ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଗୁରୁବାରକୁ କାନପୁରରେ ଗ୍ରୀନ ପାର୍କ ଷ୍ଟାଡିୟମରେ ୨ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ଅନୁଭବୀ ଖେଳାଳି ଖେଳୁନାହାନ୍ତି ତେଣୁ ଚେତେଶ୍ୱର ପୂଜାରାଙ୍କ ଉପରେ ଦାୟିତ୍ୱ ବଢିଯାଇପାରେ। ଗୋଟେ ପଟେ ସେ ଟିମର ଉପ ଅଧିନାୟକ ଓ ଅନ୍ୟ ପଟେ ବ୍ୟାଟିଙ୍ଗରେ ମଧ୍ୟ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ହେବ। ସେଥିପାଇଁ ଅଭ୍ୟାସ ସେକ୍ସନରେ ହେର୍ଡ କୋଚ ରାହୁଲ ଦ୍ରାଭିଡ ସବୁଠୁ ଅଧିକ ସମୟ ପୂଜାରାଙ୍କ ସହ କଟାଇଛନ୍ତି।ଏହା ସହିତ ଜଡିତ ଏକ ଭିଡ଼ିଓ ବିସିସିଆଇ ସେୟାର କରିଛି। ଏହି ଭିଡ଼ିଓରେ ଦ୍ରାଭିଡ ଭାରତୀୟ ଉପଅଧିନାୟକଙ୍କୁ ନେଟରେ ଅଫ ସ୍ପିନ ବୋଲିଙ୍ଗ କରାଉଛନ୍ତି।

ବିସିସିଆଇ ନିଜ ଟ୍ୱିଟର ଅକାଉଣ୍ଟରେ ରାହୁଲ ଦ୍ରାଭିଡଙ୍କର ଅଫ ସ୍ପିନ ବୋଲିଙ୍ଗର ୨୧ ସେକେଣ୍ଡର ଭିଡ଼ିଓ ସେୟାର କରିଛନ୍ତି। ଏହି ଭିଡ଼ିଓର କ୍ୟାପ୍ସନରେ ବିସିସିଆଇ ଲେଖିଛି ,”ସେହି କ୍ଷଣ ଯେବେ ଭାରତୀୟ ହେର୍ଡ କୋଚ ରାହୁଲ ଦ୍ରାଭିଡ ନେଟରେ ବୋଲିଙ୍ଗ କରୁଛନ୍ତି”। କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ସର୍ଵଦା ସ୍ପିନରଙ୍କୁ ସାହାଯ୍ୟ ମିଳିଥାଏ। ଏହି ପିଚରେ ମଧ୍ୟ ଏପରି ହୋଇପାରେ।ଭାରତୀୟ ଟିମରେ ବର୍ତ୍ତମାନ ଅନୁଭବୀ ବ୍ୟାଟ୍ସମ୍ୟାନ ନାହାନ୍ତି। ତେଣୁ ଏବେ ପୂଜାରାଙ୍କ ଉପରେ ଅଧିକ ଦାଇତ୍ୱ ଅଛି। ସେଥିପାଇଁ ରାହୁଲ ଦ୍ରାଭିଡ କୌଣସି ମୌକା ଛାଡୁନାହାନ୍ତି ଓ ସେ କେବଳ ପୂଜାରାଙ୍କ ସହ ହିଁ ଏକ ଘଣ୍ଟା କଟାଇଦେଇଛନ୍ତି।
ଚେତେଶ୍ୱର ପୂଜାରାଙ୍କର ମଧ୍ୟ ଟେଷ୍ଟରେ ପୂର୍ଵ କିଛିବର୍ଷରୁ ରେକର୍ଡ ଭଲ ନାହିଁ। ସେ ଏହି ବର୍ଷ ଇଂଲଣ୍ଡ ସିରିଜରେ ମଧ୍ୟ ୪ ଟି ଟେଷ୍ଟରେ ଗୋଟେ ଶତକ ମାରିପାରିନଥିଲେ। ସେ ଇଂଲଣ୍ଡ ସିରିଜରେ ମାତ୍ର ୨୨୭ ରନ କରିଥିଲେ। ସେ ମାତ୍ର ଦୁଇଟି ଅର୍ଦ୍ଧଶତକ ମାରିଥିଲେ। ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ଟିମରେ ନିଜ ଜାଗା ପକା କରିବା ପାଇଁ ତାଙ୍କ ପାଖରେ ସୁଵର୍ଣ ସୁଯୋଗ ଅଛି। ତାଙ୍କର ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ରେକର୍ଡ ଭଲ ରହିଛି। ସେ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ୧୦ ଟେଷ୍ଟରେ ୪୩ର ଔସତରେ ୭୭୨ ରନ କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ୨ ଟି ଶତକ ଓ ୪ ଟି ଅର୍ଦ୍ଧଶତକ ଲଗାଇଛନ୍ତି ବୋଲି ଜଣା ଯାଇଛି।
???? ?????-??? ???-???? ??????? ?
? That moment when #TeamIndia Head Coach Rahul Dravid rolled his arm over in the nets. ? ?#INDvNZ @Paytm pic.twitter.com/97YzcKJBq3
— BCCI (@BCCI) November 24, 2021
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।