IND vs SA: ବିରାଟ କୋହଲି ବାଂଡ଼ରର୍ସ ଟେଷ୍ଟରୁ ବାହାର, ରାହୁଲ ବନିଲେ ଭାରତର ୩୪ ତମ ଟେଷ୍ଟ ଅଧିନାୟକ

ବ୍ୟୁରୋ ନ୍ୟୁଜ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନସବର୍ଗ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଥିଲା। ବିରାଟ କୋହଲି ଏହି ଟେଷ୍ଟ ଖେଳୁ ନାହାନ୍ତି ଓ ତାଙ୍କ ଜାଗାରେ କେ ଏଲ ରାହୁଲଙ୍କୁ ଅଧିନାୟକ କରାଯାଇଥିଲା। ସେ ଭାରତ ତରଫରୁ ଟେଷ୍ଟରେ ଅଧିନାୟକତ୍ୱ କରୁଥିବା ୩୪ ତମ ଖେଳାଳି ଅଟନ୍ତି। କେ ଏଲ ରାହୁଲ ୧୯୯୦ ରେ ମହମ୍ମଦ ଅଜହରୁଦିନଙ୍କ ପରେ ପ୍ରଥମ ଭାରତୀୟ ଅଧିନାୟକ ଯିଏକି ସୀମିତ ଓଭର କ୍ରିକେଟରେ ଅଧିନାୟକତ୍ୱ ସମ୍ଭାଳିବା ପୂର୍ବରୁ ଟେଷ୍ଟରେ ଅଧିନାୟକତ୍ୱ କରିଛନ୍ତି।

Google

କେ ଏଲ ରାହୁଲ ଅଧିନାୟକ ରୂପରେ ନିଜର ପ୍ରଥମ ଟେଷ୍ଟରେ ଟସ୍ ମଧ୍ୟ ଜିତିଛନ୍ତି। ଏହା ପରେ ସେ କହିଥିଲେ କି ବିରାଟଙ୍କ ପିଠିରେ ଦରଜ ଅଛି ଓ ଏହି କାରଣରୁ ସେ ଖେଳୁନାହାନ୍ତି। ଏହା ପରେ ଅଧିନାୟକ ମିଳିବା ଉପରେ ସେ କହିଛନ୍ତି ସବୁ ଭାରତୀୟ ଖେଳାଳିଙ୍କର ଏହା ସ୍ୱପ୍ନ ହୋଇଥାଏ କି ସେ ଅଧିନାୟକତ୍ୱ କରିବାକୁ ଚାହୁଁଥାନ୍ତି ଓ ମୁଁ ଏହି ମୌକା ପାଇଁ ଉତ୍ସାହିତ ଅଛି। ସେ ଏହା ମଧ୍ୟ କହିଥିଲେକି ଆମର ଟାର୍ଗେଟ ହେବ ଆମେ ଅଧିକ ରନ କରି ବିପକ୍ଷ ଟିମ ଉପରେ ଆରମ୍ଭରୁ ଚାପ ପକାଉ। ବିରାଟଙ୍କ ଜାଗାରେ ଏହି ଟେଷ୍ଟରେ ହନୁମା ବିହାରୀ ଖେଳୁଛନ୍ତି ଓ ଟିମରେ ଅନ୍ୟ କୌଣସି ପରିବର୍ତ୍ତନ ନାହିଁ।

କେଏଲ ରାହୁଲଙ୍କ ପାଇଁ ପୂର୍ଵ ୩ ବର୍ଷ ବହୁତ ଭଲ ଓ ଚ୍ୟାଲେଞ୍ଜ ପୁର୍ଣ ରହିଛି। ସେ ନିଲବନରୁ ଅଧିନାୟକ ପର୍ଯ୍ୟନ୍ତର ରାସ୍ତା ଅତିକ୍ରମ କରିଛନ୍ତି। କେ ଏଲ ରାହୁଲ ଅଧିନାୟକ ରୋହିତ ଶର୍ମାଙ୍କ ଜାଗାରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଏକଦିବସିୟ ସିରିଜରେ ଟିମର ଅଧିନାୟକତ୍ୱ କରିବେ। ବିସିସିଆଇର ଏହି ଫଇସଲାରୁ ପ୍ରାୟ ଜଣାପଡୁଛି ରାହୁଲଙ୍କୁ ଭବିଷ୍ୟତରେ ନିୟମିତ ଅଧିନାୟକ କରାଯାଇପାରେ।

ଭାରତୀୟ ଟିମରେ ଭିତର ବାହାର ହେଉଥିବା ରାହୁଲଙ୍କ ଜୀବନରେ ସବୁଠୁ ବଡ଼ ମୋଡ଼ ବର୍ଷ ୨୦୧୯ରେ ଆସିଥିଲା ଯେବେ ସେ” କଫି ବିଦ କରଣ” ଶୋ ରେ ମହିଳାମାନଙ୍କ ନେଇ ଖରାପ ବୟାନ ଦେଇଥିଲେ। ଏହା ପରେ ତାଙ୍କୁ ଅଷ୍ଟ୍ରେଲିଆ ଗ୍ରସ୍ତର ମଝିରେ ଟିମରୁ ସସପେଣ୍ଡ କରିଦିଆଯାଇଥିଲା ଓ ସେ ସ୍ବଦେଶ ଫେରିଆସିଥିଲେ। ରାହୁଲ ପରେ ସ୍ୱିକାର କରିଥିଲେକି ଏହି ଘଟଣା ପରେ କ୍ରିକେଟକୁ ନେଇ ତାଙ୍କ ନଜର ପୁରା ବଦଳିଯାଇଥିଲା।

ସେବେ ରାହୁଲ କହିଛନ୍ତି,”ମୋର ପ୍ରଦର୍ଶନରେ ନିରନ୍ତରତାର ଶ୍ରେୟ ଏହି କଥାକୁ ଯାଉଛିକି ୨୦୧୯ ପରେ ମୁଁ ଅଲଗା ଭାବିବା ଆରମ୍ଭ କରିଥିଲି। ସସପେଣ୍ଡ ହେଇଯିବା ପରେ ମୁଁ ଲୋଭି ହୋଇଯାଇଥିଲି ଓ ନିଜ ପାଇଁ ଖେଳିବାକୁ ଚାହୁଁଥିଲି। ଏହା କରିବା ଦ୍ୱାରା ମୁଁ ପ୍ରଥମେ ଅସଫଳ ହୋଇଥିଲି କିନ୍ତୁ ମୁଁ ପରେ ନିଜକୁ କହିଥିଲି କି ମୁଁ ଖେଳିବାକୁ ଓହ୍ଲାଇବା ପରେ ତାହା କରିବାକୁ ଚେଷ୍ଟା କରିବି ଯାହା ଟିମ ମୋ ଠୁ ଆଶା କରୁଛି”।

Google

କେଏଲ ରାହୁଲ ପୂର୍ଵ ବର୍ଷ ୫ ଟି ଟେଷ୍ଟରେ ୪୬ ଔସତରେ ୪୬୧ ରନ କରିଥିଲେ। ସେ ଇଂଲଣ୍ଡ ପରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ପ୍ରଥମ ଟେଷ୍ଟରେ ସୁନ୍ଦର ଶତକ ମାରିଥିଲେ। ଦୁଇଟି ଯାକ ମ୍ୟାଚରେ ଟିମ ବିଜୟ ହୋଇଥିଲା। କେ ଏଲ ରାହୁଲ ନିଜର ୭ ଟେଷ୍ଟ ଶତକରୁ ୬ ଟି ବିଦେଶରେ ମାରିଛନ୍ତି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *