ୍ୟାଟ୍ସମ୍ୟାନଙ୍କ ସହ ମିଶି ପୂର୍ଵରୁ ଅଷ୍ଟ୍ରେଲିଆ ବିରୁଦ୍ଧରେ ଗାବାରେ ହୋଇଥିବା ଟେଷ୍ଟରେ ହାରିଯାଉଥିବା ମ୍ୟାଚକୁ ବଞ୍ଚାଇଥିଲେ। ହନୁମାଙ୍କୁ ଯେବେବି ମୌକା ମିଳିଛି ସେ ନିଜକୁ ସାବ୍ୟସ୍ତ କରିଛନ୍ତି।

Google

ନିଜ ଛୋଟ ଟେଷ୍ଟ କ୍ୟାରିଅରରେ ହନୁମା ସୁନ୍ଦର ଟେକ୍ନିକ ଦେଖାଇଛନ୍ତି। ଯାହାର ଆବଶ୍ୟକତା କ୍ରିକେଟର ସବୁଠୁ ଲମ୍ବା ଫର୍ମାଟରେ ନିହାତି ଦରକାର। ତୃତୀୟ ନମ୍ବରରେ ବ୍ୟାଟିଙ୍ଗ କରିବା ମାନେ ଟିମକୁ ମଜବୁତ ସ୍ଥିତିରେ ପହଁଞ୍ଚାଇବା ଅଟେ ଓ ହନୁମା ଏହି ସ୍ଥାନ ପାଇଁ ଉପଯୁକ୍ତ ହୋଇପାରନ୍ତି। ୨୮ ବର୍ଷୀୟ ହନୁମା ଅଳ୍ପଦିନ ତଳେ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଇଣ୍ଡିଆ ଏ ତରଫରୁ ସୁନ୍ଦର ପ୍ରଦର୍ଶନ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *