ଟେଷ୍ଟ ଟିମରୁ ବାହାରିବା ପରେ ଇଂଲଣ୍ଡ ଗଲେ ପୂଜାରା, ଏହି ଟିମରେ ଖେଳିବେ! ରିଜୱାନ ଅଛନ୍ତି ସେହି ଦଳରେ!

ବ୍ୟୁରୋ ରିପୋର୍ଟ: ଚେତେଶ୍ୱର ପୂଜରା ଭାରତୀୟ ଟେଷ୍ଟ ଟିମରୁ ବାହାର ହୋଇଛନ୍ତି। ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ ସିରିଜ ପାଇଁ ତାଙ୍କ ଚୟନ ହୋଇନାହିଁ। ଏହା ମଧ୍ୟରେ ଇଂଲଣ୍ଡର କାଉଁଟି ଟିମ ସସେକ୍ସ ପୂଜାରାଙ୍କୁ ନିଜ ସହିତ ଯୋଡ଼ିଛି। ସେ କାଉଁଟି ଚମ୍ପିୟାନସିପ ଓ ଏକଦିବସିୟ କପରେ ଖେଳୁଥିବାର ଦେଖାଯିବେ। ଟିମ ପାକିସ୍ତାନର ମହମ୍ମଦ ରିଜୱାନଙ୍କୁ ମଧ୍ୟ ନିଜ ସହିତ ଯୋଡିଛି। ତେଣୁ ପୂଜାରା ଓ ରିଜୱାନ ଏକାସାଥିରେ ଖେଳୁଥିବାର ଦେଖାଯାଇପାରନ୍ତି। ପୂଜାରା ଫର୍ମ ହାସଲ ପାଇଁ ରଣଜୀ ଟ୍ରଫିରେ ଓହ୍ଲାଇଥିଲେ।

Google

ସସେକ୍ସ ଅଷ୍ଟ୍ରେଲିଆର ଟ୍ରେବିସ ହେର୍ଡଙ୍କ ଜାଗାରେ ପୂଜାରାଙ୍କୁ ଟିମରେ ସାମିଲ କରିଛି। ହେର୍ଡ ଇଣ୍ଟରନେସନାଲ ମ୍ୟାଚ କାରଣରୁ ଟିମରୁ ତାଙ୍କୁ ରିଲିଜ କରିବାର ଇଚ୍ଛା ପ୍ରକାଶ କରିଥିଲେ।ସସେକ୍ସ ସହିତ ଯୋଡିହେବା ପରେ ପୂଜାରା କହିଛନ୍ତି,”ବର୍ତ୍ତମାନର ସିଜନରେ ସସେକ୍ସର ଅଂଶ ହୋଇ ଉତ୍ସାହିତ ଅଛି ଓ ସମ୍ମାନିତ ଅନୁଭବ କରୁଛି। ମୁଁ କାଉଁଟି କ୍ରିକେଟ ଖେଳିବା ପାଇଁ ସବୁବେଳେ ଉତ୍ସାହିତ ରହିଥିଲି।ତେଣୁ ନୂଆ ସିଜନର ଅପେକ୍ଷା କରିଛି ଓ କ୍ଳବର ସଫଳତାରେ ଯୋଗ ଦେବାକୁ ଚାହିଁଛି”। ଏହା ସହିତ ଟିମଅଷ୍ଟ୍ରେଲିଆର ୱିକେଟକିପର ବ୍ୟାଟ୍ସମ୍ୟାନ ଜୋସ ଫିଲିପଙ୍କୁ ମଧ୍ୟ ଟିମରେ ଯୋଡିଛି।

ପୂଜାରା ପୂର୍ବରୁ ମଧ୍ୟ କାଉଁଟି କ୍ରିକେଟ ଖେଳିସାରିଛନ୍ତି:

୩୪ ବର୍ଷୀୟ ପୁଜାରା ପୂର୍ବରୁ ମଧ୍ୟ କାଉଁଟି କ୍ରିକେଟରେ ଓହ୍ଲାଇସାରିଛନ୍ତି କିନ୍ତୁ ଏହି ସିଜନରେ ସେ ଭଲ ପ୍ରଦର୍ଶନ କରି ଭାରତୀୟ ଟିମକୁ ଫେରିବାକୁ ଚାହିଁପାରନ୍ତି। ଭାରତୀୟ ଟିମକୁ ଜୁଲାଇରେ ଇଂଲଣ୍ଡରେ ଗୋଟେ ଟେଷ୍ଟ ମ୍ୟାଚ ଖେଳିବାର ଅଛି। ପୂଜାରାଙ୍କ ଫାଷ୍ଟକ୍ଳାସ କ୍ରିକେଟ କ୍ୟାରିଅର କଥା କହିବାତ ୩୭୪ ପାରିରେ ସେ ୫୧ର ଔସତରେ ୧୬୯୪୮ ରନ କରିଛନ୍ତି। ଏଥିରେ ସେ ୫୦ ଶତକ ଓ ୭୦ ଅର୍ଦ୍ଧଶତକ ମାରିଛନ୍ତି। ସେ ୩୫୨ ରନର ସର୍ବଶ୍ରେଷ୍ଠ ପାରି ଖେଳିଛନ୍ତି ମାନେ ତାଙ୍କ ପାଖରେ ଅନୁଭବ ଅଛି। ସେ ଭାରତ ତରଫରୁ ୯୫ ଟେଷ୍ଟ ମ୍ୟାଚରେ ୬୭୧୩ ରନ କରିଛନ୍ତି। ୧୮ ଶତକ ଓ ୩୨ ଅର୍ଦ୍ଧଶତକ ମାରିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *