ନ୍ୟୁଜିଲ୍ୟାଣ୍ଡର ପୂର୍ଵ ଅଧିନାୟକ ଡାନିୟଲ ଭିଟୋରିଙ୍କ କହିବା କଥା କି ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ୩ ନଭେମ୍ବରକୁ ମୁମ୍ବାଇରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ଅଜିଙ୍କ୍ୟ ରାହାଣେଙ୍କୁ ବାହାର କରିବା ଉଚିତ ଯାହା ଦ୍ୱାରା ତାଙ୍କୁ ରିସେଟ ହେବାକୁ ସମୟ ମିଳିବ। ଯାହା ଅନେକ ଦିନରୁ ତାଙ୍କ ପାଇଁ ସମସ୍ୟା ହେଉଛି। କାନପୁରରେ ହେଉଥିବା ପ୍ରଥମ ଟେଷ୍ଟରେ ରାହାଣେ ଦୁଇଟି ପାରିରେ ୩୫ ଓ ୪ ରନ କରିଥିଲେ। ଯାହା ଦ୍ୱାରା ତାଙ୍କ ଫର୍ମକୁ ନେଇ ଅନେକ ପ୍ରଶ୍ନ ଉଠୁଛି।

ନ୍ୟୁଜିଲ୍ୟାଣ୍ଡର ପୂର୍ଵ ସ୍ପିନର ଅଧିନାୟକ ବିଟୋରି କହିଛନ୍ତି ରାହାଣେ ବ୍ୟାଟିଙ୍ଗ କରିବା ସମୟରେ ଫର୍ମରେ ଦେଖାଯାଉନଥିଲେ। “ତାଙ୍କୁ ଅନୁଭବ ହେଲାକି ରାହାଣେଙ୍କୁ ବୋଲରଙ୍କ ଉପରେ ଆକ୍ରାମଇ ହେବାର ଆବଶ୍ୟକ ଅଛି। କିନ୍ତୁ ସେ ମ୍ୟାଚରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି”।
ରାହାଣେ ପ୍ରେସରରେ ଏହି ସିରିଜରେ ଆସିଛନ୍ତି ଓ ତାଙ୍କୁ ଏକ ଅନ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କ ସହ କାନପୁରରେ ଦିଆଯାଇଥିବା ପ୍ରଦର୍ଶନ କରିପାରିନଥିଲେ।
ଭାରତୀୟ ପୂର୍ଵ ଖେଳାଳି ୱାସିମ ଜାଫର ଦୁଇ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନକୁ ନେଇ ଆଲୋଚନା କରିଛନ୍ତି। ସେ କହିଛନ୍ତି,”ରାହାଣେ ପ୍ରଥମ ପାରିରେ ବଡ଼ ସ୍କୋର କରିପାରିଲେ ନାହିଁ ଓ ଯେବେ ଆପଣ ପ୍ରଥମ ପାରିରେ ଭଲ କରିପାରିନଥାନ୍ତି ଦ୍ୱିତୀୟ ପାରିରେ ଆପଣଙ୍କୁ ସଂଘର୍ଷ କରିବାକୁ ପଡିଥାଏ”।

“କିନ୍ତୁ ଯେବେ ବ୍ୟାଟ୍ସମ୍ୟାନ ପ୍ରଥମ ପାରିରେ ଭଲ ପ୍ରଦର୍ଶନ କରିଥାଏ ଦ୍ୱିତୀୟ ପାରିରେ ଏତେ ଅସୁବିଧା ହୋଇନଥାଏ”।
ସେ କହିଛନ୍ତି,”ଏହା ପୂଜାରା ଓ ରାହାଣେଙ୍କୁ ନେଇ ଆଗାମୀ ମ୍ୟାଚ ପାଇଁ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିବ। ସେ କହିଛନ୍ତି,”ଭାରତରେ ଯେବେ ବ୍ୟାଟ୍ସମ୍ୟାନ ଫର୍ମରେ ନଥାଏ ବୋଲର ବାହାରେ ବସିଥାଏ”। ଜାଫର କହିଛନ୍ତି ଆଗାମି ମ୍ୟାଚ ପାଇଁ ଚୟନକର୍ତାଙ୍କୁ ବହୁତ ଅସୁବିଧା ହେବ ଓ ବର୍ତ୍ତମାନର ଅଧିନାୟକ ରାହାଣେଙ୍କୁ ବାହାରେ ବସିବାକୁ ପଡିପାରେ।
ଜାଫର କହିଛନ୍ତି,”ମୋର କହିବାର ମାନେ ଏହା ଏକ କଷ୍ଟକର ପ୍ରଶ୍ନ ଅଟେକି ଯେଉଁ ବ୍ୟକ୍ତି ପ୍ରଥମ ଟେଷ୍ଟର ଅଧିନାୟକଙ୍କୁ ଦ୍ୱିତୀୟ ମ୍ୟାଚରେ ବାହାର କରିବା ପୁର୍ବରୁ ଆପଣଙ୍କୁ ଦୁଇ ଥର ଭାବିବା ଉଚିତ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।