IND vs SA: ବିନା ରୋହିତରେ ରାହୁଲଙ୍କ ସହ ଓପନ କରିବ କିଏ? ଇଶାନ, ଋତୁରାଜ ନା ଅୟର? କଣ ଆପଣଙ୍କ ଚଏସ?

ଆଇପିଏଲ ସିଜନ୍ ୧୫ ର ସରିବା ପରେ ଭାରତ ଆଉ ଦକ୍ଷିଣଆଫ୍ରିକା ମଧ୍ୟରେ ଥବା ୫ଟି ଟି-୨୦ ମ୍ୟାଚ୍ ସିରିଜ ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଗଲାଣି। ଗୋଟେ ପଟ ତେମ୍ବା ବଭୁମାଙ୍କ ନେତୃତ୍ୱରେ ଆଫ୍ରିକା ଟିମ ତ ଆରପଟେ କେ ଏଲ ରାହୁଲଙ୍କ ନେତୃତ୍ୱରେ ଭାରତ ଟିମ୍ ମୋର୍ଚା ନେବା ପାଇଁ ପ୍ରସ୍ତୁତ। ପ୍ରଶ୍ନ ଏହା କି ତାଙ୍କ ସହ ଓପନିଂ କରିବାର ଚୟନ କିଏ? କାରଣ ରୋହିତ ଶର୍ମାଙ୍କ ଅନୁପ୍ଥିତିରେ ରେ କେ ଏଲ ରାହୁଲଙ୍କ ସହ ତାଙ୍କର ଯୋଡ଼ିଦାର ଖୋଜିବାର ପଶ୍ନ ଛିଡା ହେଲାଣି। ରାହୁଲଙ୍କ ଚିନ୍ତା ବଡ଼ ଏଥିପାଇଁ ଯେ ଗୋଟିଏ ସ୍ଥାନ ପାଇଁ ୩ ଜଣ ଯୋଗ୍ୟ ଖେଳାଳି ବାହାରିଲେଣି।

Google

(୧) ଇସନ କିସନ: ମ୍ୟାଚରେ କେ ଏଲ ରାହୁଲ ନିଜ ସହ କାହାକୁ ଓପନିଂ କରିବେ ସେଇଟା ତ ସମୟ କହିବ। ଯଦି କୁହା ଯାଏ କି ଇଶାନ କିଶନ ଜଣେ ୱିକେଟ କିପର ବ୍ୟାଟ୍ସମ୍ୟାନ ଏହି ଦୌଡ଼ରେ ଆଗୁଆ ଅଛନ୍ତି ତାହେଲେ ଭୁଲ ହବନି। ଆଇପିଏଲ ୨୦୨୨ ପୂର୍ବରୁ ସେ ଭାରତ ଦଳରେ ଥିଲେ ସେତେବେଳେ ଭି ତାଙ୍କୁ ଓପନିଂ କରିବାର ସୁଯୋଗ ମିଳୁଥିଲା। ଯଦି କୁହାଯାଏ ଆଇପିଏଲ ସଂସ୍କରଣ ୧୫ ରେତ ତାଙ୍କର ପରଫୋମାନ୍ସ ଏତେ ଭଲ ନଥିଲା। ଇଶାନ୍‌ ରନ ତ କରିଛନ୍ତି ହେଲେ ତାଙ୍କର ନିରନ୍ତରତା ଦେଖଦେଇନାହିଁ।କମ୍ ଷ୍ଟ୍ରାଇକ ରେଟ ଆଉ ଭୁଲ ଟାଇମରେ ୱିକେଟ ହରାଇ ଇଶନ୍ ଆଇପିଏଲ ୧୫ ରେ ୧୨୦ ଷ୍ଟ୍ରାଇକ ରେଟରେ କେବଳ ୪୧୮ ରନ ହିଁ କରିପାରିଛନ୍ତି ଯୋଉଥିରେ ନଟ ଆଉଟ ୮୧ ତାଙ୍କ ସର୍ବାଧିକ ସ୍କୋର ଆଉ ତାଙ୍କ ବ୍ୟାଟରୁ ଏଥର ୩ ଥର ଅର୍ଦ୍ଧଶତକ ବାହାରିଛି। ତାଙ୍କର ଅଧିକ ସମ୍ଭାବନା ବଢ଼ାଉଛି ତାହା ତାଙ୍କର ବାମହାତି ବ୍ୟାଟ୍ସମ୍ୟାନ୍ ହେବା ଆଉ ସିଏ ମଧ୍ୟ ଏକ ଅଭିଜ୍ଞତା ୱିକେଟ କିପର ମଧ୍ୟ। ଇଶାନ ଆଉ ରାହୁଲ ଦଳରେ ବାମହାତି ଓ ଡାହାଣ ହାତି ଯୋଡ଼ି ବନେଇବେ।ଯାହା ବହୁତ ଜବରଦସ୍ତ ସାବିତ ହେଇପାରେ।

(୨)ଋତୁରାଜ ଗାଇକୱାଡ: ରାହୁଲଙ୍କ ସହ ଦଳରେ ବ୍ୟାଟିଂ ଆରମ୍ଭ କରିବାର ୨ ଚୟନ ହଉଛି ଋତୁରାଜ ଗାଇକୱାଡ।ସେ ଆଇପିଏଲ ୨୦୨୧ ରେ ଅରେଞ୍ଜ କ୍ୟାପ ପାଇଥିଲେ। ଭାରତ ଦଳରେ ସ୍ଥାନ ପାଇଥିଲେ କିନ୍ତୁ ତାଙ୍କୁ ବହୁତ ଅବସର ମିଳିନଥିଲା। ଗାଇକୱାଡଙ୍କୁ କିଛି ମ୍ୟାଚ ଖେଳିବାର ସୁଯୋଗ ତ ମିଳିଥିଲା କିନ୍ତୁ ସେ ତାର ଫାଇଦା ଉଠେଇପରିନଥିଲେ। ଗାଇକୱାଡ଼ ବି ଆଇପିଏଲ ୨୦୨୨ ରେ ଠିକ ଠକ ପ୍ରଦର୍ଶନ ଥିଲା।ଚେନ୍ନାଇ ସୁପର କିଙ୍ଗସ୍ ପଟୁ ଖେଳୁଥିଲା ବେଳେ ତାଙ୍କର ପ୍ରଥମ କେତୋଟି ମ୍ୟାଚରେ ଠିକ ପ୍ରଦର୍ଶନ ନଥିଲା ପରେ ସେ କିଛି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ତାଙ୍କ ପ୍ରଦର୍ଶନରେ ଭି ନିରନ୍ତର ଦେଖିବାକୁ ମିଳିନଥିଲା ଋତୁରାଜ ଏହି ବର୍ଷ ଆଇପିଏଲ ରେ ୨୬.୨୯ ଔଷତ୍ତ ଆଉ ୧୨୬.୪୬ ଷ୍ଟ୍ରାଇକ ରେଟରେ ୩୬୮ ରନ କରିପାରିଥିଲେ ଯେଉଁଥିରେ ତାଙ୍କର ୯୯ ରନ ସର୍ବାଧିକ ଥିଲା। ଆଇପିଏଲ ୨୦୨୨ ରେ ଋତୁରାଜ ୩ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ସାଉଥ ଆଫ୍ରିକା ସିରିଜ ଆରମ୍ଭରୁ ଋତୁରାଜଙ୍କୁ ଭାନ୍ସ ମିଳିବ ବହୁତ୍ କମ ଦେଖାଯାଉଛି। ହେଇପାରେ କି କିଛି ମ୍ୟାଚ୍ ରେ ଓପନିଂର ବିକଳ୍ପ ଫେଲ ହେବାପରେ ଋତୁରାଜଙ୍କୁ ୧୧ ଜଣିଆ ଦଳରେ ସ୍ଥାନ ମିଳିପାରେ।

Google

(୩) ଭେଙ୍କଟେଶ ଅୟର: ଭେଙ୍କଟେଶ ଅୟରଙ୍କୁ ମଧ୍ୟ ଦଳର ଆରମ୍ଭ କରିବା ପାଇଁ ସୁଯୋଗ ମିଳିପାରେ। କିନ୍ତୁ ତାଙ୍କୁ ପାରିର ଆରମ୍ଭ କରିବା ପାଇଁ ସୁଯୋଗ ମିଳିବ ଏହା ବହୁତ୍ କମ ଦେଖା ଦଉଛି।ଜଣେ ସ୍ପେଶାଲିଷ୍ଟ ଓପନର ଆଉ ବୋଲିଁର କ୍ଷମତା ରଖୁଥିବା ଆୟରଙ୍କୁ ଅନ୍ତରାଷ୍ଟ୍ରୀୟ ଦଳରେ ଏକ ଫିନିସର ରୂପରେ ଦେଖାଯାଉଛି। ଦକ୍ଷିଣ ଆଫ୍ରିକା ସିରିଜରେ ଅୟର ଓପନର ରୂପେ ଦେଖିବାକୁ ମିଳିପାରେ। କିନ୍ତୁ ଟିମରେ ଫିନିଶର ରୂପେ ହାର୍ଦିକ ପାଣ୍ଡ୍ୟା ଦେଖିବାକୁ ମିଳିବ ଅଧିକ ସମ୍ଭାବନା ରହିଛି।

ଆଇପିଏଲ ସିଜନ ୧୫ ରେ ୧୬.୫୫ ଔସତ ଆଉ ୧୦୭.୬୯ ଷ୍ଟ୍ରଇକ ରେଟରେ ୧୮୨ ରନ କରିପାରିଥିଲେ। ଆଇପିଏଲ ସିଜନ ୧୫ରେ ଅୟରଙ୍କ ବ୍ୟଟରୁ କେବଳ ଗୋଟେ ଅର୍ଦ୍ଧସତକ ବାହାରିଛି। ଜଣା ଯାଏ କି ପଛରେ ଅୟରଙ୍କୁ ଦଳରେ ସ୍ଥାନ ମିଳିପାରେ ନହେଲେ କେହି ଆହତ ହେଲେ ଦଳର ଓପନିଂ ସେ କରିପାରନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *