ଭାରତୀୟ ଟିମକୁ ଦକ୍ଷିଣ ଆଫ୍ରିକାରେ ବହୁତ ବଡ଼ ପରାଜୟର ସାମ୍ନା କରିବାକୁ ପଡିଲା ଏବଂ ଏହାର କାରଣ ରହିଲା ଭାରତୀୟ ଟିମର ସ୍ପିନର ମାନଙ୍କର ବିଫଳତା। ତେବେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ୩-୦ ରେ ହାରିଗଲା। ଏହାର ଯେତିକି ଦାୟୀ ଆମ ବ୍ୟାଟ୍ସମ୍ୟାନ ମାନଙ୍କ ଉପରେ ରହିବ ପ୍ରାୟ ସେତିକି ହିଁ ଦାୟୀ ରହିବେ ଆମ ସ୍ପିନର ମାନେ। ଆର ଅଶ୍ୱିନ, ଚାହାଲ ଏବଂ ଜୟନ୍ତ ଯାଦବ ମାଧ୍ୟମ ଓଭର ମାନଙ୍କରେ ପ୍ରାୟ ୫୯ ଓଭର ବୋଲିଂ କଲେ ମାତ୍ର ୩ଟି ୱିକେଟ ନେବାରେ ସକ୍ଷମ ହେଇପାରିଲେ।

ନିଜେ ରାହୁଲ ଦ୍ରଭିଡ ଏ କଥା ମାନିଲେ ଆଉ କହିଲେ କି ଭାରତ ମଧ୍ୟମ ଓଭର ମାନଙ୍କରେ ୱିକେଟ ନେବାରୁ ବଞ୍ଚିତ ରହୁଥିଲେ। ତେବେ ଭାରତ ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ଯାଉଛି ଆଉ କୁଲଦୀପ ଯାଦବ ଆଉ ଚାହଲ ତଥା କୁଲଚା ଯୋଡି ପୁନର୍ବାର ଫେରିବାକୁ ଯାଉଛି। ଏହା ସହିତ ରିଷ୍ଟ ସ୍ପିନର ରବି ବିସ୍ନୋଇଙ୍କୁ ପୁଣି ଥରେ ବ୍ୟବହାର କରିବାକୁ ଯାଉଛି ଭାରତ ଆଉ ତାଙ୍କୁ ଏଥରର ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଟିମରେ ସାମିଲ କରାଯାଇଛି।
ଲଖନୌ ଟିମ ତାଙ୍କୁ ୪କୋଟି ଟଙ୍କାରେ ଦଳରେ ସାମିଲ କରିଛି:
ଏଥରର ଆଇପିଏଲ ରବିଙ୍କ ପାଇଁ ବହୁତ ଖାସ ରହିବାକୁ ଯାଉଛି କାରଣ ଆଇପିଏଲର ନୂଆ ଟିମ ଲଖନୌ ସୁପରଜାଏଂଟ ତାଙ୍କୁ କିଣିସାରିଛି। ଏହି ବୋଲର ୨୦୨୦ର ଅଣ୍ଡର ୧୯ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାରେ ୬ଟି ମ୍ୟାଚରେ ସର୍ବାଧିକ ୧୭ଟି ୱିକେଟ ନେଇ ନିଜର ପ୍ରଦର୍ଶନ ଦେଖାଇଥିଲେ। ତାଙ୍କ ଉପରେ ପ୍ରାୟ କେତେକ ଆଇପିଏଲ ଟିମ ମାନଙ୍କର ନଜର ଥିଲା। ଏଥର ମଧ୍ୟ ସେ ବହୁତ ବଡ଼ ଦାମରେ କିଣା ଯାଇସାରିଛନ୍ତି।
A great struggle creates a history of great success.
Congratulations Ravi Bishnoi on being included in the Indian team.🇮🇳#RaviBishnoi@bishnoi0056 pic.twitter.com/G0LIfQeEBc— Naini Vishnoi🇮🇳 (@NainiVishnoi) January 27, 2022
ରବି ୨୦୨୦ ଆଇପିଏଲରେ ନିଜର ଡେବ୍ୟୁ କରିଥିଲେ ଆଉ ନିଜ ପ୍ରଥମ ବର୍ଷ ହି ଏହି ବୋଲର ୧୪ଟି ମ୍ୟାଚରେ ପ୍ରାୟ ୧୨ଟି ୱିକେଟ ନେଇଥିଲେ ଯେବେ କି ତାଙ୍କ ହାର ଥିଲା ୩୧.୭୫। ଏହା ସହିତ ତାଙ୍କ ଇକୋନୋମି ରେଟ ମଧ୍ୟ ବହୁତ ଭଲ ଥିଲା। ଏହାପର ବର୍ଷ ଏହି ବୋଲର ୧୯.୧୬ ହାରରେ ୯ଟି ମ୍ୟାଚରେ ୧୨ଟି ୱିକେଟ ନେଇଥିଲେ ଯାହା କି ପୂର୍ବ ବର୍ଷ ତୁଳନାରେ ବହୁତ ଭଲ ଥିଲା।
ରବି ବିସ୍ନୋଇ ସ୍ପିନର ହେବା ଆଗରୁ ଏକ ଦ୍ରୁତ ବୋଲର ଥିଲେ ମାତ୍ର ତାଙ୍କ କମ ଉଚ୍ଚତା ପାଇଁ ତାଙ୍କ କୋଚ୍ ତାଙ୍କୁ ସ୍ପିନ ପକାଇବାକୁ କହିଲେ ଆଉ ଏହାର ପ୍ରଭାବ ତାଙ୍କ ବୋଲିଂ ଉପରେ ପଡେ। ସେ ସାଧାରଣ ସ୍ପିନରଙ୍କ ତୁଳନାରେ ଅଧିକ ଦ୍ରୁତ ବୋଲିଂ କରନ୍ତି ଆଉ ସେଥିପାଇଁ ସେ ଖାସ ଅଟନ୍ତି। ତାଙ୍କ ବୋଲିଂ ଖାସ ଅଟେ।।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।