ବ୍ୟୁରୋ ରିପୋର୍ଟ: ଚଳିତ ବର୍ଷ ଆଇପିଏଲ ରେ ସୁରେଶ ରାଇନାଙ୍କୁ କୌଣସି ବି ଟିମ କିଣି ନଥିଲା ଯାହା ଫଳରେ ପ୍ରାୟ କେତେକ ପ୍ରଶଂସକ ମାନଙ୍କ ଏହା ଧାରଣା ଥିଲା କି ରଇନାଙ୍କ କ୍ରିକେଟ ଜୀବନ ଶେଷ ହୋଇଗଲା ବୋଲି କିନ୍ତୁ ଆପଣ ମାନେ ଏହା ଜାଣି ଖୁସି ହୋଇପାରନ୍ତି କି ରାଇନା IPL କୁ ନୂଆ ରୋଲରେ ଫେରିପାରନ୍ତି।

ସୁରେଶ ରାଇନାଙ୍କୁ କୌଣସି ଦଳ କିଣି ନଥିଲା ଯାହା ଫଳରେ ଦର୍ଶକଙ୍କ ଏହା ଧାରଣା ଥିଲା କି ଅକ୍ସନ ପରେ ଅନ୍ୟ କୌଣସି ଟିମ ରାଇନାଙ୍କୁ କିଣିବ ବୋଲି କିନ୍ତୁ ଏବେ ଆଇପିଏଲରେ ରାଇନା ଏକ ନୂତନ ରୂପରେ ନଜର ଆସିବାର ଚାନ୍ସ ଅଛି। ଚଳିତ ବର୍ଷ ଆଇପିଏଲରେ ରାଇନା କମେଣ୍ଟ୍ରି ଟିମରେ ନଜର ଆସିବାର ଅଛି ତାଙ୍କ ସହିତ ଭାରତର ପୂର୍ବତନ କୋଚ ରବି ଶାସ୍ତ୍ରୀ ମଧ୍ୟ ଦେଖାଯିବାର ଚାନ୍ସ ଅଛି ।
ରାଇନା ତାଙ୍କ ଆଇପିଏଲ ଜୀବନରେ ୨୦୫ ଟି ମ୍ୟାଚ୍ ଖେଳି ଯେଉଁଥିରେ ସେ ୫୫୨୮ ରନ ସଂଗ୍ରହ କରିଥିଲେ ତାଙ୍କର ରନ କରିବାର ଶତକଡା ପ୍ରତି ମ୍ୟାଚ୍ ରେ ୩୨.୫୧ ଥିଲା। ଯେଉଁଥିରେ ସେ ୫୯ ଟି ଅର୍ଦ୍ଧଶତକ ଏବଂ ୧ ଟି ଶତକ କରିଥିଲେ । କିନ୍ତୁ ଫ୍ୟାନସ୍ ମାନେ ରାଇନାଙ୍କୁ ଖେଳ ପଡ଼ିଆରେ ସ୍ବାଗତ କରିବାକୁ ଇଛା କରିଥିଲେ ତେବେ ଏହା ଦେଖିବାକୁ ହେବ କି ପଡ଼ିଆରେ ଚାରି ଏବଂ ଛକା ଲଗାଉଥିବା ରାଇନା କମେଣ୍ଟ୍ରୀରେ କେମିତି ନିଜର ପ୍ରଦର୍ଶନ କରିବେ ।
Hard to receive this but life has to be move on??
Ur always my champ @ImRaina❤❤
Luv yu forever champ?#SureshRaina? #IPL2022 pic.twitter.com/tR3SyeKggG— KumaranRaina (@kumaran__raina) March 15, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।