ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ସ୍ବଦେଶରେ ଆଜି ପର୍ଯ୍ୟନ୍ତ ଗୋଟେ ମଧ୍ୟ ସିରିଜ ଜିତିନାହିଁ। ଟିମ ଇଣ୍ଡିଆ ପାଖରେ ଅନେକ ମ୍ୟାଚ ବିଜୟୀ ଖେଳାଳି ଅଛନ୍ତି। କେ ଏଲ ରାହୁଲ ଓ ହାର୍ଦିକ ପାଣ୍ଡ୍ୟା ସୁନ୍ଦର ଫର୍ମରେ ଅଛନ୍ତି କିନ୍ତୁ ଜଣେ ଖେଳାଳୀ ଏପରି ଅଛି ଯିଏକି ଏକାକି ନିଜ ଦକ୍ଷତାରେ ଭାରତକୁ ସିରିଜ ଜିତାଇପାରିବ।ଆସନ୍ତୁ ଜାଣିବା ସେହି ଖେଳାଳି ବିଷୟରେ।

ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକ ରିଷଭ ପନ୍ତ ନିଜର ଵିସ୍ପୋଟକ ବ୍ୟାଟିଙ୍ଗ ପାଇଁ ପ୍ରସିଦ୍ଧ। ବର୍ତ୍ତମାନ ସେ ଭାରତୀୟ ତିନୋଟି ଯାକ ଫର୍ମାଟରେ ନମ୍ବର ୧ ୱିକେଟ କିପର ବ୍ୟାଟ୍ସମ୍ୟାନ ଅଟନ୍ତି। ସେ ନିଜ ଜବରଦସ୍ତ ବ୍ୟାଟିଙ୍ଗ ଦ୍ଵାରା ଟିମ ଇଣ୍ଡିଆକୁ ଅନେକ ମ୍ୟାଚ ଜିତାଇଛନ୍ତି। ଯେବେ ସେ ଫର୍ମରେ ଥାଆନ୍ତି ବଡ଼ ବଡ଼ ବୋଲରଙ୍କୁ ମଧ୍ୟ ଛାଡିନାହାଁନ୍ତି। ପନ୍ତ ଭାରତ ପାଇଁ ୪୩ ଟି-୨୦ ମ୍ୟାଚରେ ୬୮୩ ରନ କରିଛନ୍ତି।
ମିଡ଼ିଲ ଅର୍ଡର ପାଇଁ ଅଟେ ପ୍ରମୂଖ ସମୟ:
ରିଷଭ ପନ୍ତ ପୂର୍ଵ କିଛି ସମୟରେ ଟିମ ଇଣ୍ଡିଆର ତିନୋଟି ଯାକ ଫର୍ମାଟରେ ପ୍ରମୁଖ ସଦସ୍ୟ ଅଟନ୍ତି।ସେ ତଳକ୍ରମରେ ଆସି ଵିସ୍ପୋତକ ବ୍ୟାଟିଙ୍ଗ କରିବାରେ ମାହୀର। ସେ ଗୋଟେ ହାତରେ ଛକା ମାରିବା ପାଇଁ ବେଶ ଲୋକପ୍ରିୟ। ସେ ନିଜ ବିସ୍ପୋଟକ ବ୍ୟାଟିଙ୍ଗ ଦ୍ଵାରା ଅନେକ ପ୍ରସଂସକଙ୍କୁ ଦିୱାନା କରିଛନ୍ତି। ଆଇପିଏଲ ୨୦୨୨ରେ ସେ ୧୪ ମ୍ୟାଚରେ ୩୪୦ ରନ କରିଥିଲେ। ଅଧିନାୟକ କେଏଲ ରାହୁଲ ତାଙ୍କଠୁ ବହୁତ କିଛି ଆଶା କରିବେ।

ବାୟୋ ବବୁଲରୁ ବାହାରି ଖୁସି ଅଛନ୍ତି ପନ୍ତ:
ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ କହିଛନ୍ତି,”ବାୟୋ ବବୁଲରୁ ବାହାରିବା ପ୍ରକୃତରେ ଭଲ ଅନୁଭବ ଅଟେ ଓ ଆଶା କରୁଛି ଆଉ ବାୟୋ ବବୁଲ ଭଳି ପରିସ୍ଥିତି ହେବ ନାହିଁ। ଏଥିପାଇଁ ଏହା ଜାଣି ମୁଁ ବହୁତ ଖୁସି”। ପନ୍ତ କହିଛନ୍ତି ଯେବେ ଆପଣ ପୁରା ବର୍ଷ ଖେଳିଥାନ୍ତି ନିଜ ଉପରୁ ଚାପ ହଟାଇବା ପାଇଁ ଆପଣଙ୍କୁ ଆରାମର ଆବଶ୍ୟକତା ହୋଇଥାଏ। ଯଦି ଆପଣ ନିଜ ମତିଷ୍କକୁ ଥଣ୍ଡା କରିବେନି ଆପଣ ୧୦୦% ଦେଇପାରିବେ ନାହିଁ। ଆମକୁ ନିଜ ଉପରେ କାମ କରିଚାଲିବା ଉଚିତ ଯାହା ଦ୍ୱାରା ଭଲ ପାରି ଖେଳିପାରିବା।
ବାପା ବି ଥିଲେ ୱିକେଟ କିପର:
ରିଷଭ ପନ୍ତ ଆଗକୁ କହିଛନ୍ତି,”ଯେବେବି ଖେଳାଳିବା ପାଇଁ ଆସିଥାଏ ନିଜର ୧୦୦% ଦେବାପାଇଁ ପୁରା ଚେଷ୍ଟା କରିଥାଏ। କିନ୍ତୁ ମୁଁ ସର୍ବଦା ୱିକେଟକିପର ବ୍ୟାଟ୍ସମ୍ୟାନ ହିଁ ରହିଛି,କାରଣ ପିଲାବେଳୁ ହିଁ ୱିକେଟ କିପିଙ୍ଗ ଆରମ୍ଭ କରିଥିଲେ ,କାରଣ ମୋ ବାପା ମଧ୍ୟ ୱିକେଟ କିପର ଥିଲେ। ଏହିପରି ମୁଁ ୱିକେଟ କିପିଙ୍ଗ କରିବା ଆରମ୍ଭ କରିଥିଲି”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।