ବ୍ୟୁରୋ ରିପୋର୍ଟ: ଚଳିତ ବର୍ଷ ଆଇପିଏଲ ପରେ ଜୁନ ମାସରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଏବଂ ଭାରତ ବିପକ୍ଷ ସିରିଜ ପାଇଁ ମାହୋଲ ଗରମ ହେବାକୁ ଲାଗୁଛି କାରଣ ଚଳିତ ବର୍ଷ ଆଇପିଏଲ ରେ ବହୁତ ଯୁବ ଖେଳାଳି ଅଛନ୍ତି ଯିଏକି ନିଜର ଏକ ସୁନ୍ଦର ଛାପ ଛାଡୁଛନ୍ତି ତେବେ ସେ ଅର୍ସଦିପ ସିଂହ ହୁଅନ୍ତୁ କି ଉମରାନ ମଲ୍ଲିକ ହୁଅନ୍ତୁ ସମସ୍ତେ ନିଜ ନିଜର ପ୍ରଭାବ ଦେଖାଉଛନ୍ତି। ଏହି ଖେଳାଳି ମାନଙ୍କ ମଧ୍ୟରେ ଏକ ଖେଳାଳି ହେଉଛନ୍ତି ସନରାଇଜର୍ସ ହାଇଦ୍ରାବାଦର ଖେଳାଳି ରାହୁଲ ତ୍ରିପାଠୀ ଯିଏକି ନିଜର ବ୍ୟାଟିଂ ବଳରେ ଚଳିତ ବର୍ଷ ଆଇପିଏଲରେ ଚୟନ କର୍ତ୍ତାଙ୍କ ଉପରେ ପ୍ରଭାବ ପକାଇଛନ୍ତି ଆସନ୍ତୁ ଜାଣିବା ଏହି ବିଷୟରେ।
Very soon we will see Rahul Tripathi in national colours 🙌 pic.twitter.com/SqmvZSPtJk
— CricTracker (@Cricketracker) May 18, 2022
ହାଇଦ୍ରାବାଦର ପୂର୍ବ ମ୍ୟାଚ ଯାହାକି ମୁମ୍ବାଇ ଇଣ୍ଡିଆନ ବିପକ୍ଷରେ ଖେଳା ଯାଇଥିଲା ସେହି ମ୍ୟାଚରେ ରାହୁଲ ତ୍ରିପାଠୀ ତାଙ୍କର ଅର୍ଦ୍ଧ ଶତକ ହାସଲ କରିଛନ୍ତି। କେବଳ ଏହି ମ୍ୟାଚରେ ନୁହେଁ ରାହୁଲ ତ୍ରିପାଠୀ ପୂର୍ବ ଆଇପିଏଲ ସିଜନ ଏବଂ ଚଳିତ ଆଇପିଏଲ ସିଯନର ପୂର୍ବ ମ୍ୟାଚ ଗୁଡିକରେ ଖୁବ୍ ସୁନ୍ଦର ପ୍ରଦର୍ଶନ କରିଛନ୍ତି ଯାହାକି ତାଙ୍କ ପାଇଁ ଆଗକୁ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଚୟନ ହେବା ପାଇଁ ସାହାଯ୍ୟ କରିବ।
ପୂର୍ବ ମ୍ୟାଚରେ ରାହୁଲ ତ୍ରିପାଠୀ ୪୪ ବଲ ଖେଳି ୭୬ ରନ ସଂଗ୍ରହ କରିଥିଲେ ଯାହା ମଧ୍ୟରେ ସେ ୯ଟି ୪ ଏବଂ ୩ଟି ଛକା ମାରିଥିଲେ ଏହି ମ୍ୟାଚରେ ତାଙ୍କର ଷ୍ଟ୍ରାଇକ ରେଟ ୧୭୨.୭୩ ଥିଲା। ଚଳିତ ସିଜନରେ ରାହୁଲ ୧୩ଟି ମ୍ୟାଚ ଖେଳି ୩୯୩ ରନ ସଂଗ୍ରହ କରିଛନ୍ତି ଏବଂ ତାଙ୍କର ଷ୍ଟ୍ରାଇକ ରେଟ ହେଉଛି ୧୬୧.୭୩ ଏବଂ ସେ ଚଳିତ ବର୍ଷ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରି ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ରାହୁଲ ତ୍ରିପାଠୀ ଏମିତି ପ୍ରଥମ ବ୍ୟାଟ୍ସମ୍ୟାନ ଯିଏକି ୩ନମ୍ବର ସ୍ଥାନରେ ବ୍ୟାଟିଂ କରି ୩ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି।
A great knock from Rahul Tripathi – 76 (44). He's in a wonderful form, scoring runs consistently for SRH. pic.twitter.com/ZUL8s2rfgT
— Mufaddal Vohra (@mufaddal_vohra) May 17, 2022
ଦକ୍ଷିଣ ଆଫ୍ରିକା ବିପକ୍ଷରେ ବହୁତ ବଡ଼ ବଡ ଖେଳାଳି ମାନଙ୍କୁ ଆରାମ ଦେବା ସହ କିଛି ଖେଳାଳୀଙ୍କ ଆଘାତ କାରଣରୁ ରାହୁଲ ତ୍ରିପାଠୀଙ୍କୁ ଦଳରେ ସ୍ଥାନ ମିଳିବାର ଖୁବ ସମ୍ଭାବନା ଅଛି କାରଣ ବର୍ତ୍ତମାନ ଭାରତୀୟ ଦଳର ମଧ୍ୟମ ସ୍ଥାନର ମୁଖ୍ୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଆହତ ଅଛନ୍ତି। ତେଣୁ ରାହୁଲଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିପାରେ। ସେ ଏହା ପୂର୍ବରୁ କୋଲକାତା ଦଳ ପଟେ ଖେଳୁଥିବା ସମୟରେ ମଧ୍ୟ ଏହି ପରି ଭାବରେ ଚମତ୍କାର ପ୍ରଦର୍ଶନ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।