ବ୍ୟୁରୋ ରିପୋର୍ଟ: କରୋନା କାରଣରୁ ରଣଜୀ ଟ୍ରଫିକୁ ସ୍ଥଗିତ କରିଦିଆଯାଇଥିଲା ଏହା ପୁଣି ଆରମ୍ଭ ହୋଇସାରିଛି। ୧୭ ଫେବୃଆରୀକୁ ରଣଜୀ ଟ୍ରଫି ୨୦୨୧-୨୨ର ପ୍ରଥମ ଦିନର ମ୍ୟାଚ ଆରମ୍ଭ ହୋଇଥିଲା। କରୋନା କାରଣରୁ ଗୋଟେ ଦିନରେ ୩୮ ମଧ୍ୟରେ ଏକାବେଳେ ୧୯ ଟି ଭିନ୍ନ ଭିନ୍ନ ଅଞ୍ଚଳରେ ମ୍ୟାଚ ହୋଇଥିଲା। ଏହି ପ୍ରଥମ ଦିନର ମ୍ୟାଚରେ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଏକାବେଳେ ୧୧ ବ୍ୟାଟ୍ସମ୍ୟାନ ଶତକ ମାରିଛନ୍ତି ଓ ଜଣେ ବୋଲର ହାଟ୍ରିକ ହାସଲ କରିଛି।

ଅଣ୍ଡର-୧୯ ବିଶ୍ୱକପ ପରେ ପ୍ରଥମ ଶ୍ରେଣୀ କ୍ରିକେଟ ଆରମ୍ଭ କରିଥିବା ୟସ ଢୁଲ ଓ ପବନ ସାହ ସୁନ୍ଦର ଶତକ ହାସଲ କରିଛନ୍ତି। କହିରଖିବୁ ପବନ ସୁନ୍ଦର ବ୍ୟାଟିଙ୍ଗ କରି ୨୭୫ ଟି ବଲରେ ଗୋଟେ ଛକା ଓ ୧୫ ଚୌକା ଦ୍ଵାରା ୧୬୫ ରନର ପାରି ଖେଳିଥିଲେ। ସେହିପରି ଅଣ୍ଡର-୧୯ ବିଶ୍ୱକପ ବିଜେତା ଅଧିନାୟକ ଯସ ଧୁଲ ତାମିଲନାଡୁ ବିପକ୍ଷରେ ୧୫୦ ଟି ବଲ ଖେଳି ୧୮ ଟି ଚୌକା ସହ ୧୧୩ ରନ କରିଥିଲେ। ତାଙ୍କ ସହ କର୍ଣ୍ଣାଟକର ଦୁଇ, ମଜୋରାମର ଦୁଇ ଓ ମୁମ୍ବାଇର ଦୁଇଟି ବ୍ୟାଟ୍ସମ୍ୟାନ ମଧ୍ୟ ସୁନ୍ଦର ଶତକ ହାସଲ କରିଛନ୍ତି।
ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ହରିଆଣା, ପୁଡୁଚେରୀ ଓ କେରଳର ମଧ୍ୟ ଜଣେ ଲେଖା ବ୍ୟାଟ୍ସମ୍ୟାନ ଶତକ ମାରିଛନ୍ତି। ଫର୍ମରେ ନଥିଲା ଅଜିଙ୍କ୍ୟ ରାହାଣେ ମହାରାଷ୍ଟ୍ର ପାଇଁ ୧୦୮ ରନ କରି ଫର୍ମ ହାସଲ କରିଛନ୍ତି, ସେହିପରି ମହାରାଷ୍ଟ୍ର ତରଫରୁ ସରଫରାଜ ଖାନ ୧୨୧ ରନ କରିଛନ୍ତି।ସେହିପରି କର୍ଣ୍ଣାଟକ ପାଇଁ କ୍ରିଷ୍ଣାମୃର୍ତି ସିଦ୍ଧାର୍ଥ ୧୪୦, ଓ ମଣିନ ପାଣ୍ଡେ ୧୫୬ ରନ କରିଛନ୍ତି। ସେହିପରି ବିହାର ପାଇଁ ସକିବୁର ଗନି ୧୩୬ ଓ ବାବୁଲ କୁମାର ୧୨୩ ରନ କରିଛନ୍ତି। ପୁଡୁଚେରୀ ପାଇଁ ରୋହନ କୁନୁମଲ ୧୦୭ ଓ ପାରସ ଡୋଗରା ୧୦୮ ରନ କରିଛନ୍ତି। ହରିୟାଣାର ଯଶୁ ଶର୍ମା ୧୦୧ ରନ କରିଛନ୍ତି। ସେହିପରି ବୋଲିଙ୍ଗ କଥା କହିବା ତ ମଣିପୁରର କିସନ ସିଂହା ହାଟ୍ରିକ ନେଇଛନ୍ତି।
CENTURY for @im_manishpandey. A blistering innings of 101* off just 83 balls so far with 6 sixes and 9 fours. 🔥
Leading from the front. 💪 #ManishPandey #RanjiTrophy2022 #LucknowSuperGiants pic.twitter.com/Y8dX6YGfV1
— Lucknow Super Giants (@LucknowIPL) February 17, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।