IND vs SA: କେ ଏଲ ରାହୁଲ ଆଉଟ ହେବା ଦ୍ଵାରା ହେଲେ ନିରାଶ, ଡିନ ଏଲଗରଙ୍କ ସହିତ କଲେ ଯୁକ୍ତି! ଦେଖନ୍ତୁ ଭିଡିଓ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନବର୍ଗରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଦୁଇ ଅଧିନାୟକଙ୍କ ମଧ୍ୟରେ କଥା ତର୍କ ଦେଖିବାକୁ ମିଳିଥିଲା। ଏହି ଘଟଣା ସେହି ସମୟର ଅଟେ ଯେବେ ଦ୍ୱିତୀୟ ପାରିରେ କେଏଲ ରାହୁଲ ମାର୍କୋ ଯେନସନଙ୍କ ବଲରେ ଆଉଟ ହୋଇ ଦୁଃଖ ମନରେ ଯାଉଥିଲେ। ୮ ରନ କରିଥିବା ରାହୁଲଙ୍କ କ୍ୟାଚ ସ୍ଲିପରେ ଏର୍ଡନ ମାର୍କରାମ ଧରିଥିଲେ। ଏହି କ୍ୟାଚକୁ ଥାର୍ଡ ଅମ୍ପାୟାର ଆଉଟ ଦେବା ପରେ ଦକ୍ଷିଣ ଆଫ୍ରିକା ଖେଳାଳି କିଛି କହିଥିଲେ ଯାହା ଦ୍ୱାରା କଥାତର୍କ ହୋଇଥିଲା।

Google

ଅନଫିଲ୍ଡ ଅମ୍ପାୟାରଙ୍କ ଦ୍ଵାରା ନିସ୍ପତି ନ ନେବା ପୂର୍ବରୁ ରାହୁଲ ଆଉଟ ହେଇଯିବା ପାଇଁ କୌଣସି ରୁଚି ଦେଖାଇ ନଥିଲେ। ଥାର୍ଡ ଅମ୍ପାୟାର ଦେଖିଲେ କି ଏହା କ୍ୟାଚ ଥିଲା ଓ ଆଉଟ ଦିଆଗଲା।

ଆଉଟ ହୋଇଯିବା ପରେ ରାହୁଲ ଦକ୍ଷିଣ ଆଫ୍ରିକାର ଅଧିନାୟକ ଡିନ ଏଲଗରଙ୍କ ସହିତ କିଛି ଯୁକ୍ତି କରିଥିଲେ। କାରଣ ସେ ଅବିଶ୍ୱାସରେ ମୁଣ୍ଡ ହଲେଇ ଗ୍ରାଉଣ୍ଡରୁ ଯାଉଥିଲେ। ଏହି ଘଟଣା ପ୍ରଥମ ଦିନ ମଧ୍ୟ ହୋଇଥିଲା ଯେବେ ରାଶି ବାନ ଡେର ଅନ ଫିଲ୍ଡ ଅମ୍ପାୟାରଙ୍କ ଦ୍ଵାରା ଆଉଟ ଦିଆଯାଇଥିଲେ।

ଏଲଗର ଓ ଟିମ ମ୍ୟାନେଜର ମ୍ୟାଚ ଅଧିକାରୀଙ୍କ ସହ ଡେର ହୁସେନଙ୍କ ଆଉଟକୁ ନେଇ ଚର୍ଚ୍ଚା କରିଥିଲେ:ଦକ୍ଷିଣ ଆଫ୍ରିକାର ଅଧିନାୟକ ଏଲଗର ଓ ଟିମ ମ୍ୟାନେଜର ଖେଳର ଦ୍ୱିତୀୟ ଦିନ ଲଞ୍ଚ ସମୟରେ ମ୍ୟାଚ ଅଧିକାରୀଙ୍କ ସହ ଭେଟି ଡେର ହୁସେନଙ୍କ ଆଇଟକୁ ନେଇ ଚର୍ଚା କରିଥିଲେ। ଇଏସପିଏନ କ୍ରିକଇନ୍ଫୋର ଖବର ଅନୁସାରେ ଏଲଗର ଓ ମ୍ୟାନେଜର ମାସୁବେଲେଲେ ଡେର ହୁସେନଙ୍କ କ୍ୟାଚ ଆଉଟକୁ ନେଇ ଗ୍ରାଉଣ୍ଡ ଅମ୍ପାୟାର ମରାଇସ ଇରାସମସ ଓ ଉଲାଉଦିନ ପାଲେକର , ଥାର୍ଡ ଅମ୍ପାୟାର ଏଡ୍ରିୟନ ହୋଲ୍ଡଷ୍ଟାପ ଓ ମ୍ୟାଚ ରେଫରି ଏଣ୍ଡି ପାଇକ୍ରୋଫଷ୍ଟଙ୍କ ସହ ଚର୍ଚ୍ଚା କରିଥିଲେ। ଦେଖନ୍ତୁ ତଳେ ଦିଆଯାଇଥିବା ଭିଡିଓ

ଏହା ସ୍ପଷ୍ଟ ହୋଇପାରିନାହିଁକି କଣ ଚର୍ଚା ହୋଇଥିଲା। ଗ୍ରାଉଣ୍ଡ ଅମ୍ପାୟାର ଲଞ୍ଚର ଠିକ ପୂର୍ବରୁ ସାରଦୁଲ ଠାକୁରଙ୍କ ବଲରେ ଡେର ହୁସେନଙ୍କୁ ୱିକେଟ ପଛରେ କ୍ୟାଚ ଆଉଟ ଦେଇଥିଲେ। ୱିକେଟ କିପର ପନ୍ତଙ୍କ କ୍ୟାଚକୁ ନେଇ ପ୍ରଶ୍ନ କରା ଯାଉଥିଲା କିନ୍ତୁ କୌଣସି ସ୍ପଷ୍ଟ ପ୍ରମାଣ ମିଳିଲାନିକି ବଲ ପନ୍ତ ଧରିବା ପୂର୍ବରୁ ମାଟିରେ ପଡିଥିଲା ବୋଲି। ନିୟମ ୨.୧୨ ଅନୁସାରେ ଗ୍ରାଉଣ୍ଡ ଅମ୍ପାୟାରଙ୍କ ଫଇସଲାକୁ ବଦଳାଇବା ପାଇଁ ସ୍ପଷ୍ଟ ପ୍ରମାଣର ଆବଶ୍ୟକତା ରହିଛି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *