ବ୍ୟୁରୋ ରିପୋର୍ଟ: କେ ଏଲ ରାହୁଲଙ୍କ ଅଧିନାୟକତ୍ୱ LSG କୁ ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ ଏହି ସିଜନର ୫ ମ ବିଜୟ ମିଳିଛି। କିନ୍ତୁ ଏହି ବିଜୟ ପରେ ଗ୍ରାଉଣ୍ଡକୁ ଓହ୍ଲାଇଥିବା ପୁରା LSG ଟିମକୁ ଦଣ୍ଡ ମିଳିଛି। ଅଧିନାୟକ କେ ଏଲ ରାହୁଲ ଓ ଚୂଡାନ୍ତ ଏକାଦଶରେ ଥିବା ବାକି ଖେଳାଳିଙ୍କ ଉପରେ ଜୋରିମାନା ଲଗାଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ ସ୍ଲୋ ଓଭର ଅଭିଯୋଗରେ ରାହୁଲଙ୍କ ଉପରେ ୨୪ ଲକ୍ଷର ଜୋରିମାନା ଲଗାଯାଇଛି। ବାକି ଖେଳାଳିଙ୍କ ଉପରେ ୬ ଲକ୍ଷ ବା ମ୍ୟାଚ ଫିସର ୨୫% ଜୋରିମାନା ଲଗାଯାଇଛି। ରାହୁଲଙ୍କ ଉପରେ ଡବଲ ଜୋରିମାନା ଲଗାଯାଇଛି।
LSG vs MI: Despite victory against Mumbai, KL Rahul gets a setback, will have to pay a fine of Rs 24 lakh https://t.co/lM7hPpDfJI
— Hearts Maker (@HeartsMaker1) April 25, 2022
ଏହା ପୂର୍ବରୁ ମଧ୍ୟ ମୁମ୍ବାଇ ବିରୁଦ୍ଧରେ ଆଇପିଏଲ ୨୦୨୨ର ୨୬ ତମ ମ୍ୟାଚରେ ମଧ୍ୟ ରାହୁଲଙ୍କ ଉପରେ ସ୍କୋ ଓଭର କାରଣରୁ ୧୨ଲକ୍ଷର ଜୋରିମାନା ଲଗାଯାଇଥିଲା। ସେବେ ଟିମ ପ୍ରଥମ ଥର ଏପରି କରିଥିବାରୁ ୧୨ ଲକ୍ଷର ଜୋରିମାନା ଲଗାଯାଇଥିଲା ଏଥର ଦ୍ୱିତୀୟ ଥର ଏପରି କରିବାରୁ ୨୪ ଲକ୍ଷର ଜୋରିମାନା ଲଗାଯାଇଛି।
ଆରସିବି ବିରୁଦ୍ଧରେ ମ୍ୟାଚ ପରେ ମଧ୍ୟ ରାହୁଲଙ୍କ ଉପରେ ଲାଗିଥିଲା ଜୋରିମାନା:
କିଛି ଦିନ ପୂର୍ବରୁ LSGର ଅଧିନାୟକଙ୍କ ଉପରେ ଆରସିବି ବିରୁଦ୍ଧରେ ମ୍ୟାଚରେ ପରାଜୟ ମିଳିବା ପରେ ମ୍ୟାଚ ଫିସର ୨୦% ଜୋରିମାନା ଲଗାଯାଇଥିଲା। ତାଙ୍କ ଉପରେ ଏହି ଜୋରିମାନା ଆଇପିଏଲର ଆଚାର ସଂହିତାର ଉଲଘଂନ କାରଣରୁ ଲଗାଯାଇଥିଲା। ମ୍ୟାଚର କଥା କହିବା ତ ଆଇପିଏଲ ୨୦୨୨ରେ ୩୭ ତମ ମ୍ୟାଚରେ ଲକ୍ଷନଉ ପ୍ରଥମେ ବ୍ୟାଟିଙ୍ଗ କରି ୨୦ ଓଭରରେ ୬ ୱିକେଟ ହରାଇ ୧୬୮ ରନ କରିଥିଲା।
NEWS ALERT 👉🏻
IPL 2022: #KLRahul Handed INR 24 Lakh Fine For LSG’s Slow Over Rate Against #MI, To Be Banned For Next Violation.#cricket #cricmazza #cricketupdate #india #cricketnews #ipl #iplnews #iplupdates #ipl2022 #breakingnews pic.twitter.com/IJXdRWValI— Cricmazza (@cric_mazza) April 25, 2022
ଅଧିନାୟକ କେ ଏଲ ରାହୁଲ ୬୨ ବଲରେ ୧୦୩ ରନର ନଟ ଆଉଟ ପାରି ଖେଳିଥିଲେ। କିନ୍ତୁ LSG ର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରିନଥିଲେ। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୮ ୱିକେଟ ହରାଇ ୧୩୨ ରନ ହିଁ କରିପାରିଲା। ମୁମ୍ବାଇ ପାଇଁ ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ସବୁଠୁ ଅଧିକ ୩୯ ରନ କରିଥିଲେ। ସେହିପରି ତିଲକ ବର୍ମା ୩୮ ରନର ପାରି ଖେଳିଥିଲେ। ଏହି ଦୁହିଁଙ୍କ ଛଡା କେବଳ କାୟରନ ପୋଲାର୍ଡ଼ ହିଁ ଦୁଇ ଅଙ୍କ ଛୁଇଁପାରିଥିଲେ। ପୋଲାର୍ଡ଼ ୧୯ ରନର ପାରି ଖେଳିଥିଲେ। LSG ର ବୋଲର କୁନାଲ ପାଣ୍ଡ୍ୟା ୧୯ ରନ ଦେଇ ତିନୋଟି ୱିକେଟ ନେଇଥିଲେ।
IPL ରୋମାଂଚକ ମୋଡ୍ରେ ଗତି କରୁଛି। ଆଜିର ମ୍ୟାଚ CSK ସହିତ PBKS ର ଅଛି ଏବଂ ଖେଳାଯାଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।