ବ୍ୟୁରୋ ରିପୋର୍ଟ: ପଞ୍ଜାଵ କିଙ୍ଗସ ଆଇପିଏଲ ୨୦୨୨ରେ ବିଜୟ ସହ ଆରମ୍ଭ କରିଛି। ଏହି ମ୍ୟାଚରେ ପଞ୍ଜାଵ କିଙ୍ଗସ ଆରସିବିକୁ ୫ ୱିକେଟରେ ହରାଇଛି। ଏହି ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଙ୍ଗ କରି ୨ ୱିକେଟ ହରାଇ ୨୦୫ ରନର ବିଶାଳ ସ୍କୋର କରିଥିଲା। ଏହି ସିଜନରେ କୌଣସି ଟିମ ପ୍ରଥମ ଥର ୨୦୦ ରନ ପାର କରିଛି କିନ୍ତୁ ଟିମକୁ ବିଜୟ ମିଳିଲା ନାହିଁ। ଅଧିନାୟକ ଫାଫ ଡୁ ପ୍ଲେସି ୮୮ ରନର ଆକ୍ରାମକ ପାରି ଖେଳିଥିଲେ କିନ୍ତୁ ଜବାବରେ ପଞ୍ଜାଵ ଟାର୍ଗେଟକୁ ୧୯ ଓଭରରେ ୫ ୱିକେଟ ହରାଇ ହାସଲ କରିନେଇଥିଲା। ଶିଖର ଧାୱନ ଓ ଭାବୁକା ରାଜପକ୍ଷେ ଦୁହେଁ ୪୩-୪୩ ରନ କରିଥିଲେ। କେକେଆର ଓ ଦିଲ୍ଲୀ ମଧ୍ୟ ନିଜ ନିଜ ମ୍ୟାଚ ଜିତିସାରିଛନ୍ତି।

ଲକ୍ଷର ପିଛା କରିବାକୁ ଓହ୍ଲାଇଥିବା ପଞ୍ଜାଵ କିଙ୍ଗସର ଆରମ୍ଭ ଭଲ ରହିଥିଲେ। ଓପନର ମୟଙ୍କ ଅଗ୍ରୱାଲ ଓ ଶିଖର ଧାୱନ ପ୍ରଥମ ୱିକେଟ ପାଇଁ ୭.୧ ଓଭରରେ ୭୧ ରନ କରିଥିଲେ। ମୟଙ୍କ ଅଗ୍ରୱାଲ ୨୪ ବଲରେ ୩୨ ରନ କରି ଲେଗ ସ୍ପିନର ୱାଧେନ୍ଧୁ ହସାରଂଙ୍ଗାଙ୍କ ବଲରେ ଆଉଟ ହୋଇଗଲେ। ସେ ନିଜ ପାରିରେ ଦୁଇଟି ଚୌକା ଓ ଦୁଇଟି ଛକା ମାରିଥିଲେ। ଏହା ପରେ ଧାୱନ ୨୯ ବଲରେ ୪୩ ରନ କରି ପ୍ରେସର ବୋଲର ହର୍ଷଲ ପଟେଲଙ୍କ ବଲରେ ଆଉଟ ହୋଇଥିଲେ। ସେ ନିଜ ପାରିରେ ୫ ଟି ଚୌକା ଓ ଗୋଟେ ଛକା ମାରିଥିଲେ।
ଭାନୁକା ଖେଳିଲେ ଆକ୍ରାମକ ପାରି:
ନମ୍ବର ୩ରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା ଭାନୁକା ରାଜପକ୍ଷେ ଆକ୍ରାମକ ପାରି ଖେଳିଥିଲେ। ସେ ୨୨ ବଲ ଖେଳି ୪୩ ରନ କରିଥିଲେ। ଏହି ସମୟରେ ସେ ୨ଟି ଚୌକା ଓ ୪ ଟି ଛକା ମାରିଥିଲେ ଓ ତାଙ୍କ ଷ୍ଟାଇକରେଟ ୨୦୦ ପାଖାପାଖି ଥିଲା। ତାଙ୍କୁ ମହମ୍ମଦ ସିରାଜ ଆଉଟ କରିଥିଲେ ଓ ଏହାର ପର ବଲରେ ରାଜ ବାବାଙ୍କୁ ମଧ୍ୟ ମହମ୍ମଦ ସିରାଜ ଏଲବୀ ଡବ୍ଲୁ ଆଉଟ କରିଦେଇଥିଲେ।ଏହିପରି ସ୍କୋର ୪ ୱିକେଟରେ ୧୩୯ ରନ ହୋଇଗଲା।

ଲିବିଂଙ୍ଗଷ୍ଟୋନ ମଧ୍ୟ ଭଲ ପାରି ଖେଳି ଫେରିଲେ:
ଲିୟାମ ଲିଭିଙ୍ଗଷ୍ଟୋନ ମଧ୍ୟ ଭଲ ପାରି ଖେଳିଥିଲେ, ସେ ୧୦ ବଲରେ ଦୁଇଟି ଛକା ସହ ୧୯ ରନ କରିଥିଲେ। ତାଙ୍କୁ ପ୍ରେସର ବୋଲର ଆକାଶ ଦୀପ ଆଉଟ କରିଥିଲେ।ଏହା ପରେ ସ୍କୋର ୫ ୱିକେଟରେ ୧୫୬ ରନ ହୋଇଥିଲା।ଟିମକୁ ଜିତିବା ପାଇଁ ଆଉ ୩୧ ବଲରେ ୫୦ ରନର ଆବଶ୍ୟକତା ଥିଲା। ଏହା ପରେ ସାହାରୁଖ ଖାନ ଓ ଓଡ଼ିୟନ ସ୍ମିଥ ପାରିକୁ ସମ୍ଭାଳିଥିଲେ। ସାହରୁ ଖାନ ୨୦ ବଲରେ ୨୪ ଓ ସ୍ମିଥ ୮ ବଲରେ ୨୫ ରନ କରି ନଟଆଉଟ ରହିଲେ। ସ୍ମିଥ ୧୮ ତମ ଓଭରରେ ସିରାଜଙ୍କ ବଲରେ ତିନୋଟି ଛକା ଓ ଗୋଟେ ଚୌକା ମାରିଥିଲେ।
ଡୁପ୍ଲେସି-କୋହଲିଙ୍କର ଶତକୀୟ ପାର୍ଟନରସିପ:
ଏହା ପୂର୍ବରୁ ପଞ୍ଜାଵର ଅଧିନାୟକ ଟଚ ଜିତି ପ୍ରଥମେ ବୋଲିଙ୍ଗ ନିସ୍ପତି ନେଇଥିଲେ। ଫାଫ ଡୁପ୍ଲେସି ଓ ଅନୁଜ ରାଵତ ପ୍ରଥମ ୱିକେଟ ପାଇଁ ୫୦ ରନର ପାର୍ଟନରସିପ କରିଥିଲେ। ଅନୁଜ ୨୦ ବଲରେ ୨୧ ରନ କରି ରାହୁଲ ଚାହାରଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ କୋହଲି ଓ ଡୁପ୍ଲେସିଦ୍ୱିତୀୟ ୱିକେଟ ପାଇଁ ୧୧୮ ରନର ପାର୍ଟନରସିପ କରି ଟିମର ସ୍କୋର ୧୫୦ ପାର କରିଥିଲେ।ଡୁପ୍ଲେସି ୫୭ ବଲରେ ୮୮ ରନ କରି ଆଉଟ ହୋଇଥିଲେ। ସେ ନିଜ ପାରିରେ ୩ ଟି ଚୌକା ଓ ୭ ଟି ଛକା ମାରିଥିଲେ ମାନେ ୫୪ ରନ ବାଉଣ୍ଡରିରେ ମାରିଥିଲେ।
Upstox Most Valuable Asset of the Match between @PunjabKingsIPL and @RCBTweets is Bhanuka Rajapaksa.#TATAIPL #OwnYourFuture #PBKSvRCB pic.twitter.com/490eRnwDuY
— IndianPremierLeague (@IPL) March 27, 2022
ଚତ୍ରୁର୍ଥ ନମ୍ବରରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା ଦିନେସ କାର୍ତିକ ୧୪ ବଲରେ ୩୨ ରନ କରି ଟିମର ସ୍କୋର ୨୦୦ ରନ ପାର କରିଥିଲେ। ସେ ୩ ଟି ଛକା ଓ ୩ ଟି ଚୌକା ମାରିଥିଲେ ମାନେ ୩୦ ରନ କେବଳ ବାଉଣ୍ଡରିରେ। କୋହଲି ୨୯ ବଲରେ ୪୧ ରନ କରି ନଟଆଉଟ ରହିଥିଲେ। କୋହଲି ନିଜ ପାରିରେ ଗୋଟେ ଚୌକା ଓ ଦୁଇଟି ଛକା ମାରିଥିଲେ। ପଞ୍ଜାଵ ୨୩ ରନ ଅତିରିକ୍ତ ଦେଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।