ବଡ଼ ଖବର: IPL ରେ କୋଚ୍ ବନିବେ ଶାସ୍ତ୍ରୀ! ଜୋର ଧରିଲା ଖବର, ଅଛି ଅଭିଜ୍ଞତା, ପଢନ୍ତୁ ପୁରା ଖବର

ଭାରତୀୟ ପୂର୍ଵ କୋଚ ରବି ଶାସ୍ତ୍ରୀ କହିଛନ୍ତି ସେ ଆଇପିଏଲ ଟିମର କୋଚ ହେବାକୁ ପ୍ରସ୍ତୁତ ଅଛନ୍ତି। କାରଣ ସେ କ୍ରିକେଟକୁ ଭଲ ଭାବରେ ଜାଣିଛନ୍ତି। ସେ ବର୍ଷ ୨୦୧୭-୨୦୨୧ ପର୍ଯ୍ୟନ୍ତ ଭାରତୀୟ ଟିମର ହେର୍ଡ କୋଚ ରହିଥିଲେ। ICC ଟି-୨୦ ବିଶ୍ୱକପ ୨୦୨୧ପର୍ଯ୍ୟନ୍ତ ସେ ଭାରତୀୟ ଟିମର ହେର୍ଡ କୋଚ ଥିଲେ ଏହା ପରେ ତାଙ୍କ ଜାଗାରେ ଏବେ ରାହୁଲ ଦ୍ରାଭିଡଙ୍କୁ ହେର୍ଡ କୋଚ କରାଯାଇଛି। ଦ୍ରାଭିଡ ନ୍ୟୁଜିଲାଣ୍ଡ ସିରିଜରୁ କାର୍ଯ୍ୟଭାର ସମ୍ଭାଳିଛନ୍ତି।

Google

ଅଳ୍ପ ଦିନ ତଳେ ଅନେକ ରିପୋର୍ଟରେ କୁହାଯାଇଥିଲାକି ରବିଶାସ୍ତ୍ରୀ ଆଇପିଏଲ ୨୦୨୨ ପାଇଁ ଅହମ୍ମଦାବାଦ ଟିମର କୋଚ ହୋଇପାରନ୍ତି। ରିପୋର୍ଟ ଅନୁସାରେ ସେ ଭରତ ଅରୁଣ ଓ ଶ୍ରୀଧରଙ୍କ ସହିତ ଟିମରେ ସାମିଲ ହୋଇପାରନ୍ତି।ତାଙ୍କୁ ଯେବେ ଏହା ବିଷୟରେ ପଚରାଗଲା ସେ ଏହା ବିଷୟରେ ଜବାବ ଦେଇଥିଲେ।

ରବି ଶାସ୍ତ୍ରୀ ଦି ବିକକୁ ଦେଇଥିବା ବୟାନରେ କହିଛନ୍ତି,”ଯଦି ପଚରାଯିବ ତ ମୁଁ ୧୦୦% ଆଇପିଏଲ ଟିମର କୋଚ ହେବାକୁ ପସନ୍ଦ କରିବି। ମୁଁ ସେହି ବିଷୟରେ ଭଲ ଭାବେ ଜାଣିଛି ଓ ମତେ ୨୫ ବର୍ଷର ଅନୁଭବ ଅଛି। ମତେ ଜଣାଅଛିକି ଆଧୁନିକ ଖେଳାଳି କିପରି ଭାବିଥାନ୍ତି”। ଶାସ୍ତ୍ରୀ କହିଥିଲେ ଏହି ବର୍ଷ ଭାରତ ଓ ଇଂଲଣ୍ଡ ସିରିଜ ସମୟରେ ସେ ପଦ ଛାଡିବାର ଫଇସଲା ନେଇଥିଲେ। ସେ ୨୦୧୭ରେ ଅନୀଲ କୁମ୍ବଲେଙ୍କ ଠୁ ଏହି ପଦ ସମ୍ଭାଳିଥିଲେ।

Google

ଶାସ୍ତ୍ରୀ କହିଛନ୍ତି,”ଇଂଲଣ୍ଡ ଗ୍ରସ୍ତରେ ମୁଁ ପଦ ଛାଡ଼ିବାକୁ ଫଇସଲା କରିଥିଲି। ଏହା ମୁଁ ପାଇଁ ଉଚିତ ସମୟ ଥିଲା। ଆମେ ଦୁଇ ବର୍ଷ ହେବ ବାହାରେ ଥିଲୁ ମତେ ପରିବାର ସହିତ ସମୟ ବିତାଇବାର ଥିଲା”। ଶାସ୍ତ୍ରୀ ଅଧିନାୟକ ବିରାଟ କୋହଲିଙ୍କର ମଧ୍ୟ ପ୍ରଶଂସା କରିଥିଲେ ଯିଏକି ପାଞ୍ଚ ବର୍ଷ ହେବ ଭାରତର ନେତୃତ୍ୱ କରୁଛନ୍ତି। ସେ ଏହା ସ୍ୱିକାର କରିଛନ୍ତିକି ଭାରତୀୟ ଟିମର ଅଧିନାୟକ ହେବ ଏତେ ସହଜ ନୁହେଁ ଓ କୋହଲି ପୁରା ଯୋଗଦାନ ଦେଇଛନ୍ତି ଓ ସୁନ୍ଦର ପ୍ରଦର୍ଶନ କରିଛନ୍ତି।

ସେ କହିଛନ୍ତି,”ଦିନର ଶେଷରେ କୋହଲି ଏକ କୁଶଳ ଅଧିନାୟକ ରହିଛନ୍ତି। ଲୋକ ସବୁବେଳେ ଆପଣଙ୍କ ପରିଣାମର ତୁଳନା କରିବେ। ଆପଣ କିପରି ରନ କରିଛନ୍ତି ଓ କେତେ ରନ କରିଛନ୍ତି। ସେ ଜଣେ ଖେଳାଳି ରୂପରେ ପରିପକ୍ୱ ହୋଇଯାଇଛନ୍ତି। ଭାରତୀୟ ଟିମର ଅଧିନାୟକତ୍ୱ ଦାଇତ୍ୱ ତୁଲାଇବା ସହଜ ନୁହେଁ”। ତାଙ୍କ କୋଚିଂ କାଳରେ ଟିମ ଇଣ୍ଡିଆ ଟେଷ୍ଟରେ ଅନେକ ରେକର୍ଡ ନିଜ ନାମରେ କରିବାରେ ସକ୍ଷମ ରହିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *