ବ୍ୟୁରୋ ରିପୋର୍ଟ: ରଣଜୀ ଟ୍ରଫି ୧୦ ଫେବୃଆରୀରୁ ଆରମ୍ଭ ହେବା ଦ୍ଵାରା ଅନୁଭବୀ କ୍ରିକେଟର ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କୁ ନିଜ ଟେଷ୍ଟ ଫର୍ମକୁ ଫେରିବାକୁ ମୌକା ମିଳିଯିବ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଫେବୃଆରୀର ଶେଷ ସପ୍ତାହରେ ଖେଳାଯିବ। ଭାରତରେ ଏହି ସିରିଜ ଆୟୋଜନ ହେବ ଯାହାକି ୨୫ ଫେବୃଆରୀରୁ ଆରମ୍ଭ ହେବ। ଏହା ପୂର୍ବରୁ ଏହି ଦୁଇ ଅନୁଭବୀ କ୍ରିକେଟର ବଡ଼ ଶତକ ରଣଜୀ ଟ୍ରଫିରେ ମାରି ଆତ୍ମବିଶ୍ୱାସକୁ ଫେରିବାକୁ ଚାହିଁବେ। ଯାହା ଦ୍ଵାରା ସେ ପୁଣି ଯେପରି ଭାରତୀୟ ଟେଷ୍ଟ ଟିମରେ ନିଜ ସ୍ଥାନ ମଝବୁତ କରି ପାରିବେ।

ଏଲଟି ଗ୍ରୁପ ମ୍ୟାଚ ୧୬ ଫେବୃଆରୀରୁ ଆରମ୍ଭ ହେବ ଯେବେକି ପ୍ଲେଟ ଗ୍ରୁପ ମ୍ୟାଚ ୧୦ ଫେବୃଆରୀରୁ ଆରମ୍ଭ ହେବ। ଆଲୋଚନାରେ ଘେରି ହୋଇଥିବା ସିନିୟର ଖେଳାଳି ରାହାଣେ ଓ ପୂଜାରାଙ୍କୁ ଚୟନକର୍ତାଙ୍କ ଭରସା ଜିତିବା ପାଇଁ କମସେ କମ ଦୁଇଟି ମ୍ୟାଚ ତ ମିଳିବ। ଦୁଇ ବ୍ୟାଟ୍ସମ୍ୟାନ ନିଜ ନିଜ ରଣଜୀ ଟିମ ମୁମ୍ବାଇ ଓ ମହାରାଷ୍ଟ୍ର ସହ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି।ଦୁହେଁ ଆଶା କରିବେକି ବଡ଼ ସ୍କୋର କରିବା ପାଇଁ।
ଯଦି ଅହମ୍ମଦାବାଦରେ ସୌରାଷ୍ଟ୍ର ଓ ମୁମ୍ବାଇ ମଧ୍ୟରେ ହେବାକୁ ଥିବା ମ୍ୟାଚର ଅଂଶ ହେବ ତ ଦୁହେଁ ଦୁହିଁଙ୍କ ବିରୁଦ୍ଧରେ ଖେଳିବେ। ମୁମ୍ବାଇର କୋଚ ଅମୋଲ ମଜୁମଦାର କହିଛନ୍ତି,”ରାହାଣେ ନିଶ୍ଚିତ ରୂପରେ ପ୍ରସ୍ତୁତ ଅଛନ୍ତି। ଆମେ ଅନେକ ଥର ଭେଟିଛୁ,ସେ ଏବେ ମୁମ୍ବାଇ ଟିମ ସହିତ ଅଭ୍ୟାସ କରୁଛନ୍ତି। ସେ ଦୁଇଟି ସେସନ କରିସାରିଛନ୍ତି,ଓ ସେ ଭଲ ଫର୍ମରେ ଲାଗୁଛନ୍ତି”।

ସେ କହିଛନ୍ତି,”ଆମକୁ ଭବିଷ୍ୟତରେ ଅଧିକ ଦେଖିବାକୁ ଆବଶ୍ୟକତା ନାହିଁ। କିନ୍ତୁ ଆମସାମ୍ନାରେ ଏବେ ରଣଜୀ ଟ୍ରଫି ଅଛି। ଦୁହିଁଙ୍କୁ ଏକ ବଡ଼ ପାରିର ଆବଶ୍ୟକତା ରହିଛି ଓ ମତେ ଲାଗୁଛି ଏହା ଆତ୍ମବିଶ୍ୱାସର କଥା ଅଟେ। କେବେ କେବେ ବ୍ୟାଟ୍ସମ୍ୟାନ କିଛି ନୁହେଁ କେବଳ ଆତ୍ମବିଶ୍ୱାସ ହୋଇଥାଏ। ଆପଣ କୌଣସି ପ୍ରକାର ଏହି ଆତ୍ମବିଶ୍ୱାସକୁ ଫେରାଇଆଣିପାରିବେ। ଏପରି ସେବେ ହେବ ଯେବେ ଆପଣ ବଡ଼ଶତକ ମାରିବେ”।
ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ପୂଜାରା ଓ ରାହାଣେଙ୍କ ଉପରେ ଏହି ଘରୋଇ ଟୁର୍ଣ୍ଣାମେଣ୍ଟରେ ରନ କରିବାର ଆଶା ରହିଛି। ରାହାଣେ ମୁମ୍ବାଇ ଟିମ ସହିତ କଡା ପରିଶ୍ରମ କରୁଛନ୍ତିତ ପୂଜାରା ପୂର୍ଵ ଚମ୍ପିୟାନ ସୌରାଷ୍ଟ୍ର ସହ ପ୍ରଥମ ସେସନରେ ଭାଗ ନେଇଛନ୍ତି। ପୂଜାରା ଫିଟନେସ ଟେଷ୍ଟ ସହିତ ୯୦ ମିନିଟ ପର୍ଯ୍ୟନ୍ତ ବ୍ୟାଟିଙ୍ଗ କରିଥିଲେ। ସେ ପେସରଙ୍କୁ ଖାସ କରି ରିଭର୍ସ ସୁଇଙ୍ଗ ବଲ ପକାଇବା ପାଇଁ କହିଥିଲେ।

ସୌରାଷ୍ଟ୍ରର କୋଚ ନିରଜ ଓଡେନ୍ଦ୍ରା କହିଛନ୍ତି,”ପୂଜାରା ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ପରି ନୁହଁନ୍ତି। ଯେବେ ସେ ନେଟକୁ ଯାଇଥାନ୍ତି ତାଙ୍କର ସର୍ଵଦା ଏକ ବିଶେଷ ଯୋଜନା ଥାଏ। ସେ ବହୁତ ଖାସ ଟ୍ରେନିଙ୍ଗ କରିଥାନ୍ତି। ଆଜି ସେ ରିଭର୍ସ ସୁଇଙ୍ଗ ବଲରେ ଅଭ୍ୟାସ କରିବାକୁ ଚାହୁଁଥିଲେ। ଯାହାର ସାମ୍ନା ଶ୍ରୀଲଙ୍କା ସିରିଜରେ ତାଙ୍କୁ କରିବାକୁ ପଡିପାରେ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।