IND VS NZ: ରାହୁଲ ନୂଆ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ କହିଦେଲେ ଏହି ବଡ଼ କଥା, ଜୋର ଧରିଲା ଖବର, ଦେଖନ୍ତୁ ଭିଡିଓ

କେ ଏଲ ରାହୁଲ ଟି-୨୦ ସିରିଜ ସହ ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ନେଇ ମଧ୍ୟ ଉତ୍ସାହିତ ଅଛନ୍ତି ବୋଲି ଜଣା ଯାଉଛି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ୧୭ ନଭେମ୍ବରରୁ ଆରମ୍ଭ ହେବ। କହିରଖିବୁକି ଟି-୨୦ ବିଶ୍ୱକପ ପରେ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି। ଏହା ସହ ବିରାଟ କୋହଲି ମଧ୍ୟ ଟି-୨୦ ଅଧିନାୟକ ପଦ ଛାଡିଦେଇଛନ୍ତି। ଆଗାମି ଟି-୨୦ ବିଶ୍ୱକପ ପାଖାପାଖି ୧୨ ମାସ ଦୂର ତେଣୁ ପ୍ରସ୍ତୁତି ଗୁରୁତ୍ୱପୂର୍ଣ୍ଣ ଅଟେ।

Google

ଟି-୨୦ ଦଳର ନୂଆ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ରାହୁଲ କହିଛନ୍ତି,”ଆମେ ଆଇପିଏଲରର ତାଙ୍କୁ ଦେଖିଛୁ ଓ ତାଙ୍କ ରେକର୍ଡ ସବୁ କିଛି କହୁଛି। ତାଙ୍କୁ ଖେଳର ପୁରା ଅନୁଭବ ଅଛି ଓ ସେ ଜଣେ କୁଶଳ ରଣନୀତିକାର। ସେଥିପାଇଁ ଅଧିନାୟକ ରୂପରେ ସେ ଏତେ ଜିନିଷ ହାସଲ କରିଛନ୍ତି,”। ସେ କହିଛନ୍ତି,”ଆଗାମୀ କିଛି ସପ୍ତାହରେ ଏହା ଜାଣିବା ରୋଚକ ହେବ କି ଟିମ ପାଇଁ ତାଙ୍କର କଣ ଟାର୍ଗେଟ ହେବ। ଟିମର ଖେଳର ଫଇସଲା ସାମୁହିକ ଭାବେ ନିଆଯାଇଥାଏ ଓ ନେତୃତ୍ୱ ସମୂହର କାମ ଏହା ହୋଇଥାଆ କି ଏହା ସୁନିଶ୍ଚିନ୍ତ କରିବା ସମସ୍ତଙ୍କୁ ନିଜ ଭୂମିକା ବିଷୟରେ ଜଣାଥାଉ ଓ ସେ ଏହା ଭଲସେ ପାଳନ କରନ୍ତୁ”।

ସବୁ ଯୁବ ଖେଳାଳିଙ୍କ ସହିତ ରହିଛନ୍ତି: କେ ଏଲ ରାହୁଲ ନୂଆ ହେର୍ଡ କୋଚ ରାହୁଲ ଦ୍ରାଭିଡଙ୍କ ବିଷୟରେ କହିଛନ୍ତି,”ମୁଁ ବହୁତ ଭାଗ୍ୟଶାଳୀ କି ତାଙ୍କୁ ଅନେକ ସମୟରୁ ଜାଣିଛି। ମୋ କ୍ୟାରିୟର ସମୟରେ ମୁଁ ତାଙ୍କ ଠୁ ବହୁତ କିଛି ଶିଖିଛି। ସେ ଜଣେ କୋଚ ହିସାବରେ ସବୁ ଯୁବ ଖେଳାଳିଙ୍କ ସହିତ ରହିଥାନ୍ତି। ଏବେ ସେ ମୁଖ୍ୟ କୋଚ ହେବା ଦ୍ଵାରା ତାଙ୍କଠୁ ବହୁତ କିଛି ଶିଖିବାକୁ ମିଳିବ। ସମସ୍ତଙ୍କୁ ଜଣାଅଛି କି ରାହୁଲ ଦ୍ରାଭିଡ କେତେ ବଡ଼ ନାମ ଓ ସେ ଦେଶ ପାଇଁ କଣ ସବୁ କରିଛନ୍ତି”।

ଟିମ କଲଚରର ପକ୍ଷଧାର ରହିଛନ୍ତି ଦ୍ରାଭିଡ: ଟି-୨୦ ଟିମର ଉପ ଅଧିନାୟକ କେ ଏଲ ରାହୁଲ କହିଛନ୍ତି,”ମୁଁ ଭାରତ ଏ ରେ କିଛି ମ୍ୟାଚ ଖେଳିଛି ଓ ଏଠାକୁ ଅଭ୍ୟାସ ପାଇଁ ଆସିବା ପୂର୍ବରୁ ତାଙ୍କ ସହ କଥା ହୋଇଛି ଓ ଜାଣିଛି ସେ ଏପରି ପରିବେଶ ସୃଷ୍ଟି କରିଥାନ୍ତି ଯାହା ଜଣେ କ୍ରିକେଟ ଓ ମଣିଷକୁ ଭଲ କରିଥାଏ”।

ହାର୍ଦିକ ପାଣ୍ଡ୍ୟାଙ୍କୁ ଜଣାଅଛି ତାକୁ କଣ କରିବାକୁ ହେବ: ଟି-୨୦ ବିଶ୍ୱକପରୁ ଭାରତୀୟ ଟିମ ଜଲ୍ଦି ବାହାର ହୋଇଗଲା ଓ ରାହୁଲ କହିଛନ୍ତି ଏବେ ନୂଆ ରଣନୀତି କରିବା ଆବଶ୍ୟକ। ସମସ୍ତେ ମିଶି ଏହି ଫଇସଲା ନେବାକୁ ହେବକି କଣ କଲେ ଭଲ ପ୍ରଦର୍ଶନ ହୋଇପାରିବ। ଅଲରାଉଣ୍ଡର ହାର୍ଦିକ ପାଣ୍ଡିଆଙ୍କୁ ନ୍ୟୁଜିଲ୍ୟାଣ୍ଡ ସିରିଜରେ ଜାଗା ମିଳିନାହିଁ ଓ ରାହୁଲ କହିଛନ୍ତି ହାର୍ଦିକକୁ ଜଣାଅଛିକି ତାକୁ କଣ କରିବାକୁ ହେବ। ରାହୁଲ କହିଥିଲେ,”ହାର୍ଦିକ ବହୁତ ଭଲ ଖେଳାଳି ଓ ଚତୁର ମଧ୍ୟ ସେ ଜାଣିଛନ୍ତି ତାଙ୍କୁ କଣ କରିବାକୁ ହେବ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *