ଭାରତର କେ ଏଲ ରାହୁଲ ଓ ପାକିସ୍ତାନର ମହମ୍ମଦ ରିଜୱାନ ଆଇସିସି ଟି-୨୦ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗରେ ଗୋଟେ ଗୋଟେ ସ୍ଥାନ ଉପରକୁ ଉଠି ପଞ୍ଚମ ଓ ଚତ୍ରୁର୍ଥ ସ୍ଥାନରେ ରହିଛନ୍ତି। ପାକିସ୍ତାନର ୱିକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ବଙ୍ଗଳାଦେଶ ବିରୁଦ୍ଧରେ ତିନୋଟି ଟି-୨୦ ମ୍ୟାଚରେ ୯୦ ରନ କରିଥିଲେ ଯାହା ଦ୍ୱାରା ତାଙ୍କ ରାଙ୍କିଙ୍ଗ ଗୋଟେ ସ୍ଥାନ ଉପରକୁ ଉଠିଯାଇଛି। ପାକିସ୍ତାନ ସେହି ସିରିଜକୁ ୩-୦ରେ ଜିତିଥିଲା।

ଓପନର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଦୁଇଟି ମ୍ୟାଚରେ ୮୦ ରନ କରି ଏବେ ରିଜବାନଙ୍କ ଠୁ ୬ ଅଙ୍କ ପଛରେ ଅଛନ୍ତି। ତାଙ୍କୁ ମଧ୍ୟ ଗୋଟେ ସ୍ଥାନ ବଢାଯାଇଛି ଓ ସେ ପଞ୍ଚମ ସ୍ଥାନରେ ପହଁଚିଯାଇଛନ୍ତି। ନ୍ୟୁଜଲ୍ୟାଣ୍ଡ ସହ ଟି-୨୦ ସିରିଜ ମଧ୍ୟ ଭାରତ ୩-୦ରେ ଜିତିଛି।
ନ୍ୟୁଜିଲ୍ୟାଣ୍ଡର ଓପନର ମାର୍ଟିନ ଗପଟିଲ ଯିଏକି ଇଣ୍ଡିଆ ବିରୁଦ୍ଧରେ ତିନୋଟି ଟି-୨୦ରେ ୧୫୨ ରନ କରିଥିଲେ ତାଙ୍କୁ ମଧ୍ୟ ରାଙ୍କିଙ୍ଗରେ ୩ ସ୍ଥାନର ଫାଇଦା ହୋଇଛି ଓ ସେ ୧୦ ମ ସ୍ଥାନରେ ପହଁଚିଯାଇଛନ୍ତି।
ସେହି ପରି ନ୍ୟୁଜିଲ୍ୟାଣ୍ଡ ସିରିଜରେ ରୋହିତ ଶର୍ମା ଯିଏକି୧୫୯ ରନ କରି ଶୀର୍ଷରେ ରହିଥିଲେ ତାଙ୍କୁ ମଧ୍ୟ ଦୁଇଟି ସ୍ଥାନରେ ଫାଇଦା ହୋଇଛି ଓ ସେ ୧୩ ତମ ସ୍ଥାନରେ ପହଁଚିଯାଇଛନ୍ତି। ସୂର୍ଯ୍ୟକୁମାର ୨୪ ସ୍ଥାନ ଉପରକୁ ଉଠି ୫୯ ସ୍ଥାନରେ ପହଁଚିଯାଇଛନ୍ତି।
↗️ Rizwan, Rahul move up one spot
↗️ Guptill back in top 10Some notable changes in this week's @MRFWorldwide ICC Men's T20I Player Rankings ?
Full list: https://t.co/uR3Jx2jJ5V pic.twitter.com/f5JDnWLrFa
— ICC (@ICC) November 24, 2021
ପାକିସ୍ତାନର ଫକର ଜମାନ ବ୍ୟାଟ୍ସମ୍ୟାନଙ୍କ ସୂଚିବରେ ୫ ସ୍ଥାନ ଉପରକୁ ଉଠି ୩୫ ତମ ସ୍ଥାନରେ ପହଁଚିଯାଇଛନ୍ତି। ଏହି ନୂଆ ରାଙ୍କିଙ୍ଗରେ ପାକିସ୍ତାନର ଅଧିନାୟକ ବାବର ଆଜମ ନମ୍ବର ୧ ରେ ଅଛନ୍ତି।ଏହା ପରେ ଦ୍ୱିତୀୟ ନମ୍ବରରେ ଇଂଲଣ୍ଡର ଡେଭିଡ ମଲାନ ଅଛନ୍ତି। ଅନ୍ୟ ପଟେ ବୋଲିଙ୍ଗ ରାଙ୍କିଙ୍ଗରେ ଭାରତ ସହ ସିରିଜରେ ୪ ୱିକେଟ ନେଇଥିବା ନ୍ୟୁଜଲ୍ୟାଣ୍ଡର ସ୍ପିନର ମିଚେଲ ସେଣ୍ଟନରଙ୍କୁ ୧୦ ସ୍ଥାନ ଉପରକୁ ଆସିବାର ମୌକା ମିଳିଲା ଓ ସେ ଏବେ ୧୦ ମ ସ୍ଥାନରେ ଅଛନ୍ତି। ଏହି ସୁଚିରେ ଭୁବନେଶ୍ୱର କୁମାର ୧୯ ଓ ଦୀପକ ଚାହାର ୪୦ ତମ ସ୍ଥାନରେ ଅଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।