IND vs SA: ଫର୍ମକୁ ଫେରିଲେ ଟେଷ୍ଟର ସୁପରଷ୍ଟାର ପୂଜାରା ଏବଂ ରାହାଣେ ! ଦ୍ୱିତୀୟ ଟେଷ୍ଟରେ ସମ୍ଭାଳିଲେ ଭାରତର ପାରି

ସାଉଥ ଆଫ୍ରିକା ବନାମ ଭାରତ ଦ୍ୱିତୀୟ ଟେଷ୍ଟ ଖେଳାଯାଉଥିବା ବେଳେ ଭାରତ ଏଯାଏ ଭଲ ସ୍ଥିତିରେ ଅଛି। ନ୍ୟୁଜ ଲେଖା ହେବା ପର୍ଯ୍ୟନ୍ତ ଭାରତୀୟ ଦଳ ୧୪୮ ରନରେ ୨ଟି ୱିକେଟ ହରାଇଛି। ଚେତେଶ୍ୱର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେ ବ୍ୟାଟିଂରେ ଅଛନ୍ତି।

Google

ପୂଜାରା ୭୩ ବଲରେ ୧୦ ଟି ଚୌକା ସହାୟତାରେ ୫୧ କରି ନଟ ଆଉଟ ଥିବା ବେଳେ ରାହାଣେ ସୁନ୍ଦର ବ୍ୟାଟିଂ କରି ୭୦ ବଲରେ ଗୋଟିଏ ଛକା ଏବଂ ୭ଟି ଚୌକା ଲଗାଇ ୫୨ ରନରେ ନଟ ଆଉଟ ଅଛନ୍ତି।

କେତେକ ମ୍ୟାଚ ହେବ ଏହି ଦୁଇ ବ୍ୟାଟ୍ସମାନ ଫର୍ମରେ ନଥିଲେ। ହେଲେ ସାଉଥ ଆଫ୍ରିକା ବିରୁଦ୍ଧ ଦ୍ଵିତୀୟ ଟେଷ୍ଟର ଭାରତର ଦ୍ୱିତୀୟ ପାରିରେ ଚମତ୍କାର ବ୍ୟାଟିଂ କରି ଦଳକୁ ମଜଭୁତ ସ୍ଥିତିକୁ ନେଇଛନ୍ତି ଏହି ଦୁଇ ଅନୁଭବି ବ୍ୟାଟ୍ସମାନ। କେ ଏଲ ରାହୁଲ ୮ ଏବଂ ମୟଙ୍କ ଅଗ୍ରୱାଲ ୨୩ କରି ଆଉଟ ହୋଇଯାଇଥିଲେ।

ପ୍ରଥମ ପାରିରେ ଟିମ ଇଣ୍ଡିଆ ୨୦୨ ରନ କରିଥିବା ବେଳେ ସାଉଥ ଆଫ୍ରିକା ନିଜର ପ୍ରଥମ ପାରିରେ ୨୨୯ ରନ କରିଥିଲା। ସାରଦୁଲ ଠାକୁର ଚମତ୍କାର ବୋଲିଂ କରି ୭ଟି ୱିକେଟ ଅକ୍ତିଆର କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *