ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ଦୁଇ ନୂଆ ଟିମ ଲଖନଉ ଓ ଅହମ୍ମଦାବାଦ ଡେବ୍ୟୁ କରିବାକୁ ଯାଉଛନ୍ତି। ମେଗା ଅକ୍ସନ ପୂର୍ବରୁ ଲଖନଉ କେ ଏଲ ରାହୁଲ, ଅନକ୍ୟାପଡ଼ ରବି ବିସ୍ନୋଇ ଓ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍କସ ଷ୍ଟୋଇନିକ୍ସଙ୍କୁ ଟିମରେ ସାମିଲ କରିଛି। ରାହୁଲ ଲଖନଉର ଅଧିନାୟକ ମଧ୍ୟ ହେବେ। ରାହୁଲଙ୍କୁ ଲଖନଉ ୧୫ କୋଟିରେ ସାମିଲ କରିଛି। ସେହିପରି ଷ୍ଟୋଇନିକ୍ସଙ୍କୁ ୧୧ କୋଟି ମିଳିଥିବା ବେଳେ ପୂର୍ଵ ସିଜନରେ ସୁନ୍ଦର ବୋଲିଙ୍ଗ କରିଥିବା ରବି ବିସ୍ନୋଇ ୪ କୋଟିରେ ସାମିଲ କରାଯାଇଛି।

ଲଖନଉ ଟିମ ଜିମ୍ବାୱେର ପୂର୍ଵ ଅଧିନାୟକ ଏଣ୍ଡରି ଫ୍ଲେୱରଙ୍କୁ ମୁଖ୍ୟ କୋଚ କରିଛି। ଏହା ପୂର୍ବରୁ ସେ ପଞ୍ଜାଵ କିଙ୍ଗସର ଆସିଷ୍ଟାଣ୍ଡ କୋଚ ଥିଲେ। ଗୌତମ ଗମ୍ଭୀରଙ୍କୁ ଟିମର ମେଣ୍ଟର କରାଯାଇଛି। ଗମ୍ଭୀର ନିଜ ଅଧିନାୟକତ୍ୱରେ କେକେଆରକୁ ଦୁଇଥର ଚାମ୍ପିୟାନ କରିଛନ୍ତି। ଏହି ଟିମ ଟି-୨୦ ଲିଗ ଇତିହାସର ସବୁଠୁ ଦାମୀ ଟିମ ଅଟେ। ଆରପିଏସଜି ଗ୍ରୁପ ଏହି ଟିମକୁ ୭୦୯୦ କୋଟିରେ କିଣିଛି।
କେ ଏଲ ରାହୁଲ ବ୍ୟାଟ୍ସମ୍ୟାନ ରୂପରେ ଆଇପିଏଲରେ ସବୁଠୁ ଅଧିକ ସଫଳ:
କେ ଏଲ ରାହୁଲଙ୍କୁ ପଞ୍ଜାଵ କିଙ୍ଗସ ବର୍ଷ ୨୦୧୮ରେ ୧୧ କୋଟିରେ ସାମିଲ କରିଥିଲା। ପୂର୍ଵ ଅଧିନାୟକ ଅଶ୍ୱିନୀ ବର୍ଷ ୨୦୨୦ରେ ଦିଲ୍ଲୀ କ୍ୟାପିଟଲ୍ସରେ ମିଶିବା ପରେ ରାହୁଲଙ୍କୁ ପଞ୍ଜାଵ ଅଧିନାୟକ କରିଥିଲା। ପଞ୍ଜାଵ କିଙ୍ଗସ ପଟେ ଯୋଡି ହେବା ଦ୍ଵାରା ରାହୁଲ ଲଗାତର ୪ ଟି ସିଜନରେ ୫୭୫ ରୁ ଅଧିକ ରନ କରିଛନ୍ତି। ରାହୁଲ ଆଇପିଏଲ ୨୦୨୦ରେ ୧୪ ମ୍ୟାଚରେ ୫ ଟି ଅର୍ଦ୍ଧଶତକ ଓ ଗୋଟେ ଶତକ ଦ୍ଵାରା ୫୫.୮୩ ଔସତରେ ୬୭୦ ରନ କରି ଶୀର୍ଷ ରନ ସ୍କୋରର ହୋଇଥିଲେ। ରାହୁଲ ଆଇପିଏଲ ୨୦୨୧ରେ ୬୨୬ ରନ ସହିତ ତୃତୀୟ ରନ ସ୍କୋରରେ ହୋଇଥିଲେ।
ESPNcricinfo has learned that KL Rahul, Marcus Stoinis and Ravi Bishnoi have been picked up by the Lucknow IPL franchise
It is also believed that KL Rahul will captain the team ⤵ #IPL2022
— ESPNcricinfo (@ESPNcricinfo) January 18, 2022
ଆଇପିଏଲରେ ତାଙ୍କର ଜବରଦସ୍ତ ପ୍ରଦର୍ଶନ ଦ୍ଵାରା ସେ ଟିମ ଇଣ୍ଡିଆର ତିନୋଟି ଯାକ ଫର୍ମାଟରେ ପ୍ରଥମ ପସନ୍ଦ ଅଟନ୍ତି। ଏବେ ସେ ବିରାଟ କୋହଲିଙ୍କ ଜାଗାରେ ଟେଷ୍ଟ ଟିମର ଅଧିନାୟକ ହେବାର ପ୍ରାୟ ପ୍ରଥମ ପସନ୍ଦ ହୋଇଯାଇଛନ୍ତି। ଏକଦିବସିୟ ଓ ଟି-୨୦ରେ ତାଙ୍କୁ ଉପଅଧିନାୟକ କରାଯାଇସାରିଛି। ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ସିରିଜରେ ରୋହିତଙ୍କୁ ଅନୁପସ୍ଥିତରେ ରାହୁଲ ଅଧିନାୟକତ୍ୱ କରିବେ।
ରବି ବିସ୍ନୋଇଙ୍କୁ ପଞ୍ଜାଵ ଓ ଷ୍ଟୋଇନିକ୍ସଙ୍କୁ ଦିଲ୍ଲୀ ନିଲାମୀ ପୂର୍ବରୁ ରିଲିଜ କରିଦେଇଥିଲେ। ବିସ୍ନୋଇ ଅଣ୍ଡର-୧୯ ବିଶ୍ୱକପ ୨୦୨୦ ରେ ସବୁଠୁ ଅଧିକ ୱିକେଟ ଅକ୍ତିଆର କରିଥିଲେ। ଏହା ପରେ ପଞ୍ଜାଵ କିଙ୍ଗସ ତାଙ୍କୁ ନିଜ ସହ ଯୋଡିଥିଲା। ସେ ଦୁଇଟି ସିଜନରେ ୨୩ ମ୍ୟାଚରେ ୨୪ ୱିକେଟ ଅକ୍ତିଆର କରିବାରେ ସଫଳ ରହିଛନ୍ତି। ମୁଖ୍ୟ କଥା ଏହାକି ତାଙ୍କ ଇକୋନୋମି ମାତ୍ର ୬.୯୬ର ଅଟେ ଯାହା ଟି-୨୦ରେ ବହୁତ ଭଲ ଅଟେ।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।