IPL 2022 ର ଆଉ ଏକ ମ୍ୟାଚ ଲକ୍ଷନୌ ବନାମ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଯେଉଁଠି ଲକ୍ଷନୌ ଆଗ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୧୬୯ ରନ କରିଛି। ଏକ ସମୟ ଥିଲା ଯେଉଁଥିରେ ଲକ୍ଷନୌର ଜଲଦି ୱିକେଟ ଗଳିପଡିଥିଲା । ହେଲେ ଦଳକୁ ସମ୍ଭାଳିଥିଲେ କ୍ୟାପଟେନ କେ ଏଲ ରାହୁଲ ଏବଂ ଦୀପକ ହୁଡ୍ଡା।

ଲକ୍ଷନୌ ପକ୍ଷରୁ ଡି କକ ୧ ରନ ଆଉଟ ହୋଇଯାଇଥିବା ବେଳେ ଲୁଇସ ୧ ଏବଂ ପାଣ୍ଡେ ୧୧ ରନ କରି ଆଉଟ ହୋଇଯାଇଥିଲେ। ହେଲେ ଦୀପକ ହୁଡ୍ଡାଙ୍କ ଆକର୍ଷଣୀୟ ପାରି ଏବଂ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ମଝଭୁତ ସ୍ଥିତିରେ ପଂହଁଚିଥିଲା ଲକ୍ଷନୌ। ଦୀପକ ହୁଡ୍ଡା ୩୩ ବଲରେ ୫୧ କରିଥିଲେ। ଯେଉଁଥିରେ ୩ଟି ଚୌକା ଏବଂ ୩ଟି ଛକା ସାମିଲ ଥିଲା। ତାଙ୍କର ଷ୍ଟ୍ରାଇକ ରେଟ ୧୫୪.୫୫ ଥିଲା।
କ୍ୟାପଟେନ ରାହୁଲ ମଧ୍ୟ ସୁନ୍ଦର ପାରି ଖେଳିଥିଲେ। ସେ ୫୦ ବଲରେ ୬୮ ରନର ମହତ୍ତ୍ୱପୂର୍ଣ୍ଣ ପାରି ଖେଳିଥିଲେ। ତାଙ୍କର ଏହି ପାରିରେ ୬ଟି ଚୌକା ଏବଂ ୧ଟି ଛକା ସାମିଲ ଥିଲା। ତାଙ୍କର ଏହି ପାରିରେ ଷ୍ଟ୍ରାଇକ ରେଟ ଥିଲା ୧୩୬। ତାଙ୍କର ଏହି ପାରି ଦଳକୁ ଏକ ମଝଭୁତ ସ୍ଥିତିରେ ପଂହଁଚାଇବାରେ ସାହାଯ୍ୟ କରିଥିଲା। ତାଙ୍କ ଛଡା ବଦୋନି ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୧୨ ବଲରେ ୧୯ କରିଥିଲେ।
ICYMI: Rahul & Hooda go hard.
Umran Malik was bowling quick but the #LSG batters took him on.
Take a look 👇📽️ #TATAIPL #SRHvLSG
— IndianPremierLeague (@IPL) April 4, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।