କାନପୁର ଟେଷ୍ଟରେ ଶେଷ ଦିନ ନ୍ୟୁଜିଲାଣ୍ଡର ୯ ୱିକେଟ ଯାଇଥିଲା କିନ୍ତୁ ଟିମ ଇଣ୍ଡିଆ ମ୍ୟାଚ ଜିତିପାରିଲା ନାହିଁ। ଟିମ ଇଣ୍ଡିଆ ଶେଷ ୫୨ ବଲରେ ଗୋଟେ ୱିକେଟ ନନେଇପାରିବାରୁ ନ୍ୟୁଜିଲାଣ୍ଡ ମ୍ୟାଚ ଡ୍ର କରାଇପାରିଲା। ଏହି ମ୍ୟାଚରେ ବିରାଟ କୋହଲିଙ୍କ ଅନୁପସ୍ଥିତରେ ଅଜିଙ୍କ୍ୟ ରାହାଣେ ଅଧିନାୟକତ୍ୱ କରିଥିଲେ। କିନ୍ତୁ ସେ ନ୍ୟୁଜିଲାଣ୍ଡର ବିପକ୍ଷରେ ଦ୍ଵିତୀୟ ପାରିରେ ବଡ଼ ପାରି ଖେଳିବାର ଅସଫଳ ରହିଲେ କିନ୍ତୁ କୋଚ ଦ୍ରାଭିଡ ରାହାଣେଙ୍କ ଖରାପ ପ୍ରଦର୍ଶନକୁ ନେଇ ଚିନ୍ତିତ ନାହାନ୍ତି। ସେ ରାହାଣେଙ୍କୁ ନେଇ କହିଛନ୍ତି ସେ ଜଲ୍ଦି ଫର୍ମକୁ ଆସିବେ।

କାନପୁର ଟେଷ୍ଟରେ ଫ୍ଲପ ହେଲା ପରେ ଏହି ପ୍ରଶ୍ନ ଉଠୁଛିକି ମୁମ୍ବାଇ ଟେଷ୍ଟରେ ବିରାଟ କୋହଲି ଫେରିବା ପରେ ରାହାଣେଙ୍କୁ ଜାଗା ମିଳିବ କି ନାହିଁ? କୋଚ ଦ୍ରାଭିଡ ଏହି କଥାର ସିଧା ଉତ୍ତର ଦେଇନାହାନ୍ତି କିନ୍ତୁ ଇସାରା ଇସାରାରେ ଜବାବ ଦେଇଛନ୍ତି। ମ୍ୟାଚ ପରେପ୍ରେସ କନ୍ଫରେନ୍ସରେ ଦ୍ରାଭିଡଙ୍କୁ ପଚରାଯାଇଥିଲାକି ରାହାଣେଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିପାରେ ଓ ଏହାର ଜବାବରେ ସେ କହିଥିଲେ ଏଥିରେ ଚିନ୍ତା କରିବାର ଆବଶ୍ୟକ ନାହିଁ। ଆପଣ ଚାହାନ୍ତି ସେ ରନ କରନ୍ତୁ ଓ ସେ ମଧ୍ୟ ଏହା ଚାହୁଁଛନ୍ତି।
ରାହାଣେ ଫର୍ମ ହାସଲ କରିବାରେ କେବଳ ଗୋଟେ ମ୍ୟାଚ ଦୂର:ଦ୍ରାଭିଡ: ଭାରତୀୟ ହେର୍ଡ କୋଚ ରାହୁଲ ଦ୍ରାଭିଡ ଆଗକୁ କହିଛନ୍ତି,”ରାହାଣେ ଜଣେ ପ୍ରଭାବଶାଳୀ ଖେଳାଳି ଓ ସେ ପୂର୍ଵ କିଛି ବର୍ଷରୁ ଟିମ ଇଣ୍ଡିଆ ପାଇଁ ଟେଷ୍ଟରେ ଭଲ କରିଛନ୍ତି। ସେ ସେହି ଖେଳାଳି ମାନଙ୍କ ମଧ୍ୟରୁ ଜଣେ ଯାହାଙ୍କ ପାଖରେ ଅନୁଭବ ଓ ଟ୍ୟାଲେଣ୍ଟ ଦୁଇଟା ଯାକ ଅଛି। ଏହା କେବଳ ଗୋଟେ ମ୍ୟାଚ ଏହା ସେ ଜାଣିଛନ୍ତି ଓ ଆମେ ମଧ୍ୟ ଏହାକୁ ବୁଝିଛୁ”।

ଦ୍ରାଭିଡ ଚୂଡାନ୍ତ ଏକାଦଶକୁ ନେଇ ସ୍ପଷ୍ଟ କରିନାହାନ୍ତି: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ୩ ନଭେମ୍ବରରୁ ମୁମ୍ବାଇରେ ଖେଳାଯିବ। ଏହି ମ୍ୟାଚରେ ଅଧିନାୟକ ବିରାଟ କୋହଲି ଫେରିବେ। ଏହି ମ୍ୟାଚରେ ରାହାଣେଙ୍କୁ ଜାଗା ଦେବାକୁ ଯାଇ କଣ ପୂର୍ଵ ମ୍ୟାଚର ହିରୋ ଶ୍ରେୟସ ଏରଙ୍କୁ ଚୂଡାନ୍ତ ଏକାଦଶରୁ ବାହାର କରାଯିବ?ଏହା ଉପରେ ଦ୍ରାଭିଡ କହିଛନ୍ତି,”ଏବେ ଆମେ ଏହା ଉପରେ ଧ୍ୟାନ ଦେଇନୁ ଏବେ ଆମ ଲକ୍ଷ କାନପୁର ଟେଷ୍ଟ ଉପରେ ଅଛି। ଯେବେ ଆମେ ମୁମ୍ବାଇରେ ପହଁଚିବୁ ଏହାକୁ ଦେଖିବୁ ଓ ଖେଳାଳିଙ୍କ ଫିଟନେସ ଦେଖିଲା ପରେ ନିସ୍ପତି ନେବୁ। କୋହଲି ମଧ୍ୟ ଟିମ ସହିତ ଯୋଡିହେବେ ତେଣୁ ଆମକୁ ତାଙ୍କ ସହ ମଧ୍ୟ କଥାହେବାକୁ ହେବ। ଏହା ପରେ ଯାଇ କୌଣସି ଫଇସଲା ନିଆଯିବ”।
ରାହାଣେ ଏହି ବର୍ଷ ୨୦ର ଔସତରେ ରନ କରିଛନ୍ତି: ରାହାଣେ ପୂର୍ଵ ୧ ବର୍ଷରେ ୧୪ ଟି ଟେଷ୍ଟରେ ୨୪.୬୬ର ଔସତରେ ୫୯୨ ରନ କରିଛନ୍ତି। ଏହି ସମୟରେ ସେ ଗୋଟେ ମାତ୍ର ଶତକ ମାରିଛନ୍ତି। ଏହା ତାଙ୍କ କ୍ୟାରିୟର ଔସତ ୪୦ ରୁ କମ। ରାହାଣେ ବର୍ଷ ୨୦୨୧ରେ ୧୨ ଟି ଟେଷ୍ଟରେ ୨୦ ଔସତରେ ୪୧୧ ରନ କରିଛନ୍ତି। ଏହି ସମୟରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୬୭ ରହିଛି।ନ୍ୟୁଜଲ୍ୟାଣ୍ଡ ବିରୁଦ୍ଧରେ କାନପୁରରେ ଖେଳାଯାଇଥିବା ଟେଷ୍ଟର ଦୁଇଟି ପାରି ମିଶି ସେ ୩୯ ରନ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।