ବ୍ୟୁରୋ ରିପୋର୍ଟ:ରୋହିତ ଶର୍ମାଙ୍କ ଅନୁପସ୍ଥିତରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧ ODI ରେ ଅଧିନାୟକ ହୋଇଥିବା କେଏଲ ରାହୁଲଙ୍କ ଅଧିନାୟକତ୍ୱ ରେକର୍ଡ ଭଲ ନୁହେଁ। ରାହୁଲ ଆଇପିଏଲରେ ପୂର୍ଵ ଦୁଇଟି ସିଜନରେ ପଞ୍ଜାଵ କିଙ୍ଗସର ଅଧିନାୟକ ରହିଛନ୍ତି ଓ ପଞ୍ଜାଵ କିଙ୍ଗସର ପ୍ରଦର୍ଶନ ଖରାପ ରହିଛି।

ଏହା ଛଡା ଜୋହାନବର୍ଗରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟରେ ମଧ୍ୟ ରାହୁଲ ଅଧିନାୟକତ୍ୱ କରିଥିଲେ ଓ ସେହି ମ୍ୟାଚ ମଧ୍ୟ ଟିମ ଇଣ୍ଡିଆ ହାରିଥିଲା। ଏହି ବିଷୟରେ ରାହୁଲଙ୍କୁ ପ୍ରଶ୍ନ ପଚରାଗଲା ତ ସେ ଏକ ବଡ଼ କଥା କହିଲେ।
“ମୁଁ ବି ମଧ୍ୟ ମଣିଷ ଭୁଲ ତ ହେବ ନିଶ୍ଚିତ”:
ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଏକଦିବସିୟର ଅଧିନାୟକ ହୋଇଥିବା ରାହୁଲ ଅଧିନାୟକତ୍ୱକୁ ନେଇ କହିଛନ୍ତି ମୁଁ ମଧ୍ୟ ମଣିଷ ତେଣୁ ଭୁଲ ତ କରିବି।
ଅଧିନାୟକ କେକହିଛନ୍ତି,”ଜୋହାନବର୍ଗରେ ମିଳିଥିବା ପରାଜୟରୁ ବହୁତ କିଛି ଶିଖିବାକୁ ମିଳିଲା। ମୁଁ ବିରାଟ ଓ ଧୋନିଙ୍କ ଅଧିନାୟକତ୍ୱରେ ଅନେକ ମ୍ୟାଚ ଖେଳିଛି ଓ ତାଙ୍କ ଠୁ ବହୁତ କିଛି ଶିଖିବାକୁ ମିଳିଛି। ମୁଁ ସେହି ଅନୁଭବକୁ ଅଧିନାୟକ ରୂପରେ କାମରେ ଲଗାଇବି। ମୁଁ ମଧ୍ୟ ମଣିଷ ଓ ଏହି ସବୁ ପ୍ରୋଶେଷରେ ମୁଁ ମଧ୍ୟ ଭୁଲ କରିବି। କିନ୍ତୁ ସେହି ସବୁ ଭୁଲରୁ ଶିଖି ଆଗକୁ ଭଲ କରିବି”।
💬 💬 I've learnt a lot from @msdhoni and @imVkohli. @klrahul11 on his learnings from MS Dhoni & Virat Kohli and leading #TeamIndia in the ODI series against South Africa. 👍#SAvIND pic.twitter.com/1mPm2jKDUB
— BCCI (@BCCI) January 18, 2022
୧୯ ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଥିବା ଏକଦିବସିୟ ସିରିଜ ପାଇଁ କେଏଲ ରାହୁଲ ଉତ୍ସାହିତ ଦେଖାଯାଉଛନ୍ତି। ରାହୁଲ କହିଛନ୍ତି ଏକଦିବସିୟ ସିରିଜରେ ଅଧିନାୟକତ୍ୱ ମିଳିଥିବାରୁ ସେ ବହୁତ ଉତ୍ସାହିତ ଅଛନ୍ତି ଓ ଭଲ କରିବା ପାଇଁ ଚେଷ୍ଟା କରିବେ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନୋଟି ମ୍ୟାଚର ଏକଦିବସିୟ ସିରିଜର ପ୍ରଥମ ମ୍ୟାଚ ୧୯ ଜାନୁଆରୀକୁ ପାର୍ଲରେ , ଦ୍ୱିତୀୟ ମ୍ୟାଚ ୨୧ ଜାନୁଆରୀକୁ ପାର୍ଲରେ ଓ ତୃତୀୟ ମ୍ୟାଚ ୨୩ ଜାନୁଆରୀକୁ କେପଟାଉନରେ ଖେଳାଯିବ।
ଅଧିନାୟକ ରୂପରେ ରେକର୍ଡ ଭଲ ନାହିଁ:
ପଞ୍ଜାଵ କିଙ୍ଗସ ପାଇଁ ରାହୁଲ ଦୁଇଟି ସିଜନରେ ଅଧିନାୟକତ୍ୱ କରିଛନ୍ତି ଓ ଦୁଇଟି ଯାକ ସିଜନରେ ଟିମ ଖରାପ ପ୍ରଦର୍ଶନ କରିଛି। ପଞ୍ଜାଵ ଟିମ ରାହୁଲଙ୍କୁ ଅଧିନାୟକତ୍ୱରେ ୨୭ ମ୍ୟାଚ ଖେଳିଛି ଯେଉଁଥିରେ ୧୧ ମ୍ୟାଚରେ ବିଜୟ, ୧୪ ମ୍ୟାଚରେ ପରାଜୟ ମିଳିଥିବା ବେଳେ ଦୁଇଟି ମ୍ୟାଚ ଟାଇ ହୋଇଛି। ଜୋହାନବର୍ଗରେ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ରାହୁଲ ଅଧିନାୟକ ହୋଇଥିଲେ ଓ ଏହି ମ୍ୟାଚ ମଧ୍ୟ ଟିମ ଇଣ୍ଡିଆ ହାରିଯାଇଥିଲା। କୋହଲିଙ୍କ ପରେ ରାହୁଲ ଟେଷ୍ଟ ଅଧିନାୟକ ହେବାର ସମ୍ଭାବନା ଅଛି।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।