ଉପ ଅଧିନାୟକ ପଦରୁ ବାହାରିବେ ଆଜିଙ୍କ୍ୟ ରାହାଣେ? କିଏ ହେବ ନୂଆ ଭାଇସ-କ୍ୟାପଟେନ? ରୋହିତ ନା ଅଶ୍ୱିନୀ, କଣ ଆପଣଙ୍କ ମତ?

ଅଜିଙ୍କ୍ୟ ରାହାଣେ ଦୁଇ ବର୍ଷ ହେବ ଟେଷ୍ଟ ଫର୍ମକୁ ନେଇ ଅସୁବିଧାରେ ଅଛନ୍ତି। ଟେଷ୍ଟ ଟିମରେ ତାଙ୍କ ଜାଗାକୁ ନେଇ ଲଗାତର ପ୍ରଶ୍ନ ଉଠୁଛି। ତାଙ୍କୁ ମୁମ୍ବାଇ ଟେଷ୍ଟରେ ମଧ୍ୟ ବାହାରେ ରଖାଗଲା ଓ ବିସିସିଆଇ ଏହାର କାରଣ ଆଘାତ କହିଲେ। ରାହାଣେଙ୍କ ପାଇଁ ଆଗକୁ ଅସୁବିଧା ବଢିପାରେ। କାରଣ ଏହି ମାସରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ବିସିସିଆଇ ରାହାଣେଙ୍କ ଜାଗାରେ ରୋହିତ ଶର୍ମାଙ୍କୁ ଟେଷ୍ଟରେ ଉପଅଧିନାୟକ କରିବାକୁ ଭାବୁଛି। ଏହାର ଘୋଷଣା ମଧ୍ୟ ହୋଇପାରେ।

Google

ବିସିସିଆଇ ସହ ଯୋଡି ହୋଇଥିବା ଜଣେ ଅଧିକାରୀ ଟାଇମ୍ସ ଅଫ ଇଣ୍ଡିଆକୁ କହିଛନ୍ତି କି ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପାଇଁ ଜଲ୍ଦି ଟିମ ସିଲେକ୍ସନ ମିଟିଂ ହେବ। ରୋହିତ ଶର୍ମାଙ୍କୁ ଟେଷ୍ଟର ନୂଆ ଉପଅଧିନାୟକ କରା ଯାଇପାରେ ବୋଲି ଚାନ୍ସ ଅଛି। ଦକ୍ଷିଣ ଆଫ୍ରିକା ଗ୍ରସ୍ତ ହେବା ପ୍ରାୟ ନିଶ୍ଚିତ କିନ୍ତୁ ସିଡ୍ୟୁଲରେ ପରିବର୍ତ୍ତନ ହୋଇପାରେ। ଏହା ବିଷୟରେ ବିସିସିଆଇ କ୍ରିକେଟ ଦକ୍ଷିଣ ଆଫ୍ରିକାକୁ କହିଦେଇଛନ୍ତି ବୋଲି ଜଣା ଯାଉଛି।

ଅଜିଙ୍କ୍ୟ ରାହାଣେ ପୂର୍ଵ ବର୍ଷ ବିରାଟ କୋହଲିଙ୍କ ଅନୁପସ୍ଥିତରେ ଅଷ୍ଟ୍ରେଲିଆରେ ଅଧିନାୟକତ୍ୱ କରିଥିଲେ। ତାଙ୍କ ଅଧିନାୟକତ୍ୱରେ ଭାରତ ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜ ଜିତିଥିଲା। କିନ୍ତୁ ବ୍ୟାଟିଙ୍ଗରେ ସେ କିଛି ଖାସ କରିପାରି ନଥିଲେ। ନ୍ୟୁଜିଲ୍ୟାଣ୍ଡ ସହ ଟେଷ୍ଟ ସିରିଜରେ ତାଙ୍କ ପାଖରେ ନିଜକୁ ସାବ୍ୟସ୍ତ କରିବା ପାଇଁ ମୌକା ଥିଲା। କାନପୁରରେ ହୋଇଥିବା ପ୍ରଥମ ଟେଷ୍ଟରେ ସେ ସଫଳ ହୋଇପାରିଲେ ନାହିଁ। ଏହା ସହ ଏହି ଟେଷ୍ଟରେ ସେ ଅଧିନାୟକତ୍ୱ ମଧ୍ୟ କରୁଥିଲେ। ଏହି ମ୍ୟାଚ ଭାରତ ଜିତୁ ଜିତୁ ଡ୍ର ହୋଇଗଲା।

Google

ରାହାଣେ ଟେଷ୍ଟରେ ଗୋଟେ ବର୍ଷରେ ୨୪ର ଔସତରେ ରନ କରିଛନ୍ତି: ୩୩ ବର୍ଷୀୟ ରାହାଣେ ବିତିଥିବା ଗୋଟେ ବର୍ଷରେ ୧୪ ଟି ଟେଷ୍ଟରେ ୨୪ .୬୬ ର ଔସତରେ ୫୯୨ ରନ କରିଛନ୍ତି। ଏହି ସମୟରେ ସେ ମାତ୍ର ଗୋଟେ ଶତକ ମାରିଛନ୍ତି। ତାଙ୍କ କ୍ୟାରିଅର ଔସତ ୪୦ ଅଟେ। ବର୍ଷ ୨୦୨୧ରେ ରାହାଣେ ୧୨ ଟେଷ୍ଟରେ ୨୦ର ଔସତରେ ୪୧୧ ରନ କରିଛନ୍ତି। ଏହି ସମୟରେ ତାଙ୍କ ସର୍ବଶ୍ରେଷ୍ଠ ସ୍କୋର ୬୭ ର ରହିଥିଲା। ନ୍ୟୁଜିଲ୍ୟାଣ୍ଡ ସହ କାନପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସେ ଅଧିନାୟକତ୍ୱ କରିଥିଲେ। ଏହି ମ୍ୟାଚରେ ଭାରତ ଜିତୁ ଜିତୁ ମ୍ୟାଚ ଡ୍ର ହୋଇଯାଇଥିଲା। ଏହି ଟେଷ୍ଟର ଦୁଇଟି ଯାକ ପାରିରେ ସେ ମାତ୍ର ୩୯ ରନ କରିଛନ୍ତି। ଏବେ ତାଙ୍କ କ୍ୟାରିଅର ଉପରେ ବିପଦ ଦେଖାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *