ବ୍ୟୁରୋ ରିପୋର୍ଟ: ରଣଜୀ ଟ୍ରଫିର ଏହି ସିଜନ ଖେଳାଯାଉଛି। ଏହି ସିଜନର ଦୁଇଟି ରାଉଣ୍ଡ ମ୍ୟାଚ ଖେଳାଯାଇସାରିଲାଣି। ବିହାରର ସାକୀବୁଲ ଗନି ଫାଷ୍ଟ କ୍ଳାସ କ୍ରିକେଟରେ ଡେଭ୍ୟୁ ମ୍ୟାଚରେ ତ୍ରିପଲ ଶତକ ମାରିଥିବା ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି। ଦ୍ୱିତୀୟ ମ୍ୟାଚରେ ବି ସେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ପୂର୍ଵ ୩ ଟି ପାରିରେ ସେ ୫୦୦ ରୁ ଅଧିକ ରନ କରିସାରିଲେଣି। ପୂର୍ଵ ସିଜନରେ ମଧ୍ୟ ବିହାରର ଖେଳାଳିଙ୍କପ୍ରଦର୍ଶନ ଭଲ ରହିଥିଲା। ପ୍ରଶ୍ନ ଉଠୁଛି କି ସେଠିକାର ଖେଳାଳିଙ୍କୁ ଟିମ ଇଣ୍ଡିଆରେ ଜାଗା କଣ ପାଇଁ ମିଳୁନି। ଆଇପିଏଲ ଅକ୍ସନରେ ମଧ୍ୟ ଏହି ଖେଳାଳିଙ୍କ ଉପରେ ଅଧିକ ଦାମ ଲାଗୁନାହିଁ। ଆସନ୍ତୁ ଏହା ପଛର କାରଣ ଜାଣିବା।

ରଣଜୀ ଟ୍ରଫି ଦୁନିଆର ସବୁଠୁ ବଡ଼ ଫାଷ୍ଟକ୍ଳାସ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ଗୋଟେ। ଏହାର ଆରମ୍ଭ ଦେଶକୁ ସ୍ୱାଧୀନତା ମିଳିବା ପୂର୍ବରୁ ହୋଇଥିଲା। ପ୍ରଥମ ସିଜନର ମ୍ୟାଚ ୧୯୩୪-୩୫ରେ ଖେଳାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟର ଆଦେଶ ପରେ ୨୦୧୮-୧୯ ରେ ନୂଆ ୯ ଟିଟିମଙ୍କୁ ମୌକାଦିଆଯାଇଥିଲା।ଏଥିରେ ପୁଡୁଚେରୀ, ବିହାର, ଉତ୍ତରାଖଣ୍ଡ, ଅରୁଣାଚଳପ୍ରଦେଶ, ମଣିପୁର, ମେଘାଲୟ, ମିଜୋରାମ, ନାଗାଲ୍ୟାଣ୍ଡ ଓ ସିକିମ ସାମିଲ ଥିଲା।ସେବେ ଏହି ଖେଳାଳି ପ୍ରଥମ ଥର ଓହ୍ଲାଇଥିଲେ। ନୂଆ ଖେଳାଳି ହୋଇଥିବାରୁ ଏହି ଖେଳାଳିଙ୍କ ପାଖରେ ଅନୁଭବ କମ ଅଟେ। ସେଥିପାଇଁ ଏହି ଖେଳାଳିଙ୍କ ଖେଳକୁ ଗଭୀରତାରୁ ଦେଖାଯାଇନଥାଏ।
ପହଁଚିପାରି ନାହଁନ୍ତି ନକଆଉଟ ପର୍ଯ୍ୟନ୍ତ:
ବିହାରର ଟିମକୁ ନୂଆ ଟିମଙ୍କ ସହ ପ୍ଲେଟ ଗ୍ରୁପରେ ରଖାଯାଇଛି। ଏହା ପରେ ମଧ୍ୟ ଏହି ଟିମ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲ ପର୍ଯ୍ୟନ୍ତ ପହଁଚିପାରିନାହିଁ। ୨୦୧୮-୧୯ ରେ ଟିମ ୮ ରୁ ୬ ଓ ୨୦୧୯-୨୦ ରେ ଟିମ ୯ ରୁ ମାତ୍ର ୩ ଲିଗ ରାଉଣ୍ଡ ମ୍ୟାଚ ଜିତିଥିଲା। ସିଜନ କଥା କହିବା ତ ଟିମର ଦୁଇଟି ମ୍ୟାଚ ଡ୍ର ରହିଛି। ସେହିପରି ନାଗାଲ୍ୟାଣ୍ଡ ଟିମ ଦୁଇଟି ମ୍ୟାଚ ଜିତି ଟପରେ ଅଛି।

ଆଶୁତୋଷ ଅମନ ୪୯ ୱିକେଟ ନେଇ ଆସିଥିଲେ ଚର୍ଚ୍ଚାକୁ:
୨୦୧୯-୨୦ ରଣଜୀ ଟ୍ରଫିର କଥା କହିବାତ ବିହାରର ବାମହାତୀ ସ୍ପିନର ଆଶୁତୋଷ ଅମନ ୪୯ ୱିକେଟ ନେଇ ଚର୍ଚାକୁ ଆସିଥିଲେ। ସେ ୯ ମ୍ୟାଚରେ ୧୮ର ଔସତରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ୬୬ ରନ ଦେଇ ୬ ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା।କିନ୍ତୁ ଏହାପରେ ମଧ୍ୟ ତାଙ୍କୁ ଆଇପିଏଲ ଖେଳିବାର ମୌକା ମିଳିଲାନାହିଁ। ସେହିପରି ଏହି ସିଜନକୁ ଦେଖିବା ତ ସାକୀବୁଲ ଗନିଙ୍କ ଛଡା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୪୦୦ ରନ ପର୍ଯ୍ୟନ୍ତ ପହଁଚିପାରିନାହାଁନ୍ତି। ସେ ୩ ଟି ପାରିରେ ୨୭୦ର ଔସତରେ ୫୪୦ ରନ କରିଛନ୍ତି। ଏଥିରେ ସେଦୁଇଟି ଶତକ ଓ ଗୋଟେ ଅର୍ଦ୍ଧ ଶତକ ମାରିଛନ୍ତି। ୩୪୧ ରନ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ।
ଆଇପିଏଲ ୨୦୨୨ର ଅକ୍ସନରେ ବିହାରର କେବଳ ଜଣେ ଖେଳାଳି ବିକ୍ରି ହୋଇଛନ୍ତି। ରାଜସ୍ଥାନ ରୟାଲ୍ସ ଅନୁନୟ ସିଂହଙ୍କୁ ୨୦ ଲକ୍ଷରେ ଟିମରେ ସାମିଲ କରିଛି। ଅକ୍ସନରେ ବୁହାରର ୬ ଖେଳାଳି ଓହ୍ଲାଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।