୨୦୨୧ ଆଇପିଏଲ ସଂସ୍କରଣ ସମ୍ପାପ୍ତ ହୋଇସାରିଛି। ଚେନ୍ନାଇ ସୁପର କିଂଗ୍ସ ଚମ୍ପିୟାନ ଟାଇଟଲ ହାସଲ କରିଥିଲା। ୨୦୨୧ ସିଜିନରେ ଅନେକ ଯୁବ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅନେକ ଯୁବ ପ୍ରତିଭା ଆଇପିଏଲ ଦ୍ୱାରା ନିଜର ଉତ୍ତମ ପ୍ରଦର୍ଶନ କରି ପାରିଛନ୍ତି। ୨୦୨୨ ରେ ମେଗା ଅକ୍ସନ ଆକର୍ଷଣୀୟ ହେବ ବୋଲି ଅନୁମାନ କରାଯାଉଛି।

କିନ୍ତୁ ଏହା ପୂର୍ବରୁ ରହିଛି ରହସ୍ୟମୟ ଆଇପିଏଲ ଅକ୍ସନ ,ଯେଉଁଥିରେ କି ସମସ୍ତ ଖେଳାଳୀ ପରିବର୍ତ୍ତନ ହେବେ। ପ୍ରତ୍ୟେକ ଦଳ ନିଜ ଟିମରେ ଅତିବେଶୀରେ ୪ ଟି ଖେଳାଳିଙ୍କୁ ରିଟେନ ରଖିପାରିବେ। ଅଧିକ ଖେଳାଳି ରଖିପାରିବେ ନାହିଁ। ଏଥିସହିତ ଦୁଇଟା ନୂତନ ଦଳ ଲଖନୌ ଏବଂ ଅହମ୍ମଦାବାଦ ଆଇପିଏଲର ୨୦୨୨ ସଂସ୍କରଣରେ ସାମିଲ ହେବାକୁ ଯାଉଛି।
ଏଥିମଧ୍ୟରେ ଏକ ବିଶେଷ ସୂତ୍ରରୁ ଲଖନୌ ଦଳର ନୂତନ କୋଚଙ୍କ ନାମ ପ୍ରାୟତଃ ଜଣାପଡ଼ିଛି। ସେ ହେଉଛନ୍ତି ଜିମ୍ବାୱେର ପୂର୍ବତନ ଅଧିନାୟକ ଏନ୍ଡି ପ୍ଲାବର। ତାଙ୍କର ଅନେକ ଅଭିଜ୍ଞତା ରହିଛି। ସେ ପୂର୍ବରୁ ଇଂଲଣ୍ଡ ଦଳର କୋଚ୍ ରହିସାରିଛନ୍ତି। ଏହା ପୂର୍ବରୁ ସେ ପାକିସ୍ତାନ ଲିଗରେ ମୂଳତାନ ସୁଲତାନ୍ସ ଦଳର କୋଚ୍ ମଧ୍ୟ ରହିସାରିଛନ୍ତି। ସେ ପୂର୍ବରୁ କାରବିଆନ ପ୍ରିମୀୟମ ଲିଗରେ ସେଣ୍ଟ ଲୁସିଯା ଜୁକ୍ସର ମଧ୍ୟ କୋଚ୍ ରହିସାରିଛନ୍ତି। ସେ ଆଇପିଏଲରେ ପଞ୍ଜାଵ ଦଳର ଅସିଷ୍ଟାଣ୍ଡ କୋଚ୍ ମଧ୍ୟ ରହିଛନ୍ତି।

ସମ୍ଭବତଃ ନୂତନ ଖେଳାଳି କେ ଏଲ ରାହୁଲ , ୟୁଜବେନ୍ଦ୍ର ଚହଲ ଏବଂ ରସିଦ ଖାନ ଲଖନୌ ଦଳରେ ରହିପାରନ୍ତି। କ୍ୟାପଟେନ ରାହୁଲ ହୋଇପାରନ୍ତି। ଅହମ୍ମଦାବାଦ ଦଳ ନିଜର କୌଣସି ସୂଚନା ଦେଇ ନାହିଁ। ଏଥିମଧ୍ୟରେ ସନରାଇଜର୍ସ ହାଇଦ୍ରାବାଦରେ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହାର କୋଚ୍ ପରିବର୍ତ୍ତନ ହୋଇ ଅଷ୍ଟ୍ରେଲିଆର ଟମ ମୁଡ଼ିଙ୍କୁ ନୂତନ କୋଚ କରାଯାଇଛି।
ସାଉଥ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନ ବୋଲିଂ କୋଚ୍ ହୋଇପାରନ୍ତି। ଅନ୍ୟ ସମସ୍ତ ଖେଳାଳୀ ଅକ୍ସନ ପରେ କେଉଁ ଦଳରେ ରହିବେ ତାହା ସ୍ଥିର କରାଯିବ। ବର୍ତ୍ତମାନ ଜାନୁଆରୀ ମାସରେ ହେବାକୁ ଥିବା ଅକ୍ସନ ପରେ ସବୁ କିଛି ଜଣାପଡି ଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।