ବ୍ୟୁରୋ ରିପୋର୍ଟ: ଅଜିଙ୍କ୍ୟ ରାହାଣେ ଚଳିତ ବର୍ଷରେ ହେବାକୁ ଥିବା ଆଇପିଏଲ ମ୍ୟାଚ୍ ଗୁଡିକରୁ ବାଦ ପଡ଼ିବେ କାରଣ ତାଙ୍କର ଦଳ କୋଲକାତା ନାଇଟ ରାଇଡର୍ସ ଗତ ମ୍ୟାଚରେ ହାଇଦ୍ରାବାଦ ବିପକ୍ଷରେ ଖେଳୁଥିବା ସମୟରେ ତାଙ୍କୁ ନିଜ ହାମଷ୍ଟ୍ରିଙ୍ଗରେ ଆଘାତ ଲାଗିଛି ଯାହା କାରଣରୁ ସେ ଆଇପିଏଲ ମ୍ୟାଚ୍ ଗୁଡିକରୁ ବାଦ୍ ପଡିଛନ୍ତି।

ଏହା ଦ୍ଵାରା ସେ କେବଳ ଚଳିତ ବର୍ଷର ହେବାକୁ ଥିବା ଆଇପିଏଲ ମ୍ୟାଚରୁ ନୁହେଁ ବରଂ ଆଗକୁ ଆସୁଥିବା ଭାରତ ଇଂଲଣ୍ଡ ବିପକ୍ଷ ଖେଳରେ ମଧ୍ୟ ସେ ଅଂଶ ଗ୍ରହଣ କରି ନପରାନ୍ତି। ଅଜିଙ୍କ୍ୟ ରାହାଣେ ଚଳିତ ବର୍ଷ ଆଇପିଏଲ ଆରମ୍ଭରୁ ହିଁ ନିଜର ପ୍ରଦର୍ଶନ ଦେଖାଇବାରେ ଅସମର୍ଥ ହୋଇଥିଲେ ଯାହା ଫଳରେ ତାଙ୍କୁ ତାଙ୍କର ଦଳ କୋଲକାତା ନାଇଟ ରାଇଡର୍ସ ତରଫରୁ କିଛି ମ୍ୟାଚ ଗୁଡିକରେ ଖେଳିବାକୁ ସ୍ଥାନ ମିଳି ନଥିଲା କିନ୍ତୁ ପୂର୍ବ ଦୁଇଟି ମ୍ୟାଚରେ ତାଙ୍କୁ ଦଳ ତରଫରୁ ଖେଳିବା ପାଇଁ ସ୍ଥାନ ମିଳିଥିଲା ଏବଂ ସେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ। ସମ୍ପୂର୍ଣ୍ଣ ଭଲ ପ୍ରଦର୍ଶନ କହିଲେ ହେବ ନାହିଁ କିନ୍ତୁ ସେ ଏକ ପ୍ରକାରର ଲୟରେ ଦେଖିବାକୁ ମିଳିଥିଲେ।
ଅଜିଙ୍କ୍ୟ ରାହାଣେ ପୂର୍ବ ଦୁଇଟି ମ୍ୟାଚରେ ଭଲ ଭାବରେ ଖେଳିଥିଲେ ଏବଂ କୋଲକାତାର ପୂର୍ବ ମ୍ୟାଚ ଯାହାକି ହାଇଦ୍ରାବାଦ ବିପକ୍ଷରେ ଖେଳିଥିଲେ ସେହି ମ୍ୟାଚରେ ରାହାଣେ ତିନୋଟି ଛକା ଲହାଇଥିଲେ ଏବଂ ଆଦୌ ଗୋଟିଏ ବି ଚାରି ମାରି ନଥିଲେ ଯାହା ଏକ ପ୍ରକାରର ତାଙ୍କ ଫର୍ମ୍ ଫେରିବାର ସୂଚନା ଦେଉଥିଲା କିନ୍ତୁ ଉକ୍ତ ମ୍ୟାଚ୍ ଦ୍ଵାରା ହିଁ ତାଙ୍କୁ ହାମଷ୍ଟ୍ରିଙ୍ଗରେ ଆଘାତ ଲାଗିଥିଲା ଯାହା ଫଳରେ ସେ ଆଉ ବ୍ୟାଟିଂ କରି ପାରି ନଥିଲେ ଏଥି ସହ ସେ ଆଉ ଫିଲଡିଂ ମଧ୍ୟ କରି ପାରି ନଥିଲେ।ବର୍ତ୍ତମାନର ସୂଚନା ଅନୁସାରେ ତାଙ୍କର ଆଘାତ କାରଣରୁ ସେ ଆଇପିଏଲରୁ ବାଦ ପଡିପାରନ୍ତି।
ଅପରପକ୍ଷେ ରାହାଣେ ଗତ କିଛି ସମୟ ଧରି ଖରାପ ଫର୍ମ ଦେଇ ଚାଲୁ ଆସୁଛନ୍ତି ସେ ଦିଲ୍ଲୀ ଏବଂ ରାଜସ୍ଥାନ ତରଫରୁ ମଧ୍ୟ ଭଲ ପ୍ରଦର୍ଶନ କରି ନଥିଲେ ଏବଂ ତାଙ୍କୁ ଭାରତୀୟ ଟେଷ୍ଟ ଟିମ୍ ରୁ ମଧ୍ୟ ଚୟନ କରା ଯାଇ ନଥିଲା କିନ୍ତୁ ପରେ ସେ ଚଳିତ ବର୍ଷ ଆଇପିଏଲ ରେ କୋଲକାତା ନାଇଟ ରାଇଡର୍ସ ଦ୍ଵାରା କିଣା ହୋଇଥିଲେ। ଅପରପକ୍ଷେ କୋଲକାତା ଦଳ ସମ୍ପୂର୍ଣ୍ଣ ଆଇପିଏଲ ରେ ନିଜର ଓପନିଂ ଯୋଡ଼ି ଚୟନ କରିବା ପାଇଁ ଅସମର୍ଥ ହୋଇଥିବା ବେଳେ ରହାଣେ ତାଙ୍କ ପାଇଁ ଏକ ଆଶାର କିରଣ ଥିଲେ କିନ୍ତୁ ତାଙ୍କର ଆଘାତ ଏବେ ସବୁ ବଦଳାଇ ଦେଇଛି।ଏବେ ଏହା ଦେଖିବାକୁ ହେବ କୋଲକାତା ଏବଂ ରାହାଣେ କେବେ ସୁସ୍ଥ ହୋଇ ଫେରୁଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।