IND vs NZ ଟେଷ୍ଟ ସିରିଜ: କ୍ୟାପଟେନ ରାହାଣେ ଦୁଇଟି ବଲରେ ହେଲେ ଦୁଇଥର ଆଉଟ! ଏହି ବୋଲର ନେଲେ ୱିକେଟ

ଅଜିଙ୍କ୍ୟ ରାହାଣେଙ୍କର ଅଧିନାୟକତ୍ୱରେ ଟିମ ଇଣ୍ଡିଆ ପ୍ରଥମ ଟେଷ୍ଟ ଖେଳୁଛି। ରାହାଣେ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ ନିସ୍ପତି ନେଇଥିଲେ। ରାହାଣେ ଭଲ ଆରମ୍ଭ କରି ମଧ୍ୟ ମାତ୍ର ୩୫ ରନ କରି ମଧ୍ୟ ଯେମିସନଙ୍କ ବଲରେ ବୋଲ୍ଡ ହୋଇଥିଲେ। ମ୍ୟାଚରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା ରାହାଣେ ଦୁଇଟି ବଲରେ ଦୁଇଥର ଆଉଟ ହୋଇଥିଲେ। ଟେଷ୍ଟ ସିରିଜ ପୂର୍ଵରୁ ଭାରତ ଟି-୨୦ ସିରିଜରେ ୩-୦ରେ ବିଜୟୀ ହୋଇଥିଲା।

Google

ଭାରତୀୟ ପାରିର ୫୦ ତମ ଓଭର କାଇଲ ଯେମିସନ ବୋଲିଙ୍ଗ କରିଥିଲେ ଓ ତାଙ୍କ ପ୍ରଥମ ବଲରେ ରାହାଣେଙ୍କୁ କିପର କ୍ୟାଚ ଆଉଟ ଅମ୍ପାୟର ଦେଇଥିଲେ। ଏହା ପରେ ରାହାଣେ ଡିଆରଏସ ନେଇଥିଲେ ଓ ସଫା ଜଣାପଡିଲାକି ବଲ ତାଙ୍କ ଥାଇ ପ୍ୟାଡ଼ରେ ବାଜିଛି ଯାହା ପରେ ଥାର୍ଡ ଅମ୍ପାୟର ତାଙ୍କୁ ନଟ ଆଉଟ କରିଥିଲେ। କିନ୍ତୁ ତା ପର ବଲରେସେ ବୋଲ୍ଡ ହୋଇଯାଇଥିଲେ।

ଜେମିସନ ଭାରତକୁ ଦେଲେ ତିନୋଟି ବଡ଼ ଝଟକା: ଜେମିସନ ୪ ଟି ଯାକ ୱିକେଟରୁ ତିନୋଟି ୱିକେଟ ନେଇଛନ୍ତି। ସେ ରାହାଣେଙ୍କ ଛଡା, ଶୁଭମନ ଗିଲ ଓ ମୟଙ୍କ ଅଗ୍ରୱାଲଙ୍କୁ ଆଉଟ କରିଛନ୍ତି। ଗିଲ ୫୨ ଓ ମୟଙ୍କ ଅଗ୍ରୱାଲ ୧୩ ରନ କରିଥିଲେ। ନମ୍ବର ୩ ରେ ଚେତେଶ୍ୱର ପୂଜାରା ପୁଣି ଅସଫଳ ରହିଲେ ଓ ମାତ୍ର ୨୬ ରନରେ ଆଉଟ ହୋଇଯାଇଥିଲେ।

Google

ଇଣ୍ଡିଆକୁ ନ୍ୟୁଜିଲ୍ୟାଣ୍ଡ ସିରିଜ ପରେ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯିବାକୁ ଅଛି। ତେଣୁ ରାହାଣେ ଓ ପୂଜାରାଙ୍କ ପାଇଁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ଦୁହେଁ ଫର୍ମରେ ନାହାନ୍ତି। ପୂର୍ଵ କ୍ରିକେଟର ଆକାଶ ଚୋପଡା କହିଛନ୍ତି ଯଦି ରାହାଣେ ଅଧିନାୟକ ହୋଇନଥାନ୍ତେ ତେବେ ତାଙ୍କୁ ଚୂଡାନ୍ତ ଏକାଦଶରେ ମୌକା ମିଳିନଥାନ୍ତା। ଶ୍ରେୟସ ଅୟର ଏହି ଟେଷ୍ଟରେ ଡେଭ୍ୟୁ କରିଛନ୍ତି ଓ ଏବେ ପର୍ଯ୍ୟନ୍ତ ଭଲ ଖେଳ ଦେଖାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *