ରଣଜୀ ଟ୍ରଫି ୨୦୨୨ରେ ଚମକିଲେ ଦେବଦତ ପଡିକଲ! ଲଗାଇଲେ ପ୍ରଥମ ଶତକ, ଇସାନ୍ତ ଓ ପୂଜାରା ହେଲେ ଫେଲ!

ବ୍ୟୁରୋ ରିପୋର୍ଟ: ଦେବଦତ ପଡିକଲ ଫାଷ୍ଟକ୍ଳାସ କ୍ରିକେଟରେ ନିଜର ପ୍ରଥମ ଶତକ ମାରିଛନ୍ତି। ତାଙ୍କଶତକ ଦ୍ଵାରା କର୍ଣ୍ଣାଟକ ରଣଜୀ ଟ୍ରଫି ଗ୍ରୁପ ସି ମ୍ୟାଚଏ ପ୍ରଥମ ଦିନ ପୁଡୁଚେରୀ ବିରୁଦ୍ଧରେ ୩ ୱିକେଟରେ ୨୯୩ ରନ କରିଦେଇଛି। ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା କର୍ଣ୍ଣାଟକ ୨ ୱିକେଟ ୩୯ ରନରେ ହରାଇଦେଇଥିଲା। ଓପନର ବ୍ୟାଟ୍ସମ୍ୟାନ ଆର ସମର୍ଥ(୧୧), କରୁଣ ନାୟର (୬) ଜଲ୍ଦି ଆଉଟ ହୋଇଯାଇଥିଲେ। ଏହି ଦୁଇ ୱିକେଟ ଅସିଥ ରାଜୀବ ନେଇଥିଲେ। ଏହା ପରେ ପଡିକଲ ପାରିକୁ ସମ୍ଭାଳିଲେ ଓ ବି ସିଦ୍ଧାର୍ଥ(୮୫) ଙ୍କ ସହ ଆବଶ୍ୟକୀୟ ପାର୍ଟନରସିପ କଲେ। ପଡିକଲ ୨୭୭ ବଲରେ ୨୦ ଚୌକା ଓ ଦୁଇଟି ଛକା ଦ୍ଵାରା ଶତକ ପୁରା କଲେ। ସେହିପରି ଟିମ ଇଣ୍ଡିଆର ସିନିୟର ଖେଳାଳି ଇସାନ୍ତ ଶର୍ମା ଓ ଚେତେଶ୍ୱର ପୂଜାରା ଭଲ ପ୍ରଦର୍ଶନ କରିପାରିନଥିଲେ।

Google

ଦେବଦତ ପଡିକଲ ସିଦ୍ଧାର୍ଥଙ୍କ ସହ ୩୫୭ ବଲରେ ୨୨୩ ରନର ପାର୍ଟନରସିପ କରିଥିଲେ। ପ୍ରଥମ ଦିନ ଖେଳଶେଷ ସୁଧା ପଡିକଲ ୧୬୧ ଓ ମଣିସ ପାଣ୍ଡେ ୨୧ ରନ କରି ନଟଆଉଟ ଅଛନ୍ତି। ଏକ ଅନ୍ୟ ମ୍ୟାଚରେ ଜାମ୍ମୁ-କାଶ୍ମୀରକୁ ରେଲୱେ ୨୫୮ ରନରେ ଆଉଟ କରିଦେଇଛି। କାମରାନ ଇକବାଲ ସବୁଠୁ ଅଧିକ ୮୩ ରନ କରିଥିଲେ। ରେଲୱେ ପାଇଁ ଅଧିନାୟକ ସ୍ପିନର କରଣ ଶର୍ମା ୭୬ ରନ ଦେଇ ୬ ଟି ୱିକେଟ ନେଇଥିଲେ। ସେହିପରି ଅଧିନାୟକ ଅଙ୍କିତ ବବାନେଙ୍କ ନଟଆଉଟ ବିଶିଷ୍ଟ ୧୧୪ ରନର ପାରି ଦ୍ଵାରା ମହାରାଷ୍ଟ୍ର ରଣଜୀ ଟ୍ରଫିର ଏଲଟି ଗ୍ରୁପ ଜିର ଶେଷ ଲିଗ ମ୍ୟାଚରେ ଉତ୍ତରପ୍ରଦେଶ ବିରୁଦ୍ଧରେ ୪ ୱିକେଟରେ ୨୯୮ ରନ କରିଦେଇଛି। ରାହୁଲ ତ୍ରିପାଠୀ ୯ ଟି ଚୌକା ଓ ଗୋଟେ ଛକା ଦ୍ଵାରା ୫୬ ରନ କରିଛନ୍ତି।

ଅସାମର ଭଲ ଆରମ୍ଭ,ସରୁପମଙ୍କ ଶତକ:

ଅସାମ ବିଦର୍ଭ ବିରୁଦ୍ଧରେ ୬ ୱିକେଟ ହରାଇ ୨୮୯ ରନ କରିନେଇଛି। ବିଦର୍ଭ ପାଇଁ ଆଦିତ୍ୟ ସରବଟେ ତିନି ଓ ରଜନିସ ଗୁରବାନି ଦୁଇଟି ୱିକେଟ ନେଇଥିଲେ। ଅସମ ତରଫରୁ ସରୁପମ ପୁରକାୟସ୍ତ ୧୧୩ ଓ ରିୟାନ ପରାଗ ୪୮ ରନ କରିଛନ୍ତି। ସେହିପରି ଦିଲ୍ଲୀର ଖରାପ ପ୍ରଦର୍ଶନ ଜାରିଅଛି। ଗ୍ରୁପଏଚ ମ୍ୟାଚରେ ପ୍ରଥମ ଦିନ ଛତିଶଗଡ଼ ତାଙ୍କ ବିରୁଦ୍ଧରେ ୪ ୱିକେଟରେ ୨୯୦ ରନ କରିଛନ୍ତି।ପ୍ରଥମେ ବ୍ୟାଟିଙ୍ଗ କରି ଛତିଶଗଡ଼ ପାଇଁ ଅଜୟ ମଣ୍ଡଲ (୬୩) ରନ, ଅମନଦିପ ଖରେ(୬୮) ରନ ଓ ସଂସାଙ୍କ ସିଂହ(୭୫) ରନର ଉପଯୋଗୀ ପାରି ଖେଳିଥିଲେ। ଦିଲ୍ଲୀ ପାଇଁ ବାମହାତୀ ସ୍ପିନର ବିକାଶ ମିଶ୍ର ୨ ୱିକେଟ ନେଇଥିଲେ। ପେସର ବୋଲର ଇସାନ୍ତ କୌଣସି ୱିକେଟ ଅକ୍ତିଆର କରିପାରିନଥିଲେ।

ବାବା ଇନ୍ଦ୍ରଜିତଙ୍କର ଆଉ ଏକ ଶତକ:

ଦ୍ୱିତୀୟ ମ୍ୟାଚରେ ତାମିଲନାଡୁ ଝାଡ଼ଖଣ୍ଡ ବିରୁଦ୍ଧରେ ୭ ୱିକେଟରେ ୨୫୬ ରନ କରିଦେଇଥିଲା। ବାବା ଇନ୍ଦ୍ରଜିତ ଶତକ ମାରିଥିଲେ ଓ ଆର ସାଇ କିଶୋର ୮୧ ରନର ପାରି ଖେଳିଥିଲେ। ତାମିଲନାଡୁ ୪ ୱିକେଟ ୩୨ ରନରେ ହରାଇଦେଇଥିଲା। ଅଭିମନ୍ୟୁ ଈଶ୍ୱରମଙ୍କର ସୁନ୍ଦର ୧୧୪ ରନର ପାରି ମଧ୍ୟ ଦେଖିବାକୁ ମିଳିଛି। ସେହିପରି ଚିରାଗ ଜାନି ୧୪୦ ଓ ସେଲ୍ଡନ ଜ୍ୟାକ୍ସନ ୯୬ ରନ କରିଛନ୍ତି। ଯାହା ଦ୍ୱାରା ସୌରାଷ୍ଟ୍ର ପ୍ରଥମ ଦିନ ଗୋବା ବିରୁଦ୍ଧରେ ୭ ୱିକେଟ ହରାଇ ୩୪୩ ରନ କରିଦେଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *