ବଡ଼ ଖବର: କଣ ଦିନିକିଆ ବିଶ୍ୱକପ ଖେଳିବେନି ରାହୁଲ? ପଢ଼ନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ରାହୁଲଙ୍କ ଫର୍ମ ତାଙ୍କ ପାଇଁ ଧୀରେ ଧୀରେ ଅସୁବିଧା ସୃଷ୍ଟି କରି ଚାଲିଛି। ଗୋଟିଏ ସମୟରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟକ କୁହା ଯାଉଥିବା କେ ଏଲ ରାହୁଲ ବର୍ତ୍ତମାନ ଦଳରେ ସ୍ଥାନ ପାଇବା କଷ୍ଟକର ହୋଇ ପଡିଛି। ବର୍ତ୍ତମାନ ବିସିସିଆଇ ଏହାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଏବଂ ଜଣାଇଛନ୍ତି କି, କେ ଏଲ ରାହୁଲ ବିଶ୍ୱକପରେ ଖେଳିବା ମୁସ୍କିଲ ଅଟେ। ସୂଚନାଯୋଗ୍ୟ ଯେ, ବିସିସିଆଇ କେ ଏଲ ରାହୁଲଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟରୁ ତଳକୁ ଖସାଇଛନ୍ତି।

ଗତ ରବିବାର ଅର୍ଥାତ ମାର୍ଚ୍ଚ ୨୬ ତାରିଖରେ ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ ବାହାର କରିଥିଲା। ଏଥିରେ କେ ଏଲ ରାହୁଲଙ୍କୁ ବଡ଼ ଝଟକା ଲାଗିଛି। ଏଥର ତାଙ୍କୁ ପଦୋନ୍ନତି ନ କରାଯାଇ ଗୋଟିଏ ଷ୍ଟେଜ ତଳକୁ ଖସାଇ ଦିଆ ଯାଇଛି। ସେ ପୂର୍ବରୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟର ଗ୍ରେଡ-ଏ ରେ ସାମିଲ ଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କୁ ଗ୍ରେଡ-ବି ରେ ସାମିଲ କରାଯାଇଛି। ରାହୁଲଙ୍କ ଫର୍ମ କାରଣରୁ ବିସିସିଆଇ ଏପରି ନିଷ୍ପତ୍ତି ନେଇଛି।

ରାହୁଲଙ୍କ ଫର୍ମକୁ ନଜରରେ ରଖି ଆଗକୁ କିଛି କୁହାଯାଇ ପାରେନା। ସେ ଟେଷ୍ଟ ଦଳରେ ଭାରତୀୟ ଦଳର ଉପ ଅଧିନାୟକ ଥିଲେ। କିନ୍ତୁ ଫର୍ମ କାରଣରୁ ତାଙ୍କୁ ପଦବୀରୁ ହଟାଇ ଦିଆ ଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳା ଯାଇଥିବା ୪ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ଦୁଇଟି ମ୍ୟାଚରୁ ତାଙ୍କୁ ବାହାର କରି ଦିଆ ଯାଇଥିଲା। ଏହିସବୁ କିଛି ନଜରରେ ରଖି ବିସିସିଆଇ ଆଗାମୀ ବିଶ୍ୱକପ ନେଇ ରାହୁଲଙ୍କ ସମ୍ପର୍କରେ କଣ ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବା ବାକି ରହିଲ।

କେ ଏଲ ରାହୁଲ ବର୍ତ୍ତମାନ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ୟାରିୟରରେ ୪୭ ଟି ଟେଷ୍ଟ ଖେଳି ୩୩.୪୪ ଅଉସତରେ ୨୬୪୨ ରନ, ୫୪ ଟି ଦିନିକିଆ ମ୍ୟାଚ ଖେଳି ୪୫.୧୩ ଅଉସତରେ ୧୯୮୬ ରନ ଏବଂ ୭୨ ଟି ଟି-ଟ୍ୱେଣ୍ଟି ମ୍ୟାଚରେ ୩୭.୭୫ ଅଉସତ ଏବଂ ୧୩୯.୧୨ ଷ୍ଟ୍ରାଇକ ରେଟରେ ୨୨୬୫ ରନ କରିଛନ୍ତି।

କେ ଏଲ ରାହୁଲ IPL ରେ ଅନେକ ମ୍ୟାଚ ଖେଳିଛନ୍ତି। ସେ ଲକ୍ଷନୌର ଅଧିନାୟକ ଅଟନ୍ତି। IPL 2023 ମାର୍ଚ୍ଚ ୩୧ ତାରିଖରେ ଆରମ୍ଭ ହେବାର ଅଛି।

Leave a Reply

Your email address will not be published. Required fields are marked *