ଟିମ ଇଣ୍ଡିଆର ପୂର୍ଵ ହେର୍ଡ କୋଚ ରବି ଶାସ୍ତ୍ରୀ ସ୍ୱୀକାର କରିଛନ୍ତି କି ବିଶ୍ୱକପ ୨୦୧୯ର ଟିମର ବହୁତ କିଛି ହୋଇପାରିନଥାନ୍ତା। ଶାସ୍ତ୍ରୀ କହିଛନ୍ତି ଟିମରେ ୱିକେଟ କିପର ଚୟନ କରାଯାଇଥିଲା ଯେଉଁଥି ପାଇଁ ମୁଁ ନିରାଶ ଥିଲି। ସେ କେବେ ଚୟନ ମାମଲାରେ ହସ୍ତକ୍ଷେପ କରିନହାନ୍ତି ବୋଲି କହିଛନ୍ତି। ୨୦୧୯ ପାଇଁ ହୋଇଥିବା ବିଶ୍ୱକପ ଟିମ ଚୟନ ପ୍ରସଂସକ ଓ ପୂର୍ଵ କ୍ରିକେଟଙ୍କ ମଧ୍ୟରେ ଆଲୋଚନା ସୃଷ୍ଟି କରିଥିଲା।

ଚୟନ ସମିତି ଉପରେ ନିଜ ବିଚାର ଦର୍ଶାଇ ଶାସ୍ତ୍ରୀ କହିଛନ୍ତି ସେହି ସମୟରେ ତିନୋଟି ୱିକେଟ କିପରଙ୍କ ବଦଳରେ ରାଇଡୁ ଓ ଶ୍ରେୟସ ଅୟରଙ୍କୁ ଟିମରେ ରଖିବା ଆବଶ୍ୟକ ଥିଲା। ଶାସ୍ତ୍ରୀ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ବୟାନରେ କହିଛନ୍ତି,”ସେହି ଟିମ ଚୟନ ସମୟରେ ମୋର ଅଧିକାର ନଥିଲା କିନ୍ତୁ ତିନୋଟି ୱିକେଟକିପର ବଛାଯିବା ଠିକ ନଥିଲା। ମହେନ୍ଦ୍ର ସିଂହ ଧୋନି, ରିଷଭ ପନ୍ତ ଓ ଦିନେସ କାର୍ତିକ ଟିମରେ ରହିବାର କଣ ଅର୍ଥ ଥିଲା”।
ଶାସ୍ତ୍ରୀ ଏହା ମଧ୍ୟ କହିଛନ୍ତିକି,”ମୁଁ କେବେବି ଚୟନ ଉପରେ ହସ୍ତକ୍ଷେପ କରିନାହିଁ। କେବଳ ମତେ ଯେବେ ପଚରାଯାଇଥିଲା”। ଭାରତ ଇଂଲଣ୍ଡରେ ଆୟୋଜନ ହୋଇଥିବା ବିଶ୍ୱକପ ୨୦୧୯ରେ ସେମି ଫାଇନାଲରେ ଭାରତ ଜାଡେଜାଙ୍କ ଅର୍ଦ୍ଧଶତକ ଓ ଧୋନିଙ୍କ ପାରି ପୂର୍ବରୁ ୨୪ ରନରେ ଚାରିଟି ୱିକେଟ ହରାଇଥିଲା ଓ ଜାଡେଜା ପାରିକୁ ସମ୍ଭାଳିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଭାରତ ୧୮ ରନରେ ହାରିଯାଇଥିଲା।

ଯଶପ୍ରୀତ ବୁମରାଙ୍କ ଟେଷ୍ଟ ଡେବ୍ୟୁ ଉପରେ ଶାସ୍ତ୍ରୀ କହିଛନ୍ତି,”ସେହି ସମୟ ସେପ୍ଟେମ୍ବର ୨୦୧୭ ଥିଲା ଯେବେ ମୁଁ ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପୂର୍ବରୁ ତାଙ୍କୁ ପ୍ରସ୍ତୁତ ହେବାକୁ କହିଥିଲି”। ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମୟରେ ଭାରତର ପ୍ରେସ ଡିପାର୍ଟମେଣ୍ଟ ବହୁତ ଶକ୍ତ ଥିଲା। ବୁମରା ସୀମିତ ଓଭର ସିରିଜରୁ ଡେବ୍ୟୁ କରିଥିଲେ ଯାହା ପରେ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ତାଙ୍କୁ ସାମିଲ କରାଯିବାକୁ ନେଇ ଅନେକ ଆଲୋଚନା ହେଉଥିଲା କିନ୍ତୁ ସେ ସୁନ୍ଦର ଡେବ୍ୟୁ କରି ସବୁ ଆଲୋଚନାକୁ ଜବାବ ଦେଇଥିଲେ।
ବୁମରା କେପଟାଉନରେ ୪ ଟି ୱିକେଟ ଅକ୍ତିଆର କରିଥିଲେ କିନ୍ତୁ ଭାରତ ସେହି ମ୍ୟାଚ ହାରିଯାଇଥିଲା। ଶାସ୍ତ୍ରୀ କହିଛନ୍ତି,”ମତେ ବିଶ୍ୱାସ ଥିଲାକି ବୁମରା ସେଠାରେ ଭଲ ପ୍ରଦର୍ଶନ କରିବେ। ଦକ୍ଷିଣ ଆଫ୍ରିକା ଗ୍ରସ୍ତର ଦୁଇ ମାସ ପୂର୍ବରୁ କେପଟାଉନ ମୋ ମନରେ ରହିଥିଲା। ସେବେ ମୁଁ ଓ ଭରତ ଅରୁଣ ଦୃର୍ଗା ପୂଜାର ଏକ ସମାରୋହରେ ବୁମରାଙ୍କୁ କଲ କରିଥିଲେ ସେବେ ସେପ୍ଟେମ୍ବର ୨୦୧୭ ହୋଇଥିଲା ମୁଁ ତାଙ୍କୁ କଲ କରି ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପାଇଁ ପ୍ରସ୍ତୁତ ହେବାକୁ କହିଲି। ସେ ବିଶ୍ୱାସ କରିପାରିନଥିଲେ ଓ କହିଥିଲେ ଟେଷ୍ଟ ମ୍ୟାଚ ଖେଳିବା ମୋର ସ୍ୱପ୍ନ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।