ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମା ସୀମିତ ଓଭରର ଅଧିନାୟକ ହେବ ପରଠୁ ଭାରତୀୟ ଟିମ ଗୋଟେ ମଧ୍ୟ ମ୍ୟାଚ ହାରିନାହିଁ। ଏହା ପୂର୍ବରୁ ୱେଷ୍ଟଇଣ୍ଡିଜକୁ ଭାରତ ଏକଦିବସିୟ ସିରିଜ ଓ ଟି-୨୦ ସିରିଜରେ ୩-୦ ରେ ହରାଇଥିଲା। ଏବେ ଭାରତ ଶ୍ରୀଲଙ୍କା ବିରୁଦ୍ଧରେ୨୪ ଫେବୃଆରୀରୁ ଆରମ୍ଭ ହେଇଥିବା ତିନୋଟି ମ୍ୟାଚର ଟି-୨୦ ସିରିଜରେ ସୁନ୍ଦର ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ଭାରତ ସୁନ୍ଦର ବିଜୟ ହାସଲ କରିଛି।
ଏହି ମ୍ୟାଚରେ ଏକ ରୋମାଞ୍ଚକ ଘଟଣା ଘଟିଥିଲା ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। କହିରଖିବୁ ପ୍ରାୟ ମାସେ ତଳେ ଅଲ୍ଲୁ ଅର୍ଜୁନଙ୍କର ଯେଉଁ ସୁପରହିଟ ଫିଲ୍ମ ପୁଷ୍ପା ରିଲିଜ ହୋଇଥିଲା ତାର ଡାଇଲଗ ବେସ୍ ଲୋକପ୍ରିୟ ହୋଇଥିଲା। ଅନେକ କଳାକାରଙ୍କ ଠି ନେଇ ଖେଳାଳିମାନେ ମଧ୍ୟ ଏହାର ଡାଇଲୋଗ କପି କରିଥିଲେ। ଏବେ ଭାରତୀୟ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଏପରି କିଛି କରିଛନ୍ତି।ଶ୍ରୀଲଙ୍କାର ବ୍ୟାଟିଙ୍ଗ ସମୟରେ ଯେବେ ରବିନ୍ଦ୍ର ଜାଡେଜା ଯେବେ ୱିକେଟ ନେଇଥିଲେ ସେ ମଧ୍ୟ ନିଜ ଦାଢ଼ିରେ ହାତ ମାରି ପୁଷ୍ପା ଷ୍ଟାଇଲରେ ସେଲିବ୍ରେସନ କରିଥିଲେ।
Main rukega nahi…#WeekendIsHere, ft. @imjadeja#RavindraJadeja #RavindraJadeja? #Jadeja #JadejaPushpa #FridayFeeling #PushpaTheRise #PushpaRaj #AlluArjun #AlluArjunArmy #Cricket pic.twitter.com/aVCWYhVEwH
— Delhi Times (@DelhiTimesTweet) February 25, 2022
ରବିନ୍ଦ୍ର ଜାଡେଜାଙ୍କ ଏହି ଭିଡ଼ିଓ ସୋସିଆଲ ମିଡ଼ିଆର୍ସ ଭାଇରାଲ ହେଉଛି। ମ୍ୟାଚ କଥା କହିବା ତ ଶ୍ରୀଲଙ୍କା ଟସ୍ ଜିତି ଭାରତକୁ ଆଗ ବ୍ୟାଟିଙ୍ଗ ଦେଇଥିଲା। ଭାରତକୁ ଓପନର ରୋହିତ ଶର୍ମା ଓ ଇସାନ କିସନ ସୁନ୍ଦର ଆରମ୍ଭ ଦେଇଥିଲେ। ଭାରତ ଇସାନ ଓ ଶ୍ରେୟସ ଅୟରଙ୍କ ସୁନ୍ଦର ଅର୍ଦ୍ଧଶତକ ଦ୍ଵାରା ୨ ୱିକେଟ ହରାଇ ୧୯୯ ରନ କରିଥିଲା। ୨୦୦ ରନର ପିଛା କରିବାକୁ ଓହ୍ଲାଇଥିବା ଶ୍ରୀଲଙ୍କାର ପ୍ରଥମ ବଲରେ ପ୍ରଥମ ୱିକେଟ ଗଳିଥିଲା ଓ ଶ୍ରୀଲଙ୍କା ୨୦ ଓଭରରେ ୬ ୱିକେଟ ହରାଇ ୧୩୭ ରନ କରିଥିଲା। ଏହିପରି ଭାରତ ହି ମ୍ୟାଚ ୬୬ ରନରେ ଜିତି ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।