ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜରେ ଏବେ ୧-୦ରେ ଆଗୁଆ ଅଛି। ଟିମ ସିରିଜର ପ୍ରଥମ ମ୍ୟାଚ ୬ ୱିକେଟରେ ଜିତିଥିଲା। ମ୍ୟାଚରେ ୨୨ ଓଭରର ଖେଳ ବାକିଥିଲା, ଲେଗ ସ୍ପିନର ୟୁଜବେନ୍ଦ୍ର ଚାହଲ ଓ ଅଫ ସ୍ପିନର ୱାସିଙ୍ଗଟନ ସୁନ୍ଦର ଭଲ ପ୍ରଦର୍ଶନ କରିଥିଲେ। ଚହଲ ୪ ଟି ଓ ସୁନ୍ଦର ୩ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ଏହି ମ୍ୟାଚରେ ଉପଅଧିନାୟକ କେ ଏଲ ରାହୁଲ ଖେଳିନଥିଲେ। ଏବେ ସେ ଟିମ ସହିତ ଯୋଡି ହୋଇଯାଇଛନ୍ତି। ଏବେ ୯ ଫେବୃଆରୀକୁ ହେବାକୁ ଥିବା ଦ୍ୱିତୀୟ ଏକଦିବସିୟରେ ସେ ଖେଳିବା ପ୍ରାୟ ନିଶ୍ଚିତ। ସେ ଖେଳିବା ଦ୍ଵାରା ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହେବାର ଚାନ୍ସ ଅଛି ଓ ଦୁଇ ଯୁବ ଖେଳାଳିଙ୍କ ମଧ୍ୟରୁ କାହାକୁ ଜଣେ ବାହାରିବା ପାଇଁ ହିଁ ପଡିବ।

ପ୍ରଥମ ଏକଦିବସିୟ କଥା କହିବା ତ ରୋହିତଙ୍କ ସହ ଇସାନ କିସନ ଓପନିଙ୍ଗ କରିଥିଲେ। ଦୁହେଁ ପ୍ରଥମ ୱିକେଟ ପାଇଁ ଅର୍ଦ୍ଧଶତକୀୟ ପାର୍ଟନରସିପ କରିଥିଲେ। ଟିମ ପାଖରେ ପ୍ରଥମ ବିକଳ୍ପ ଏହାକି ଇସାନଙ୍କ ଜାଗାରେ ଦ୍ୱିତୀୟ ମ୍ୟାଚରେ ରାହୁଲ ଓପନିଙ୍ଗ କରିବେ। ରାହୁଲ ମଧ୍ୟକ୍ରମରେ ମଧ୍ୟ ଖେଳିଛନ୍ତି। ଟିମର ସିନିୟର ଖେଳାଳି ଶିଖର ଧାୱନ କରୋନା ସଂକ୍ରମଣ ହେବା ଦ୍ଵାରା ବାହାରେ ଅଛନ୍ତି।ସେ ଆସିବା ପରେ ରାହୁଳଙ୍କୁ ମଧ୍ୟକ୍ରମରେ ହିଁ ଖେଳିବାକୁ ପଡିବ।
ହୁଡା ମଧ୍ୟ ହୋଇପାରନ୍ତି ବାହାର:
ଦ୍ୱିତୀୟ ବିକଳ୍ପ ଏହାକି ଟିମ ଇସାନ କିସନଙ୍କୁ ପୁଣି ଓପନିଙ୍ଗ କରାଇବ ଓ ରାହୁଲ ମଧ୍ୟକ୍ରମରେ ଖେଳିବେ। ଏଭଳି ପରିସ୍ଥିତିରେ ଦୀପକ ହୁଡା ବାହାର ହେବେ। ସେ ପ୍ରଥମ ମ୍ୟାଚରେ ୨୬ ରନର ନଟଆଉଟ ପାରି ଖେଳିଥିଲେ। ଏହା ସହ ସେ ସୂର୍ଯ୍ୟକୁମାର ଯାଦବଙ୍କ ସହଅର୍ଦ୍ଧଶତକୀୟ ପାର୍ଟନରସିପ କରି ଟିମକୁ ଜିତାଇଥିଲେ। ଏହି ମ୍ୟାଚରେ ବିରାଟ କୋହଲି ଓ ରିଷଭ ପନ୍ତ ଲୟ ହାସଲ କରିବାକୁ ଚାହିଁବେ। ଦୁହେଁ ପ୍ରଥମ ମ୍ୟାଚରେ ଅସଫଳ ରହିଥିଲେ। ରୋହିତ ଆଘାତ ପରେ ଫେରି ସୁନ୍ଦର ଅର୍ଦ୍ଧଶତକ ମାରିଥିଲେ।

ବୋଲିଙ୍ଗରେ ପରିବର୍ତ୍ତନର ଆଶା କମ:
ପ୍ରଥମ ଏକଦିବସିୟ କଥା କହିବାତ ସ୍ପିନର ଚହଲ ଓ ସୁନ୍ଦରଙ୍କ ସହ ପ୍ରେସର ବୋଲର ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ପ୍ରସିଦ୍ଧ କ୍ରିଷ୍ଣା ଦୁଇଟି ଓ ମହମ୍ମଦ ସିରାଜ ଗୋଟେ ୱିକେଟ ନେଇଥିଲେ। ସାରଦୁଲ ଠାକୁର କୌଣସି ୱିକେଟ ନେଇନଥିଲେ। ଟିମ ଦ୍ୱିତୀୟ ମ୍ୟାଚରେ ମଧ୍ୟ ତାଙ୍କୁ ମୌକା ଦେଇପାରେ। ପ୍ରଥମ ମ୍ୟାଚ ପରେ ଅଧିନାୟକ ରୋହିତ ଚହଲଙ୍କୁ ଟିମର ମହତ୍ତ୍ୱପୂର୍ଣ୍ଣ ଖେଳାଳି ମଧ୍ୟ କହିଛନ୍ତି।
ଟିମ ଏହି ଚୂଡାନ୍ତ ଏକାଦଶ ସହ ଓହ୍ଲାଇପାରେ:
ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ(ଉପଅଧିନାୟକ),ବିରାଟ କୋହଲି, ରିଷଭ ପନ୍ତ,ସୂର୍ଯ୍ୟକୁମାର ଯାଦବ,ଦୀପକ ହୁଡା,ୱାସିଙ୍ଗଟନ ସୁନ୍ଦର, ସାରଦୁଲ ଠାକୁର, ପ୍ରସିଦ୍ଧ କ୍ରିଷ୍ଣା, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।