ଅନେକ ବର୍ଷ ପଞ୍ଜାଵ ଟିମର ଅଧିନାୟକତ୍ୱ କରିସାରିଥିବା କେଏଲ ରାହୁଲ ଏବେ ଆଇପିଏଲର ୧୫ ତମ ସିଜନରେ ପଞ୍ଜାଵ ଟିମରୁ ଅଲଗା ହୋଇପାରନ୍ତି। ଆଇପିଏଲ ୨୦୧୮ରେ ପଞ୍ଜାଵ କିଙ୍ଗସ ତାଙ୍କୁ ୧୧ କୋଟିରେ କିଣିଥିଲା। ଏବେ ରିପୋର୍ଟ ଆସୁଛି କି ରାହୁଲ ଆଇପିଏଲ ୨୦୨୨ରେ ଲଖନଉ ଟିମର ଅଧିନାୟକତ୍ୱ କରିବେ।

ମିଳିଥିବା ସୂଚନା ଅନୁସାରେ ରାହୁଲ ଆଇପିଏଲ ୨୦୨୨ରେ ଲଖନଉ ଟିମରେ ସାମିଲ ହେବେ। ସେ ସଞ୍ଜୀବ ଗୋୟନକାଙ୍କ ଲଖନଉ ଟିମର ଅଧିନାୟକ ହୋଇପାରନ୍ତି। ପୂର୍ଵ ଚମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ କଥିତ ରୂପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ତିନି ବର୍ଷ ପାଇଁ ସାଇନ ପାଇ ବିକଳ୍ପ ରଖିଛି। ଧୋନି ଚେନ୍ନାଇର ବିଜୟ ପାଇଁ ଆୟୋଜନ ହୋଇଥିବା ସଭାରେ କହିଥିଲେ କି ସେ ଚେନ୍ନାଇରେ ନିଜର ଶେଷ ମ୍ୟାଚ ଖେଳିବେ।
ମୋଟ ୪ ଜଣ ଖେଳାଳିଙ୍କୁ ରିଟେନ କରିପାରିବ ଟିମ: ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ ଚେନ୍ନାଇ ଧୋନିଙ୍କୁ ତିନି ବର୍ଷ ପାଇଁ ରିଟନ ରଖିଛି। ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ଓପନର ଋତୁରାଜ ଗାୟକବାଡ଼ ମଧ୍ୟ ଚେନ୍ନାଇ ଟିମ ସହିତ ରିଟେନ ରହିବେ। ମୋଇନ ଅଲ୍ଲୀଙ୍କୁ ମଧ୍ୟ ରିଟେନ ପାଇଁ ତାଙ୍କ ସହ କଥା ହେଉଛନ୍ତି CSK ଟିମ ବୋଲି ବିଶେଷ ସୂତ୍ରରୁ ଜଣାଯାଉଛି । ସବୁ ଟିମ ଆଗାମୀ ସିଜନ ପାଇଁ ଅତିବେଶୀରେ ୪ ଜଣ ଖେଳାଳିଙ୍କୁ ରିଟେନ କରିପାରିବ।
🚨 IPL UPDATE 🚨
Chennai Super Kings are all set to retain their captain MS Dhoni 🙌
Whereas, KL Rahul likely to lead Lucknow franchise in IPL 2022 🔥#CSK #MSDhoni #KLRahul #IPL #IPL2022 #IPLretention #IndianCricket pic.twitter.com/1BfZJ4IKfn
— FirstSportz (@SportzFirst) November 25, 2021
ଶ୍ରେୟସ ଅୟରଙ୍କୁ ରିଲିଜ କରିପାରେ ଦିଲ୍ଲୀ କ୍ୟାପିଟଲ୍ସ:
ଚେନ୍ନାଇ ସୁପର କିଙ୍ଗସର ସାମ କରନ ଓ ମୋଇନ ଅଲ୍ଲୀ ଚତ୍ରୁର୍ଥ ରିଟେନ ଖେଳାଳି ହେବାର ଦୌଡ଼ରେ ସାମିଲ ଅଛନ୍ତି। ଏହାର ମାନେ ଚେନ୍ନାଇ ସୁରେଶ ରାଇନାଙ୍କୁ ରିଟେନ କରିବ ନାହିଁ। ଦିଲ୍ଲୀ ପୂର୍ଵ ଅଧିନାୟକ ଶ୍ରେୟସ ଅୟରଙ୍କୁ ରିଲିଜ କରିପାରେ ଓ ରିଷଭ ପନ୍ତଙ୍କୁ ଅଧିନାୟକ ରଖିବ।
ରୋହିତ-ବୁମରାଙ୍କୁ ରିଟେନ କରିପାରେ ମୁମ୍ବାଇ ଇଣ୍ଡିଆନ୍ସ:
ଆଇପିଏଲର ପାଞ୍ଚଥରରେ ଚମ୍ପିୟାନ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଆଗାମି ସିଜନ ପୂର୍ବରୁ ରୋହିତ ଶର୍ମା ଓ ଯଶପ୍ରୀତ ବୁମରାଙ୍କୁ ରିଟେନ କରିବା ପାଇଁ ପ୍ରସ୍ତୁତ। ଏହା ପର ଅକ୍ସନରେ ମୁମ୍ବାଇ ପାଇଁ ରିଟେନରେ ଅଛନ୍ତି ଇସାନ କିସନ। କେକେଆର ଆଗାମୀ ସିଜନ ପାଇଁ ରସଲ ଓ ନାରିନଙ୍କୁ ରିଟେନ ରଖିପାରେ।

ଏହି ଖେଳାଳିଙ୍କୁ ମେଗା ଆକ୍ସନ ପୂର୍ବରୁ ରିଟେନ କରାଯାଇପାରେ: ଚେନ୍ନାଇ ସୁପର କିଙ୍ଗସ: ମହେନ୍ଦ୍ର ସିଂହ ଧୋନି, ରବିନ୍ଦ୍ର ଜାଡେଜା, ଋତୁରାଜ ଗାୟକବାଡ଼, ସାମ କରନ ବା ମୋଇନ ଅଲ୍ଲୀ।
ଦିଲ୍ଲୀ କ୍ୟାପିଟଲ୍ସ: ରିଷଭ ପନ୍ତ ,ପୃଥୀ ସ୍ୱ, ଅକ୍ସର ପଟେଲ, ଏନରିକ ନୋରକିଆ।
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, ଯଶପ୍ରୀତ ବୁମରା।

କୋଲକତା ନାଇଟ ରାଇଡ଼ର୍ସ: ସୁନୀଲ ନାରିନ, ଆଣ୍ଡ୍ରେ ରସଲ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।