IPL 2022 ର ଏକ ମୁକାବିଲାରେ ପଞ୍ଜାବକୁ ହରାଇଛି ଗୁଜୁରାଟ। GT ଦଳର କ୍ୟାପଟେନ ହାର୍ଦିକ ପାଣ୍ଡ୍ୟା ଟସ ଜିତି ବୋଲିଂର ନିଷ୍ପତ୍ତି ନେଇଥିଲେ। ପଞ୍ଜାବ ଆଗ ବ୍ୟାଟିଂ କରି ଲିଭିଙ୍ଗଷ୍ଟୋନଙ୍କ ଧୁଆଁଧାର ବ୍ୟାଟିଂ ବଳରେ ୧୮୯ ରନ କରିଥିଲା। ଲିଭିଙ୍ଗଷ୍ଟୋନ ୨୧ ବଲରେ ୫୦ କରିଥିଲେ। ସେ ୨୭ ବଲରେ ୬୪ କରିଥିଲେ।

ହେଲେ ଏହି ମ୍ୟାଚରେ ଫିନିସିଙ୍ଗ ଟଚ ଦେଇଥିଲେ ରାହୁଲ ତେୱାଟିଆ। ତାଙ୍କ ପୂର୍ବରୁ ଶୁଭମନ ଗିଲ ଆକର୍ଷଣୀୟ ବ୍ୟାଟିଂର ପ୍ରଦର୍ଶନ କରିଥିଲେ। ସେ ୯୬ ରନ କରି ଆଉଟ ହୋଇଯାଇଥିଲେ। ପାଣ୍ଡ୍ୟା ୧୮ ବଲରେ ୨୭ କରିଥିଲେ। ତାଙ୍କର ଏହି ପାରିରେ ୫ଟି ଚୌକା ସାମିଲ ଥିଲା।
ହେଲେ ଶେଷ ଓଭରର ଶେଷ ଦୁଇ ବଲରେ ଦରକାର ଥିଲା ୧୨ ରନ, ଷ୍ଟ୍ରାଇକରେ ଥିଲେ ରାହୁଲ ତେୱାଟିଆ। ୧୯.୫ ବଲକୁ ଏକ ସୁନ୍ଦର ଛକା ମାରିଥିଲେ ଯାହା ଫଳରେ ଶେଷ ବଲରେ ଗୁଜୁରାଟକୁ ମ୍ୟାଚ ଜିତିବା ପାଇଁ ୬ ରନର ଆବଶ୍ୟକତା ଥିଲା। ରାହୁଲ ସେହି ବଲ ବି ଏକ ଲମ୍ବା ଛକା ମାରି ଦଳକୁ ବିଜୟ ଦେଇଥିଲେ। ପୂର୍ବରୁ ସେ ସେଲଡ୍ରନ କଟ୍ରେଲଙ୍କ ୬ ଟି ବଲରେ ୫ଟି ଛକା ମାରିଥିଲେ। ସେବେ ସେ ରାଜସ୍ଥାନ ପାଇଁ ଖେଳୁଥିଲେ। GT vs PBKS ମ୍ୟାଚରେ ତେୱାଟିଆ ୩ ବଲରେ ୧୩ କରି ନଟ ଆଉଟ ଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ୪୦୦ ଉପରେ ଥିଲା।
It was 12 runs off 2 balls…and Tewatia finishes it off with 2 sixes!! 💥💥💥💥💥💥💥#rahultewatia #IPL2022 #Tewatia #GTvsPBKS pic.twitter.com/qaAxavSmz7
— Ajay maurya (@Ajaymaurya619) April 8, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।