ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କର ଟିମ ଇଣ୍ଡିଆରୁ ଖେଳ ଶେଷ! ସିଲେକ୍ଟର ନେବାକୁ ଯାଉଛନ୍ତି ବଡ଼ ପଦକ୍ଷେପ!

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆର ସିନିୟର ଖେଳାଳିଙ୍କ ପ୍ରଦର୍ଶନ ଉପରେ ଲଗାତର ପ୍ରଶ୍ନ ଉଠାଯାଉଛି। ରାହାଣେ ଓ ପୂଜାରା ଦକ୍ଷିଣ ଆଫ୍ରିକ ସହ ଟେଷ୍ଟ ସିରିଜରେ ଭଲ।ପ୍ରଦର୍ଶନ କରିପାରିନଥିଲେ। ଏହି ସିରିଜକୁ ଭାରତ ୧-୨ରେ ହାରିଯାଇଥିଲା। ଭାରତକୁ ଘରେ ଶ୍ରୀଲଙ୍କା ବିରୁଦ୍ଧରେ ଫେବୃଆରୀ-ମାର୍ଚ୍ଚରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର ଅଛି। ଏହି ସିରିଜ ପୂର୍ବରୁ ସିଲେକ୍ଟର ବଡ଼ ପଦକ୍ଷେପ ନେଇପାରନ୍ତି। ନ୍ୟୁଜ ଲେଖା ହେବା ବେଳେ ଟିମ ବିଶ୍ୱ ଟେଷ୍ଟ ଚମ୍ପିୟାନସିପରେ ୫ ମ ସ୍ଥାନରେ ଅଛି।

Google

ଇନସାଇଡ଼ ସ୍ପୋର୍ଟସର ଖବର ଅନୁସାରେ ରାହାଣେ ଓ ପୂଜାରା ଦୁହିଁଙ୍କୁ ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ ସିରିଜରେ ଜାଗା ମିଳିବ ନାହିଁ। ଏକ ସୂତ୍ର କହିଛନ୍ତି,”ଦକ୍ଷିଣ ଆଫ୍ରିକା ସିରିଜ ପରେ କୋଚ ଦ୍ରାଭିଡ ଓ ନୂଆ ଅଧିନାୟକଙ୍କ ସହ ଆଲୋଚନା ହେବ। ରାହାଣେ ଓ ପୂଜାରାଙ୍କ ପାଇଁ କବାଟ ସବୁବେଳ ପାଇଁ ବନ୍ଦ ହେବନାହିଁ। ତାଙ୍କୁ ଘରୋଇ ମ୍ୟାଚ ଖେଳି ଫର୍ମ ହାସଲ କରିବା ପାଇଁ କୁହାଯିବ”। ସେ କହିଛନ୍ତି ସେ ଘରୋଇ ମ୍ୟାଚରେ ଭଲ ପ୍ରଦର୍ଶନ କରି ଫେରିପାରନ୍ତି।

ଲାଗିପାରେ ଲମ୍ବା ସମୟ:

ରଣଜୀ ଟ୍ରଫିର ମ୍ୟାଚ କରୋନା କାରଣରୁ ସ୍ଥଗିତ ଅଛି। ଏହା ଆରମ୍ଭ ହେବାକୁ ଲମ୍ବା ସମୟ ଲାଗିପାରେ। ଏହି କାରଣରୁ ରାହାଣେ ଓ ପୂଜାରାଙ୍କୁ ଫର୍ମ ହାସଲ କରିବା ପାଇଁ ଲମ୍ବା ସମୟ ଲାଗିପାରେ। ପୂର୍ଵ ୧୨ ମାସ କଥା କହିବାତ ପୂଜାରା ୧୪ ଟି ମ୍ୟାଚରେ ୨୪ର ଔସତରେ ରନ କରିଛନ୍ତି।ସେ ଜାନୁଆରୀ ୨୦୧୯ରୁ ଶତକ ମଧ୍ୟ ମାରିନାହାନ୍ତି। ସେହିପରି ରାହାଣେ ପୂର୍ଵ ଏକ ବର୍ଷରୁ ୧୩ ମ୍ୟାଚରେ ୨୦ର ଔସତରେ ରନ କରିଛନ୍ତି। ସେ ୧୦ ଥର ଦୁଇ ଅଙ୍କ ଛୁଇଁପାରିନାହାଁନ୍ତି।

Google

ଗିଲ ଓ ଅୟରଙ୍କୁ ମିଳିପାରେ ମୌକା:

ଏହି ଦୁଇ ସିନିୟର ଖେଳାଳିଙ୍କ ଅନୁପସ୍ଥିତରେ ଶୁଭମନ ଗିଲ, ଶ୍ରେୟସ ଅୟର ଓ ହନୁମା ବିହାରୀଙ୍କୁ ମୌକା ମିଳିପାରେ। ଗିଲଙ୍କୁ ନମ୍ବର ୩ ପାଇଁ ମୌକା ମିଳିପାରେ। ସେହିପରି ନମ୍ବର ୫ ପାଇଁ ଅୟର ଓ ବିହାରୀଙ୍କ ମଧ୍ୟରେ ଦ୍ଵନ୍ଦ ହେବ।ମାନାଯାଉଛିକି ରୋହିତଙ୍କୁ ଟି-୨୦ ଓ ଏକଦିବସିୟ ପରେ ଟେଷ୍ଟର ମଧ୍ୟ ଅଧିନାୟକ କରାଯାଇପାରେ। କେ ଏଲ ରାହୁଲ ଓ ରିଷଭ ପନ୍ତ ମଧ୍ୟ ଦୌଡ଼ରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *