ବ୍ୟୁରୋ ରିପୋର୍ଟ: ରାଜସ୍ଥାନର ଯୁବ ସ୍ପିନର ରବି ବିସ୍ନୋଇଙ୍କୁ ପ୍ରଥମ ଥର ଭାରତୀୟ ଟିମରେ ଜାଗା ମିଳିଛି। ତାଙ୍କୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜରେ ଭାରତୀୟ ଟିମରେ ବଛାଯାଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଜୋଧପୁରର ଏହି ସ୍ପିନର ନିଜର ଇଣ୍ଟରନେସନାଲ କ୍ୟାରିଅର ଆରମ୍ଭ କରିବାକୁ ଯାଉଛି। ରବି ବିସ୍ନୋଇଙ୍କ ପ୍ରକୃତ ଟ୍ୟାଲେଣ୍ଟ ଆଇପିଏଲରୁ ଜଣାପଡିଥିଲା। ଆଇପିଏଲ ୨୦୨୨ ପାଇଁ ତାଙ୍କୁ ନୂଆ ଟିମ ଲଖନଉ ସୁପର ଜାଏଣ୍ଟସ ନିଜ ଦଳରେ ସାମିଲ କରିଛି। ତାଙ୍କ ଛଡା କେ ଏଲ ରାହୁଲ ୱେବ ମାର୍କସ ଷ୍ଟୋଇନିକ୍ସ ମଧ୍ୟ ଏହି ଦଳରେ ସାମିଲ ହୋଇଛନ୍ତି।

ରବି ବିସ୍ନୋଇଙ୍କ କାହାଣୀ କୌଣସି ବଲିଉଡ଼ ଫିଲ୍ମରୁ କମ ନୁହେଁ। ଗୋଟେ ସମୟ ଏପରି ଥିଲା ଯେବେ ଏହି ଖେଳାଳିକୁ କ୍ରିକେଟ ଗ୍ରାଉଣ୍ଡରେ କାମ କରିବାକୁ ପଡୁଥିଲା। ତାଙ୍କର ଆରମ୍ଭ ଜୀବନ ସଂଘର୍ଷପୁର୍ଣ ଥିଲା। ପିଲାବେଳେ ରବି ବିସ୍ନୋଇ ବିଲର ଖାଲ ମାଟିରେ ପିଚ କରି ଅଭ୍ୟାସ କରୁଥିଲେ। ଏହା ପରେ ସେ ଜୋଧପୁର କ୍ରିକେଟ ଏକାଡେମୀ ସହିତ ଯୋଡି ହୋଇଥିଲେ। ପରିବାରର କହିବା ଅଟେ କି ରବିଙ୍କ ଚୟନ ଅଣ୍ଡର-୧୬ ଟିମରେ ହୋଇନଥିଲା। ସେବେ ରବି ବହୁତ ଉଦାସ ହୋଇଯାଇଥିଲେ ଓ କ୍ରିକେଟ ଛାଡିବା ପର୍ଯ୍ୟନ୍ତ ଭାବିଥିଲେ। କିନ୍ତୁ ନିଜ ପରିବାର ଓ କୋଚଙ୍କ ମାର୍ଗଦର୍ଶନରେ ସେ କଠିନ ପରିଶ୍ରମ କଲେ ଓ ଆଉ ପଛକୁ ବୁଲି ଦେଖିନାହାଁନ୍ତି।
କ୍ରିକେଟ ଗ୍ରାଉଣ୍ଡରେ ଛାଡିଲେ ବୋର୍ଡ ପରୀକ୍ଷା:
ବର୍ଷ ୨୦୧୮ରେ ରବି ବିସ୍ନୋଇଙ୍କର ବୋର୍ଡ ପରୀକ୍ଷା ଥିଲା। ଏହା ମଧ୍ୟରେ ଆଇପିଏଲ ମଧ୍ୟ ଆରମ୍ଭ ହୋଇଥିଲା ଓ ତାଙ୍କୁ ରାଜସ୍ଥାନ ରୟାଲ୍ସ ପାଇଁ ନେଟ ବୋଲିଙ୍ଗ କରିବାର ମୌକା ମିଳିଥିଲା। ପରିବାର ତାଙ୍କୁ ବୋର୍ଡ ପରୀକ୍ଷା ଦେବାକୁ କହିଥିଲେ କିନ୍ତୁ ସେ କାହା କଥା ଶୁଣିନଥିଲେ ଓ ବୋଲିଙ୍ଗ ଜାରି ରଖିଥିଲେ।
T20I squad: Rohit Sharma(Capt),KL Rahul (vc),Ishan Kishan,Virat Kohli,Shreyas Iyer,Surya Kumar Yadav, Rishabh Pant (wk),Venkatesh Iyer,Deepak Chahar, Shardul Thakur, Ravi Bishnoi,Axar Patel, Yuzvendra Chahal, Washington Sundar, Mohd. Siraj, Bhuvneshwar, Avesh Khan, Harshal Patel
— BCCI (@BCCI) January 26, 2022
ଏହି ୨୧ ବର୍ଷୀୟ ଖେଳାଳି ପ୍ରଥମେ ବିନୁ ମାଂଙ୍କଡ଼ ଟ୍ରଫିରେ ୫ ଟି ୱିକେଟ ଅକ୍ତିଆର କରିଥିଲେ। ପ୍ରଥମେ ସେ ମିଡ଼ିୟମ ପେସର ବୋଲର ହେବାକୁ ଚାହୁଁଥିଲେ କିନ୍ତୁ କୋଚଙ୍କ କହିବା ପରେ ସେ ଲେଗସ୍ପିନ କରିଥିଲେ। ଅଣ୍ଡର-୧୯ ବିଶ୍ୱକପରେ ତାଙ୍କୁ ଖେଳିବା ପାଇଁ ମୌକା ମିଳିଲା। ସେଥିରେ ସେ ୧୭ ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ଏହା ପରେ ଆଇପିଏଲ ୨୦୧୯ରେ ତାଙ୍କୁ ଆଇପିଏଲରେ ପଞ୍ଜାଵ କିଙ୍ଗସ ପକ୍ଷରୁ ଡେବ୍ୟୁ କରିବାକୁ ମିଳିଥିଲା। ଏହି ସିଜନରେ ସେ ୧୨ ୱିକେଟ ଅକ୍ତିଆର କରିଥିଲେ। ତା ସହିତ ବିସ୍ନୋଇଙ୍କୁ ଇମରଜିଙ୍ଗ ପ୍ଲେୟର ଆୱାର୍ଡ ମଧ୍ୟ ମିଳିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।