ବ୍ୟୁରୋ ରିପୋର୍ଟ: ଆଇପିଏଲ ମାର୍ଚ୍ଚ ୨୬ରୁ ଆରମ୍ଭ ହେବାର ଅଛି ଓ ଏଥର ମ୍ୟାଚ ବହୁତ ଅଧିକ ରୋମଞ୍ଚକ ହେବାର ଚାନ୍ସ ଅଛି। ଏହାର କାରଣ ଗୋଟିଏ ନୁହେଁ ଅନେକ ଅଛି। ପ୍ରଥମ କଥା ହେଲା ଏଥର ଟିମ ସଂଖ୍ୟା ୮ରୁ ବଢ଼ି ୧୦ ହୋଇ ଯାଇଛି। ଏହା ସହ ମ୍ୟାଚ ମଧ୍ୟ ବଢ଼ି ଯାଇଛି।ଦେଖିବାକୁ ଗଲେ ଆଇପିଏଲ ଫର୍ମାଟ ମଧ୍ୟ ଏହି ବର୍ଷ ଅଲଗା ରହିବ।

ଏହା ସହ ଖେଳାଳି ମାନଙ୍କର ମଧ୍ୟ ଅଦଳ ବଦଳ ହୋଇଛି।ଏହା ମଧ୍ୟରେ ଅନେକ ଟିମକୁ ନୂଆ କ୍ୟାପଟେନ ମଧ୍ୟ ମିଳି ଯାଇଛନ୍ତି। ସେହି ପରି ଗୋଟିଏ ଟିମ ଅଛି ପଞ୍ଜାବ କିଙ୍ଗସ।ଯାହାର କ୍ୟାପଟେନ ଏବେ ଅଛନ୍ତି ମୟଙ୍କ ଅଗ୍ରୱାଲ। ତାଙ୍କର ଏହି ନୂଆ କ୍ୟାପଟେନଙ୍କୁ ଲାଗୁଛି ପଞ୍ଜାବ ଏହି ବର୍ଷ ଆଇପିଏଲ ଜିତି ପାରିବ। ତାଙ୍କ ପାଖରେ ଏହି ବର୍ଷ ଆଇପିଏଲ ଜିତିବା ପାଇଁ ସୁଯୋଗ ରହିଛି। ଦଳ ବି ମଜଭୁତ ଅଛି।
ଟିମ ସହ ୪ଟି ସିଜନ ପର୍ଯ୍ୟନ୍ତ ରହିବା ସହ ଅଗ୍ରୱାଲଙ୍କୁ ଟିମର କ୍ୟାପଟେନ କରାଯାଇଥିଲା। କାରଣ ତାଙ୍କର ଯୋଡ଼ିଦାର କେ ଏଲ ରାହୁଲ ଲକ୍ଷ୍ନୌ ସହ ଯୋଡ଼ି ହୋଇ ଯାଇଛନ୍ତି। ମୟଙ୍କ ପୂର୍ବ ଦୁଇଟି ସିଜନରେ ୪୦୦ରୁ ଅଧିକ ରନ କରିଥିଲେ। କେ ଏଲ ରାହୁଲଙ୍କ ସହ ତାଙ୍କ ଯୋଡ଼ି ବହୂତ ସଫଳ ଥିଲା। ଏହି ଟିମ ନୂଆ ଖେଳାଳିଙ୍କ ସହ ନୂଆ ଆଇପିଏଲ ଜିତିବା ପାଇଁ ପ୍ରସ୍ତୁତ କରୁଛି।
𝙎𝙥𝙤𝙩𝙩𝙚𝙙!
Sadda 🦁 ready to hunt 😍#SaddaPunjab #PunjabKings #TATAIPL2022 @SDhawan25 pic.twitter.com/Ngc7SQGHWc
— Punjab Kings (@PunjabKingsIPL) March 20, 2022
ଏହାକୁ ନେଇ କ୍ୟାପଟେନ କହିଛନ୍ତି କି ଆମ ପାଖରେ ଜିତିବା ପାଇଁ ସକ୍ଷମ ଟିମ ଅଛି। ଖେଳାଳି ମାନଙ୍କ ମଧ୍ୟରେ ନିଜ ପ୍ରତିଭାର ପରିଚୟ ଦେବାକୁ ହେବ। ଟିମ ଭାବେ ଆମେ ନିଲାମୀରେ ଭଲ ପ୍ରଦର୍ଶନ କଲୁ। ଆମେ ଜାଣିଥିଲୁ ଟୁର୍ଣାମେଣ୍ଟ ମୁମ୍ବାଇରେ ଖେଳାଯିବ। ଆମେ ସେହି ହିସାବରେ ଖେଳାଳି ଆଣିଲୁ। କ୍ୟାପଟେନ ମୟଙ୍କ ଅଗ୍ରୱାଲଙ୍କ ଭୂମିକା ଟିମରେ ଅଧିକ ବଢ଼ି ଯାଇଛି। ସେ ତାଙ୍କ ବ୍ୟାଟିଂକୁ ନେଇ କହିଛନ୍ତି କି ଯେତେବେଳେ ମୁଁ ଖେଳୁଛି ସେତେବେଳେ ମୁଁ କେବଳ ଖେଳାଳି।
ଆମ ପାଖରେ ଅନେକ ଅନୁଭବି ଖେଳାଳି ଅଛନ୍ତି ଯାହା ଦ୍ଵାରା ମୋ କାମ ସହଜ ହୋଇ ଯାଇଛି। ମୁଁ ଜଣେ ଖେଳାଳି ଭାବେ ଭଲ ଖେଳିବାକୁ ଚାହେଁ। ଏହାକୁ ନେଇ କିଛି କହି ହେବ ନାହିଁ। କିନ୍ତୁ ଆମ ଟିମରେ ଶିଖର ଧୱନଙ୍କୁ ନେଇ ବହୁତ ଉତ୍ସାହିତ ଅଛି। ପଞ୍ଜାବ ଟିମ ଆଜି ପର୍ଯ୍ୟନ୍ତ ଥରେ ବି ଆଇପିଏଲ ଜିତି ନାହିଁ। ଅନେକ କ୍ୟାପଟେନ ବଦଳିଛନ୍ତି କିନ୍ତୁ କେହି ବି ଟ୍ରଫି ଜିତି ପାରିଲେ ନାହିଁ। ଦେଖିବାକୁ ମିଳିବ କି କଣ ମୟଙ୍କ ଅଗ୍ରୱାଲ ପ୍ରଥମ ଥର ପଞ୍ଜାବକୁ ଆଇପିଏଲ ଚାମ୍ପିଅନ କରି ପାରିବେ ନା ସବୁଥର ଭଳି ଏଥର ଏହି ଟିମ ହାରି ଯିବ।
#MayankAgarwal leading from the front 🧙🏼♂️#ShikharDhawan brings relentless scoring 🏏
Can #Rabada recreate his 2020 form? 🪄@bhogleharsha talks all things #PunjabKings ahead of a brand new #IPL season#CricketTwitter #IPL2022 #ShahrukhKhan pic.twitter.com/XsemKD9blA
— Cricbuzz (@cricbuzz) March 20, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।