ବ୍ୟୁରୋ ନ୍ୟୁଜ: ଭାରତୀୟ ଟିମର ହେର୍ଡ କୋଚ ରାହୁଲ ଦ୍ରାଭିଡ ସିନିୟର ଖେଳାଳି ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କୁ ଯଥା ସମ୍ଭବ ଟିମରେ ରଖିବାକୁ ଚାହୁଁଛନ୍ତି। ଏଥିପାଇଁ ହନୁମା ବିହାରୀ ଓ ଶ୍ରେୟସ ଅୟର ଚୂଡାନ୍ତ ଏକାଦଶରେ ଜାଗା ବନେଇବା ପାଇଁ ଅପେକ୍ଷା କରିବାକୁ ହେବ।

ନିଜର ଧର୍ଯ୍ୟ ପୂର୍ଣ୍ଣ ଓ ସୁନ୍ଦର ବ୍ୟାଟିଙ୍ଗ ଦ୍ଵାରା ନିଜ ଆଡକୁ। ସମସ୍ତଙ୍କ ଧ୍ୟାନ କରିଥିବା ହନୁମା ବିହାରୀ ନିଜର ୧୩ ଟି ଯାକ ଟେଷ୍ଟରୁ ମାତ୍ର ଗୋଟେ ଟେଷ୍ଟ ମ୍ୟାଚ ସ୍ବଦେଶରେ ଖେଳିଛନ୍ତି। ଅଧିନାୟକ ବିରାଟ କୋହଲିଙ୍କ ପିଠିରେ ଦରଜ ଓ ଶ୍ରେୟସ ଅୟରଙ୍କ ପେଟ ଖରାପ ଥିବା କାରଣରୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଦ୍ୱିତୀୟ ଟେଷ୍ଟରେ ତାଙ୍କୁ ମୌକା ମିଳିଥିଲା।
ହନୁମା ବିହାରୀ ଦ୍ୱିତୀୟ ଟେଷ୍ଟରେ ୪୦ ରନର ନଟଆଉଟ ପାରି ଖେଳି ନିଜକୁ ସାବ୍ୟସ୍ତ କରିଛନ୍ତି। ରାହୁଲ ଦ୍ରାଭିଡ ବିହାରୀଙ୍କ ପ୍ରଶଂସା କରି କହିଛନ୍ତି,”ସର୍ଵ ପ୍ରଥମେ ମୁଁ ଏହା କହିବାକୁ ଚାହିଁବି କି ହନୁମା ବିହାରୀ ଦୁଇଟି ଯାକ ପାରିରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ପ୍ରଥମ ପାରିରେ ତାଙ୍କର ସୁନ୍ଦର କ୍ୟାଚ ଧରାଗଲା। ଦ୍ୱିତୀୟ ପାରିରେ ସେ ସୁନ୍ଦର ବ୍ୟାଟିଙ୍ଗ କରି ଟିମର ମନୋବଳ ବଢ଼ାଇଥିଲେ”।

ଦ୍ରାଭିଡ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟରଙ୍କର ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି,”ଶ୍ରେୟସ ୨-୩ ମ୍ୟାଚ ପୂର୍ବରୁ ଏପରି କରିଥିଲେ। ଯେବେବି ତାଙ୍କୁ ମୌକା ମିଳିଛି ସେ ଭଲ ପ୍ରଦର୍ଶନ କରିଛନ୍ତି। ଆଶା କରୁଛିକି ତାଙ୍କର ମଧ୍ୟ ସମୟ ଆସିବ”। ଏହାର ଅର୍ଥ ଏହା ନୁହେଁକି ତାଙ୍କୁ ରାହାଣେ କି ପୂଜାରାଙ୍କ ଠୁ ପ୍ରାଥମିକତା ଦିଆଯିବ। କାରଣ କୋହଲି ତୃତୀୟ ମ୍ୟାଚରେ ଫେରିବା ନିଶ୍ଚିନ୍ତ ଓ ଦ୍ରାଭିଡ ମଧ୍ୟ ଏହି ମାମଲାରେ ରାୟ ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି,”ଯଦି ଆପଣ ଆମର କିଛି ଖେଳାଳିଙ୍କ ଉପରେ ଦୃଷ୍ଟି ଦେବେ ଯିଏକି ବରିଷ୍ଟ ଅଟନ୍ତି ବା ତାଙ୍କୁ ବରିଷ୍ଟ ଖେଳାଳି ମାନାଯାଇଥାଏ ତାଙ୍କୁ ମଧ୍ୟ ଅପେକ୍ଷା କରିବାକୁ ପଡିଥିଲା ଓ ସେ ମଧ୍ୟ ନିଜ କ୍ୟାରିଅର ଆରମ୍ଭରେ ବହୁତ ରନ କରିଥିଲେ। ଏପରି ଅପେକ୍ଷା କରିବାକୁ ପଡିଥାଏ ଓ ଏହା ଖେଳର ପ୍ରକୃତି ଅଟେ। ବିହାରୀ ଏହି ମ୍ୟାଚରେ ଯେଉଁ ଭଳି ପ୍ରଦର୍ଶନ କରିଛନ୍ତି ସେଥିରେ ତାଙ୍କର ଆତ୍ମବିଶ୍ୱାସ ବଢିବ ଓ ଟିମର ମନୋବଳ ମଧ୍ୟ ବଢିବ”।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।