ବ୍ୟୁରୋ ରିପୋର୍ଟ: ଭାରତ ଅନେକ ବର୍ଷ ପରେ ପ୍ରଥମ ଥର ପାଇଁ ସିନିଅର ଖେଳାଳି ଚେତେଶ୍ୱର ପୂଜାରା ଏବଂ ରାହାଣେଙ୍କ ବିନା ମୈଦାନ ଉପରକୁ ଆସିବାକୁ ଯାଉଛି। ତେବେ ଏହି ଦୁଇଜଣ ଖେଳାଳି ଲଗାତାର ଖରାପ ପ୍ରଦର୍ଶନ ପରେ ଟିମରୁ ବାହାରି ଗଲେ ଆଉ ଏବେ ତାଙ୍କ ସ୍ଥାନ ନୂତନ ଖେଳାଳି ମାନଙ୍କୁ ମିଳିବାକୁ ଯାଉଛି। ତେବେ ମୋହାଳି ଟେଷ୍ଟ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ନିଜର ଏକ ବକ୍ତବ୍ୟ ଦେଇଛନ୍ତି ଯାହା ଭିତରେ ସେ କହିଛନ୍ତି କି ଏହି ଦୁଇଜଣ ଖେଳାଳିଙ୍କ ପାଇଁ ଟିମକୁ ଫେରିବାର ରାସ୍ତା ଏ ଯାଏ ବନ୍ଦ ହେଇନାହିଁ।

ରାହାଣେ ଏବଂ ପୂଜାରାଙ୍କ ସ୍ଥାନ ଭରଣା କରିବା ସହଜ ନୁହଁ:
ଟେଷ୍ଟ ମ୍ୟାଚ ଆଗରୁ ରୋହିତ ଶର୍ମା ପୂଜାରା ଏବଂ ରାହାଣେଙ୍କର ଭରା ଭରା ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି କି ” ଦେଖନ୍ତୁ ପୂଜାରା ଓ ରାହାଣେଙ୍କର ସ୍ଥାନ ଭରଣା କରିବା ଜମା ବି ସହଜ ନୁହଁ। କାରଣ ଏତେ ବର୍ଷ ପରିଶ୍ରମ ପରେ ଏହି ଖେଳାଳି ମାନେ ଟିମକୁ ଏତେ କିଛି ଦେଇଛନ୍ତି ଯାହାର କଳନା କରିବା ମଧ୍ୟ ମୁସ୍କିଲ ଅଟେ। କାରଣ ବିଦେଶୀ ମାଟି ଉପରେ ଭାରତର ବିଜୟ ତଥା ଭାରତ ନମ୍ବର ଏକ ପୋଜିସନକୁ ଆସିବା ସେହି ସବୁ ସ୍ଥାନରେ ଏହି ଦୁଇଜଣ ଆମ ସହ ଥିଲେ। ତେବେ ଏମାନଙ୍କର ସ୍ଥାନ କିଏ ନେବ ତାହା ଜଣା ନାହିଁ ମାତ୍ର ସେମାନଙ୍କର ସ୍ଥାନ ଭରିବା ସହଜ ହେବ ନାହିଁ।”
ଏହାପରେ ରୋହିତ ଶର୍ମା ଆଗକୁ କହିଲେ କି ,” ଏପରି ନାହିଁ କି ଏହି ଖେଳାଳି ମାନଙ୍କ ପାଇଁ ଟିମ ଭିତରକୁ ରାସ୍ତା ବନ୍ଦ ହେଇଗଲା। କାରଣ ସେମାନେ ଲଗାତାର ଭଲ ପ୍ରଦର୍ଶନ କରିଛନ୍ତି ଆଉ ସେମାନଙ୍କୁ ବିଚାର ଭିତରକୁ ନିଆଯିବ। ଆଉ ସେମାନେ ଆଗକୁ ଭଲ ପ୍ରଦର୍ଶନ କଲେ ଟିମକୁ ପୁଣି ଫେରି ପାରିବେ। ତେବେ ସେମାନଙ୍କର ଏହି ବିଚାର ଆମକୁ କରିବାକୁ ହେବ। ଦୁଇଜଣ ବ୍ୟାଟ୍ସମ୍ୟାନଙ୍କୁ ବାର୍ଷିକ କଣ୍ଟ୍ରାକ୍ଟ ଲିଷ୍ଟ ମଧ୍ୟ ଦିଆ ଯାଇଛି।

ମୋହାଲି ଟେଷ୍ଟର ଓପନିଂ କମ୍ବିଂନେସନକୁ ନେଇ ରୋହିତ ଶର୍ମା କହିଲେ କି “ମୟଙ୍କ, ଶୁଭମାନ ଆଉ ଶ୍ରେୟାସ ସମସ୍ତେ ବହୁତ ଉନ୍ନତ ଅଟନ୍ତି ଆଉ ସେମାନେ ଆମ ଦେଶର ଭବିଷ୍ୟତ ଅଟନ୍ତି।” ପ୍ରଥମ ଟେଷ୍ଟର ଓପନିଂ ଯୋଡି ଭାବେ ମୟଙ୍କ ଅଗ୍ରୱାଲ ଓ ରୋହିତ ଶର୍ମା ନଜର ଆସିପାରନ୍ତି। ବିରାଟ କୋହଲିଙ୍କ ୧୦୦ ତମ ଟେଷ୍ଟ ଖେଳିବାର କୀର୍ତ୍ତିମାନ ପାଇଁ ତାଙ୍କୁ ଅନେକ ଖେଳାଳି ଶୁଭେଚ୍ଛା ପ୍ରଦାନ କରିଛନ୍ତି।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।