ପଞ୍ଜାଵ କିଙ୍ଗସ ଅଭିଯୋଗ କରିଛି କି ଅଧିନାୟକ ରୂପରେ ପୂର୍ଵ ଦୁଇଟି ସିଜନରୁ ପୁରା ଆଜାଦି ମିଳିବା ପରେ ମଧ୍ୟ କେ ଏଲ ରାହୁଲ ଟିମ ଛାଡୁଛନ୍ତି। ଟିମ ଏହା ମଧ୍ୟ କହିଛି କି ଯଦି ନୂଆ ଟିମ ତାଙ୍କ ସହ ସମ୍ପର୍କ କରିଛି ତେବେ ଏହା ବିସିସିଆଇର ଦିଶା ନିର୍ଦେଶର ବିରୋଧ ଅଟେ। ରାହୁଲଙ୍କୁ ବର୍ଷ ୨୦୨୦ରୁ ଆର ଅଶ୍ୱିନୀଙ୍କ ଜାଗାରେ ଅଧିନାୟକ କରାଯାଇଥିଲା। ସେ ବ୍ୟାଟିଙ୍ଗରେ ଭଲ କରିଥିଲେ କିନ୍ତୁ ଟିମକୁ ପ୍ଲେଅଫ ପର୍ଯ୍ୟନ୍ତ ନେଇକି ଯାଇପାରିନଥିଲେ। ଖବର ଆସୁଛି କି ସେ ଲଖନଉ ଟିମ ସହିତ ଯୋଡି ହେବାକୁ ଯାଉଛନ୍ତି।

ପଞ୍ଜାଵ ଟିମର ସହ ମାଲିକ ନେସ ବାଡ଼ିଆ କହିଛନ୍ତି,”ଆମେ ଚାହୁଁଥିଲୁ କି ରାହୁଲ ଟିମ ସହ ରୁହନ୍ତୁ କିନ୍ତୁ ସେ ଯିବାକୁ ଚାହିଁଲେ। ଯଦି ଅନ୍ୟ ଟିମ ତାଙ୍କ ସହ ପୂର୍ବରୁ ସମ୍ପର୍କ କରିଛନ୍ତି ତେବେ ଏହା ଭୁଲ ଅଟେ”। ଲଖନଉରେ ମିଶିବାକୁ ଯାଉଥିବା ରାହୁଲଙ୍କ ଉପରେ ଯେଉଁ କଥା ଉଠୁଛି ଏହା ଉପରେ ସେ କହିଛନ୍ତି,”ମୁଁ ଆଶା କରୁଛିକି ଏପରି ନୁହେଁ। କାରଣ ଏହା ବିସିସିଆଇର ଦିଶା ନିର୍ଦେଶର ବିରୋଧ ଅଟେ”।
୨୫ ଡିସେମ୍ବର ପର୍ଯ୍ୟନ୍ତ ତିନୋଟି ଖେଳାଳିଙ୍କୁ ଯୋଡି ପାରିବେ:
୨୦୧୦ରେ ରବିନ୍ଦ୍ର ଜାଡେଜାଙ୍କୁ ଗୋଟେ ବର୍ଷ ପାଇଁ ଆଇପିଏଲରୁ ବାସନ୍ଦ କରାଯାଇଥିଲା। ଯିଏକି ରାଜସ୍ଥାନ ଟିମରୁ ବାହାରିବା ପରେ ଅନ୍ୟ ଟିମ ସହ ସମ୍ପର୍କ କରୁଥିଲେ। ଲଖନଉ ଓ ଅହମ୍ମଦାବାଦ ଟିମକୁ ରିଲିଜ ଖେଳାଳିଙ୍କ ମଧ୍ୟରୁ ୩ ଖେଳାଳିଙ୍କୁ ନିଜ ସହ ଯୋଡିବା ପାଇଁ ୨୫ ଡିସେମ୍ବର ପର୍ଯ୍ୟନ୍ତ ସମୟ ଦିଆଯାଇଛି। କେ ଏଲ ରାହୁଲଙ୍କ ସହ ଅଶ୍ୱିନୀ, ଜାଡେଜା, ରାଶିଦ ଖାନ ଓ ୟୁଜବେନ୍ଦ୍ର ଚହଲ ମଧ୍ୟ ଏଥିରେ ସାମିଲ ଅଛନ୍ତି ବୋଲି ଜଣା ଯାଉଛି।
Coach @anilkumble1074 has a message straight from the ❤️ for you, #SaddeFans 🗣️
Listen in 👇#SaddaPunjab #PunjabKings #IPLRetentions #IPL2022 #IPLAuction2022 pic.twitter.com/3IolLdU3Ea
— Punjab Kings (@PunjabKingsIPL) December 1, 2021
ପଞ୍ଜାଵ ଆଗାମୀ ନିଲାମୀ ପୂର୍ବରୁ ଆର ଅଶ୍ୱିନୀଙ୍କୁ ନେବାକୁ ଇଛୁକ ଅଛି। ପଞ୍ଜାଵ କେବଳ ମୟଙ୍କ ଅଗ୍ରୱାଲ ଓ ଅର୍ସଦୀପ ସିଂହଙ୍କୁ ରିଟେନ କରିଛି। ଏବେ ପଞ୍ଜାଵ ପାଖରେ ୭୨ କୋଟି ଅଛି। ୮ ଟି ଟିମ ମୋଟ ୨୭ ଜଣ ଖେଳାଳିଙ୍କୁ ରିଟନ କରିଛନ୍ତି। ମହମ୍ମଦ ସାମୀଙ୍କୁ ନେଇ ନେସ ବାଡ଼ିଆ କହିଛନ୍ତି ସେ ଭଲ ଖେଳାଳି ଅଟନ୍ତି ଯଦି ସେ ଉପଲବ୍ଧ ରହିବେ ତେବେ ଆମେ ତାଙ୍କୁ ଟିମରେ ସାମିଲ କରିବୁ।
ତେବେ ଏହାକୁ ନେଇ ଆପଣଙ୍କ ମତ କଣ କମେଣ୍ଟ ବିଭାଗରେ ଜଣାନ୍ତୁ। ରିଟେନ ପ୍ରକ୍ରିୟାର ତାରିଖ ସରି ଯାଇଛି। ଆଗକୁ ମେଗା ଅକ୍ସନ ହେବାର ଚାନ୍ସ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।