ବ୍ୟୁରୋ ନ୍ୟୁଜ: ମଧ୍ୟପ୍ରଦେଶ ମୁମ୍ବାଇକୁ ଫାଇନାଲରେ ୬ ୱିକେଟରେ ହରାଇ ରଣଜୀ ଟ୍ରଫି ଜିତିଯାଇଛି। ୪୧ ବର୍ଷର ଚମ୍ପିୟନ ମୁମ୍ବାଇ ରଖିଥିବା ୧୦୮ ରନର ଲକ୍ଷ୍ୟକୁ ମଧ୍ୟପ୍ରଦେଶ ୬ ୱିକେଟରେ ହାସଲ କରି ଜିତିଛି। ମଧ୍ୟପ୍ରଦେଶ ତରଫରୁ ଓପନର ହିମାଂଶୁ ମନ୍ତ୍ରୀ ୩୭ ରନର ପାରି ଖେଳିଥିଲେ ଯେବେକି ଶୁଭମ ଶର୍ମା ୩୦ ରନ କରି ଆଉଟ ହୋଇଥିଲେ। ରଜତ ପତିଦାର ୩୦ ରନର ନଟଆଉଟ ପାରି ଖେଳିଛନ୍ତି। ମୁମ୍ବାଇ ତରଫରୁ ଦ୍ୱିତୀୟ ପାରିରେ ସମ୍ସ ମୁଲାନି ୩ ଟି ଓ ଧବଲ କୁଲକରନି ୧ ୱିକେଟ ନେଇଥିଲେ।
Chandu bhai, tumhaala maanla ??
1st Mumbai, then Vidarbha, and now MP, it's incredible! Best coach when it comes to winning trophies ? Many congratulations to skipper Aditya Shrivastava, MP team, and support staff ???? #RanjiTrophyFinal pic.twitter.com/BqR1gGXtDW— Wasim Jaffer (@WasimJaffer14) June 26, 2022
ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ମଧ୍ୟପ୍ରଦେଶର ଆରମ୍ଭ ଭଲ ରହିନଥିଲା। ଟିମର ସ୍କୋର ୨ ରନ ଥିବା ବେଳେ କୁଲକରନି ୟସ ଦୁବେଙ୍କୁ ବୋଲ୍ଡ ଆଉଟ କରିଦେଇଥିଲେ। ୟସ ୧ ରନ କରିଥିଲେ ପରେ ହିମାଂଶୁ ୩୭ ରନ କରି ନଟଆଉଟ ରହିଥିଲେ। ହିମାଂଶୁ ନିଜ ପାରିରେ ୩ଟି ଚୌକା ଲଗାଇଥିଲେ।
ଏହା ପୂର୍ବରୁ ମୁମ୍ବାଇ ପଞ୍ଚମ ଦିନର ଖେଳ ୧୧୩ ରନରେ ଦୁଇଟିରୁ ପାରି ଆରମ୍ଭ କରିଥିଲା। ମୁମ୍ବାଇ ଦ୍ୱିତୀୟ ପାରିରେ ଚତ୍ରୁର୍ଥ ଦିନ ଖେଳ ଶେଷ ହେବା ପର୍ଯ୍ୟନ୍ତ ଅରମାନ ଜାଫର ୩୦ ଓ ସୁବେଦ ପାରକର ୯ ରନ କରି ଖେଳୁଥିଲେ। ଜଲ୍ଦି ରନ କରିବା ପାଇଁ ପୃଥୀ ସ୍ୱଙ୍କ ସହିତ ହାର୍ଦିକ ତୋମରଙ୍କୁ ଓପନିଙ୍ଗ ପାଇଁ ପଠାଯାଇଥିଲା। ସ୍ୱ ୫୨ ବଲରେ ୪୪ ରନ କରି ଆଉଟ ହୋଇଥିଲେ। ତୋମର ୨୫ ରନ କରି କୁମାର କାର୍ତିକେୟଙ୍କ ବଲରେ ଆଉଟ ହୋଇଥିଲେ। ଅରମାନ ଜାଫରଙ୍କ ରୂପରେ ମୁମ୍ବାଇ ତୃତୀୟ ୱିକେଟ ହରାଇଥିଲା।
????. ?. ???! ? ?
Madhya Pradesh beat Mumbai by 6 wickets & clinch their maiden #RanjiTrophy title? ? @Paytm | #Final | #MPvMUM
Scorecard ▶️ https://t.co/xwAZ13D0nP pic.twitter.com/XrSp2YzwSu
— BCCI Domestic (@BCCIdomestic) June 26, 2022
ଅରମାନ କାଲି ନିଜର ସ୍କୋରରେ ୭ ରନ ଯୋଡି ଆଉଟ ହୋଇଗଲେ। ସେ ୪୦ ବଲରେ ତିନୋଟି ଚୌକା ସହ ୩୭ ରନ କରି ଆଉଟ ହୋଇଗଲେ।ଜାଫରଙ୍କୁ କାର୍ତିକେୟ ବୋଲ୍ଡ କରିଥିଲେ।ଏହା ପରେ ସୁବେଦ ପାରକର ଗୋଟେ ପଟ ପାରୀ ସମ୍ଭାଳିଥିଲେ। ସେ ୫୧ ରନର ଅର୍ଦ୍ଧଶତକିୟ ପାରି ଖେଳିଥିଲେ ଯାହା ପରେ ତାଙ୍କୁ କାର୍ତିକେୟ ବୋଲ୍ଡ କରି ମୁମ୍ବାଇକୁ ଚତ୍ରୁର୍ଥ ଝଟକା ଦେଇଥିଲେ। ଏହା ପରେ ସମସ୍ତଙ୍କ ନଜର ସରଫରାଜ ଖାନଙ୍କ ଉପରେ ଥିଲା ଯିଏକି ଏହି ସିଜନରେ ସୁନ୍ଦର ପ୍ରଦର୍ଶନ କରୁଥିଲେ କିନ୍ତୁ ସେ ୪୮ ବଲରେ ୪୫ ରନ କରି ଆଉଟ ହୋଇଥିଲେ।
ସେବେ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ଅଧିନାୟକତ୍ୱରେ ଫାଇନାଲ ଖେଳିଥିଲା ମଧ୍ୟପ୍ରଦେଶ:
ମଧ୍ୟପ୍ରଦେଶ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ଅଧିନାୟକତ୍ୱରେ ରଣଜୀ ଟ୍ରଫି ୧୯୯୮-୯୯ରେ ଫାଇନାଲ ଖେଳିଥିଲେ। ଚନ୍ଦ୍ରକାନ୍ତ ପଣ୍ଡିତ ଏବେ ଏମପି ଟିମର ହେର୍ଡ କୋଚ ଅଟନ୍ତି। ସେବେ ସେମିଫାଇନାଲରେ ହାଇଦ୍ରାବାଦକୁ ହରାଇ ମଧ୍ୟପ୍ରଦେଶ ଫାଇନାଲରେ ପହଁଚିଥିଲା। ସେହିପରି କର୍ଣ୍ଣାଟକ ପଞ୍ଜାଵକୁ ହରାଇ ଫାଇନାଲରେ ପହଁଚିଥିଲା।
Madhya Pradesh Head Coach Chandrakant Pandit got emotional after the win!#Cricket #RanjiTrophy #ChandrakantPandit #MP pic.twitter.com/kfBiHsruQD
— CRICKETNMORE (@cricketnmore) June 26, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।