ହାଇଦ୍ରାବାଦ ଏବଂ ରସିଦଙ୍କ ମଧ୍ୟରେ ଫାଟ? ଦଳରୁ ବାହାରି ଅକ୍ସନରେ ସାମିଲ ହେବେ ରସିଦ ଖାନ, କିଏ ନେବ? ପଢ଼ନ୍ତୁ ପୁରା ଖବର

ଆଫଗାନିସ୍ତାନର ଜଣାଶୁଣା ବୋଲର ରସିଦ ଖାନଙ୍କୁ ପ୍ରାୟ ଆମେ ସମସ୍ତେ ଭଲ ଭାବରେ ଜାଣୁ। ସେ ଜଣେ ବହୁତ ଭଲ ବୋଲର ସେ ନିଜର ବୋଲିଂ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପ୍ରତିଷ୍ଠା ସୃଷ୍ଟି କରି ପାରିଛନ୍ତି। ତେବେ ତାଙ୍କର ବୋଲିଂରେ ସେ ସମସ୍ତଙ୍କୁ ପ୍ରଭାବିତ କରି ପାରିଛନ୍ତି। ତେବେ ସେ ଆଇପିଏଲରେ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରି ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି। ତେବେ ସେ ଆଇପିଏଲର ହାଇଦ୍ରାବାଦ ପକ୍ଷରୁ ଖେଳି ଆସୁଛନ୍ତି।

Google

ତେବେ ତାଙ୍କ ପାଖର ଏକ ସମସ୍ୟା ସୃଷ୍ଟି ହୋଇଛି। ଆମେ ଏହା ଭଲ ଭାବରେ ଜାଣୁ କି ଏହିବର୍ଷ ଆଇପିଏଲରେ ଆଉ ଦୁଇଟି ନୂତନ ଦଳ ସାମିଲ ହେବାକୁ ଯାଉଛନ୍ତି ବୋଲି ଖବରରୁ ଜଣା ଯାଉଛି। ଯାହା ଫଳରେ ଆଉ ଦୁଇଟି ଦଳ ନିଜର ଖେଳାଳି ଚୟନ ପାଇଁ ଏହି ବର୍ଷ ଆଇପିଏଲରେ ସମସ୍ତ ଦଳକୁ ନିଜର ସର୍ବାଧିକ ୪ଖେଳାଳିଙ୍କୁ ରଖି ଖେଳାଳି ଛାଡ଼ିବାକୁ ପଡ଼ିବ। ତେଣୁ ଏହି ବର୍ଷ ପ୍ରତ୍ୟେକ ଦଳ ନିଜର ୪ ଜଣ ଖେଳାଳିଙ୍କୁ ରଖିବା ସହିତ ବାକି ସମସ୍ତ ଖେଳାଳିଙ୍କୁ ନିଲାମ ପାଇଁ ଛାଡ଼ିବାକୁ ପଡ଼ିବ ବୋଲି ନିୟମ ରହିଛି।ତେବେ ଏହି ପରିସ୍ଥିତିରେ SRH ପାଇଁ ଏକ ସମସ୍ୟା ସୃଷ୍ଟି ହୋଇଛି।

ତେବେ ଏସ ଆର ଏଚ ପକ୍ଷରୁ ଦଳର ଅଧିନାୟକ ଭାବରେ କେନ ୱିଲିୟମସନଙ୍କୁ ୧୪ କୋଟି ଟଙ୍କାରେ ଦଳରେ ରଖା ଯାଇଛି କିନ୍ତୁ ଯେତେବେଳେ ରସିଦ ଖାନଙ୍କୁ ୧୨ କୋଟି ଟଙ୍କାରେ ଦଳରେ ରହିବା ପାଇଁ କୁହା ଯାଇଥିଲା ସେହି ସମୟରେ ସେ ଦଳରେ ରହିବାକୁ ରାଜି ହୋଇ ନଥିଲେ। କାରଣ ସେ କହିଛନ୍ତି କି ତାଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ଦିଆଗଲେ ସେ ଏହାଠାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇ ପାରିବେ। ଯାହା ଫଳରେ ସେ ନିଲାମ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଚାହୁଁଛନ୍ତି। ତେବେ ଏହା ଦଳ ପାଇଁ ଚିନ୍ତାର କାରଣ ହୋଇଛି।

Google

କାରଣ ସମସ୍ତେ ଜାଣନ୍ତି କି ରସିଦ ଖାନ ଏକ ବହୁ ପ୍ରତିଭା ସମ୍ପନ୍ନ ବୋଲର। ଯାହା ଫଳରେ ସେ ଯଦି ଦଳରେ ରୁହନ୍ତି ତେବେ ଦଳ ପାଇଁ ଏହା ବହୁତ ଭଲ ହୋଇଥାଏ। ତେଣୁ ବର୍ତ୍ତମାନ ତାଙ୍କୁ ଦଳରେ ରଖିବା ପାଇଁ ଅନେକ ପ୍ରୟାସ କରାଯାଉଛି।ତେବେ ସେ ଦଳରେ ରହିବେ କି ନାହିଁ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଯାହା ଶୁଣିବାକୁ ମିଳୁଛି କି ସେ ହୁଏତ ନିଲାମ ପ୍ରକ୍ରିୟାରେ ସାମିଲ ହୋଇ ପାରନ୍ତି। ତେବେ ଯଦି ଏପରି ହୁଏ ତେବେ କେଉଁ ଦଳ ତାଙ୍କୁ ନିଜର ଦଳରେ ସାମିଲ କରିବ ଏହା ଦେଖିବାକୁ ବାକି ରହିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *