ବିସିସିଆଇ ରୋହିତ ଶର୍ମାଙ୍କୁ ଟି-୨୦ ପରେ ଏବେ ଏକଦିବସିୟ ଅଧିନାୟକ ମଧ୍ୟ କରିଦେଇଛନ୍ତି। ସୂତ୍ରରୁ ଯାହା ଜଣା ପଡୁଛି ବିରାଟ କୋହଲି ଏକଦିବସିୟ ଅଧିନାୟକ ପଦ ଛାଡିବା ମୁଡରେ ନଥିଲେ। କିନ୍ତୁ ବୋର୍ଡ ଶେଷରେ ତାଙ୍କ ଠୁ ଅଧିନାୟକତ୍ୱ ପଦ ଛଡାଇନେଲା। କୋହଲି କେବଳ ଟେଷ୍ଟ ଟିମରେ ଅଧିନାୟକତ୍ୱ କରିବେ। ମାନେ ଏବେ ଲିମିଟେଡ଼ ଓଭର ଓ ଟେଷ୍ଟରେ ଅଲଗା ଅଲଗା ଅଧିନାୟକ ହେବେ। ଏହା ମଧ୍ୟରେ ବୋର୍ଡ କେ ଏଲ ରାହୁଲଙ୍କୁ ବଡ଼ ପଦ ଦେଇପାରନ୍ତି।

ଇନସାଇଡ଼ ସ୍ପୋର୍ଟସ ଅନୁସାରେ ବୋର୍ଡ କେ ଏଲ ରାହୁଲଙ୍କୁ ଏକଦିବସିୟର ଅଧିନାୟକ ପଦ ଦେଇପାରେ। ଅଳ୍ପ ଦିନ ପୂର୍ବରୁ ରାହୁଲଙ୍କୁ ଟି-୨୦ ଟିମର ଉପଅଧିନାୟକ କରାଯାଇଛି। ଯଦି ଅଧିକାରୀ କହିଛନ୍ତିକି କେଏଲ ରାହୁଲ ଏକଦିବସିୟରେ ଆଗକୁ। ଉପଅଧିନାୟକ ହେବେ।ସେ କିଛି ବର୍ଷରୁ ସୁନ୍ଦର। ପ୍ରଦର୍ଶନ କରିଛନ୍ତି ଓ ତାଙ୍କ ପାଖରେ ୬-୭ ବର୍ଷର ସମୟ ଅଛି। ତାଙ୍କୁ ଆଗାମୀ ଅଧିନାୟକ କରିବା ପାଇଁ ଏହା ଏକ ରାସ୍ତା ପ୍ରାୟ ଅଟେ। ଆଗକୁ ସେ ରାହୁଲ ଦ୍ରାଭିଡଙ୍କ ସହ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଠୁ ମଧ୍ୟ ସେ ବହୁତ କିଛି ଶିଖିବେ। କହିରଖିବୁକି ଭାରତୀୟ ଟିମକୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ତିନୋଟି ଏକଦିବସିୟ ମ୍ୟାଚ ମଧ୍ୟ ଖେଳିବାର ଅଛି। ଜଲ୍ଦି ଏହା ପାଇଁ ଟିମ ଘୋଷଣା ହେବ। ସେବେ ରାହୁଲଙ୍କ ନାମ ମଧ୍ୟ ଘୋଷଣା କରାଯାଇପାରେ।
ପୂର୍ଵ ଦୁଇ ବର୍ଷରେ ସବୁଠୁ ଅଧିକ ଶତକ ମାରିଛନ୍ତି:
କେଏଲ ରାହୁଲଙ୍କ ପ୍ରଦର୍ଶନ ପୂର୍ଵ ୨ ବର୍ଷରେ ଭଲ ରହିଛି। ୧ ଜାନୁଆରୀ ୨୦୨୦ ରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଏକଦିବସିୟ ରେକର୍ଡ ଦେଖିବା ତ ରାହୁଲ ସବୁଠୁ ଅଧିକ୨ ଟି ଶତକ ମାରିଛନ୍ତି। ଏହି ସମୟରେ ସେ ସବୁଠୁ ଅଧିକ ରନ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ମଧ୍ୟ ଅଟନ୍ତି। ସେ ୧୨ ଟି ପାରିରେ ୬୨ ର ଔସତରେ ୬୨୦ ରନ କରିଛନ୍ତି। ଏହା ସହ ସେ ୨ ଟି ଶତକ ଓ ୪ ଟି ଅର୍ଦ୍ଧଶତକ ମାରିଛନ୍ତି। ମାନେ ପ୍ରତି ଦୁଇଟି ପାରିରେ ସେ ୫୦ ରୁ ଅଧିକ ରନ କରିଛନ୍ତି। ଏହି ସମୟରେ ବିରାଟ କୋହଲି ୫୬୦ ଓ ରୋହିତ ଶର୍ମା ୬ ଟି ପାରିରେ ୨୬୧ ରନ କରିଛନ୍ତି।

ଆଇପିଏଲରେ କରିଥିଲେ ସୁନ୍ଦର ପ୍ରଦର୍ଶନ:କେଏଲ ରାହୁଲ ଆଇପିଏଲର ପୂର୍ଵ ୪ ଟି ସିଜନରେ ଭଲ ପ୍ରଦର୍ଶନ କରିଛନ୍ତି ଓ ଯାକ ସିଜନରେ ୫୦୦ରୁ ଅଧିକ ରନ କରିଥିଲେ। ଆଇପିଏଲ ୨୦୨୧ କଥା କହିବାତ ସେ ୧୩ ଟି ମ୍ୟାଚରେ ୬୩ର ଔସତରେ ୬୨୬ରନ କରିଥିଲେ।ଏହି ସିଜନରେ ସେ ୬ ଟି ଅର୍ଦ୍ଧଶତକ ମାରିଛନ୍ତି ଓ ତାଙ୍କ ଷ୍ଟାଇକରେଟ ୧୩୯ ର ରହିଥିଲା। ମାନେ ସେ ଏକଦିବସିୟ ଓ ଟି-୨୦ରେ ଭଲ ପ୍ରଦର୍ଶନ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।