ରାହାଣେ ଏବଂ ପୂଜାରାଙ୍କୁ ଆଉ ଟିମରେ ସୁଯୋଗ ମିଳିବା ଦରକାର କି? ନା ଯୁବ ଖେଳାଳିଙ୍କୁ ଚାନ୍ସ ଦିଆଯିବା ଦରକାର? ଦିଅନ୍ତୁ ମତାମତ

ଭାରତୀୟ ଟେଷ୍ଟ କ୍ରିକେଟ କଥା ଆଲୋଚନା କରିବା ତ ବିରାଟ କୋହଲି ଙ୍କ ପରେ ଦୁଇ ବଡ଼ ଖେଳାଳି ନାମ ଆଗକୁ ଆସେ। ସେହି ଦୁଇ ଖେଳାଳି ଆଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରା ଅଟନ୍ତି। କିଛି ଦିନ ପୂର୍ବରୁ ଆଜିଙ୍କ୍ୟ ରାହାଣେ ଟେଷ୍ଟର ଭାଇସ କ୍ୟାପଟେନ ଥିଲେ ଏବଂ ବିରାଟ କୋହଲିଙ୍କ ଅନୁପସ୍ଥିତରେ ସେ କ୍ୟାପଟେନର ଭାର ସମ୍ଭାଳୁଥିଲେ। ଅଷ୍ଟ୍ରେଲିଆରେ ମଧ୍ୟ କୋହଲି ଖେଳୁନଥିବା ବେଳେ ସେ କ୍ୟାପଟେନ ହୋଇଥିଲେ। ତେବେ କହିରଖିବୁ କି ରାହାଣେ କିଛି ଦିନ ତଳେ ଭାରତର ଟେଷ୍ଟ କ୍ରିକେଟର ଉପ ଅଧିନାୟକ ଥିଲେ ହେଲେ ସେ ଆଉ ଭାଇସ କ୍ୟାପଟେନ ପଦବୀରେ ନାହାନ୍ତି। ତାଙ୍କ ଜାଗାରେ ସେହି ପଦ ରୋହିତ ଶର୍ମାଙ୍କୁ ମିଳିଛି।

Google

ଆଜିଙ୍କ୍ୟ ରାହାଣେ ଅନେକ ପାରିରେ ସୁନ୍ଦର ବ୍ୟାଟିଂ କରି ଭାରତକୁ ମଝଭୁତ ସ୍ଥିତିକୁ ଆଣିଥିଲେ। ହେଲେ ନିକଟରେ କିଛି ମ୍ୟାଚ ହେବ ତାଙ୍କର ଫର୍ମ ଉପରେ ପ୍ରଶ୍ନ ଉଠୁଛି। ତାଙ୍କର ଟେଷ୍ଟ ଆଭରେଜ ଦେଖିବା ତ ରିପୋର୍ଟ ଅନୁସାରେ ୩୯.୦୬ ଅଟେ।

ଚେତେଶ୍ୱର ପୂଜାରାଙ୍କ କଥା କହିବା ତ ସେ ନମ୍ବର ୩ ରେ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ବହୁତ ଦିନ ହେବ ଖେଳିଲେଣି। ତାଙ୍କର ଦକ୍ଷତା କମାଲ ଅଟେ। ସେ ଭାରତ ପାଇଁ ଅନେକ ବିଜୟ ପାରି ଖେଳିବାର ଭୂମିକା ମଧ୍ୟ ନିଭେଇଛନ୍ତି। ହେଲେ ଗତ କିଛି ଦିନ ହେବ ଆଜିଙ୍କ୍ୟ ରାହାଣେ ଏବଂ ପୂଜାରଙ୍କ ଫର୍ମ ଏତେ ଖାସ ନାହିଁ। ପୂଜାରା ୯୪ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ତାଙ୍କର ହାଇସ ସ୍କୋର ୨୦୬ ଥିବା ବେଳେ ଆଭରେଜ ୪୪.୧୧ ଅଟେ।

Google

ବିଭିନ୍ନ ସମାଲୋଚନା ମଧ୍ୟ କିଛି ଦିନ ତଳେ ଏହା ବିଷୟରେ ହେଉଥିଲା। ଆପରପକ୍ଷରେ ଯୁବ ବ୍ୟାଟ୍ସମାନ ଶ୍ରେୟାସ ଅୟର ନିଜର ଡେବ୍ୟୁ ମ୍ୟାଚରେ ଶତକ ଲଗାଇ ମଧ୍ୟ ସାଉଥ ଆଫ୍ରିକା ସିରିଜରେ ପ୍ଲେଇଁ ଇଲେଭେନରେ ଓହ୍ଲାଇନାହାନ୍ତି। କଣ ତାଙ୍କୁ ମିଳିବା ଦରକାର ସୁଯୋଗ କି? କଣ ଆପଣଙ୍କ ମତ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *